Advertisment

ଧାର୍ମିକ ଶୋଭାଯାତ୍ରା ବେଳେ ପଥର ମାଡ, ଜଣେ ମୃତ

ଦଶମୀ ଅବସରରେ ଭଗବାନ ଚାରଭୂଜା ନାଥଙ୍କ ଶୋଭାଯାତ୍ରା ବାହାରିଥିଲା। ମୁଖ୍ୟ ବଜାରରେ ଅବସ୍ଥିତ ଦର୍ଗା ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିବା ପରେ କିଛି ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଥିଲା। ଏହାପରେ ପଥର ମାଡ଼ ହୋଇଥିଲା।

Stone Pelting

Stone Pelting

Advertisment

ଧାର୍ମିକ ଶୋଭଯାତ୍ରା ବେଳେ ଅଘଟଣ। ପ୍ରଥମେ ପଥର ମାଡ ପରେ ଦଳାଚକଟା ସ୍ଥିତି ଉପୁଜିଛି। ଫଳରେ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନର ଚିତୋରଗଡରେ ଘଟିଛି ଏଭଳି କିଛି ଘଟଣା।

Advertisment

ରାଜସ୍ଥାନର ଚିତୋରଗଡ ଚାରଭୂତା ନାଥଙ୍କ ଶୋଭାଯାତ୍ରା ବେଳେ ପଥର ମାଡ ହୋଇଛି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପଥର ମାଡ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ସୂଚନା ମୁତାବକ, ଚିତୋରଗଡ ଜିଲ୍ଲାର ରାଶମି ଥାନା ଅଞ୍ଚଳରେ ପହୁନା ଗାଁରେ ଦଶମୀ ଅବସରରେ ଭଗବାନ ଚାରଭୂଜା ନାଥଙ୍କ ଶୋଭାଯାତ୍ରା ବାହାରିଥିଲା। ଶ୍ରଦ୍ଧାଳୁମାନେ ଢ଼ୋଲ ମୃଦଙ୍ଗ ବଜାଇ ଗାଁରେ ଶୋଭାଯାତ୍ରାରେ ବାହାରିଥିଲେ। ଏହି ସମୟରେ, ସହରର ମୁଖ୍ୟ ବଜାରରେ ଅବସ୍ଥିତ ଦର୍ଗା ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିବା ପରେ କିଛି ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଥିଲା।

Advertisment

ଏହାପରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଶୋଭାଯାତ୍ରା ଉପରକୁ ପଥର ମାଡ କରିଥିଲେ। ​ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଶାମ ଛିପା। ବିଳମ୍ବିତ ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ଭିଲଓ୍ୱାଡା ସ୍ଥାନାନ୍ତର କରାଯାଇଥିଲା। ହେଲେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି। ସେ ଜଣେ ହୃଦ୍‌ ରୋଗୀ ଥିଲେ। ସେହିପରି ଆହତ ହୋଇଥିବା ନବୀନ ଜୈନଙ୍କ ଚିକିତ୍ସା ଜାରି ରହିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Stone Pelting Rajasthan Religious Procession
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe