Advertisment

ବାଇକ୍‌ ଚାଳକଙ୍କୁ ଧକ୍କା ଦେଲେ ୟୁଟ୍ୟୁବର, କହିଲେ- ଏହା ମୋ’ ନିତିଦିନିଆ କାମ

ରଜତ ଦଲାଲ ନାମକ ସୋଶାଲ ମିଡିଆ ଇନଫ୍ଲୁନସରଙ୍କ କଥା ଶୁଣି ଆପଣଙ୍କ ହୋସ୍‌ ଉଡ଼ିଯିବ । କାରଣ ସେ ଦ୍ରୁତ ଗତିରେ ଚଳାଉଥିବା କାର୍‌ ଏକ ବାଇକ୍‌ ଚାଳକଙ୍କୁ ପିଟିଥିବା ବେଳେ ଏହା ତାଙ୍କ ନିତିଦିନିଆ କାମ ବୋଲି କହିବାକୁ ପଛାଉ ନାହାନ୍ତି ।

accident

accident

Advertisment

ସୋଶାଲ ମିଡିଆ ଇନଫ୍ଲୁନସର ସାଧାରଣତଃ ଯୁବବର୍ଗଙ୍କ ପ୍ରେରଣା ପାଲଟି ଯାଇଥାନ୍ତି। ସୋଶାଲ ମିଡିଆରେ ସେମାନଙ୍କର ପ୍ରବଳ କ୍ରେଜ ଥିବା ସହ ଫଲୋର୍ସ ବି ପ୍ରବଳ ଥାଆନ୍ତି। ହେଲେ ରଜତ ଦଲାଲ ନାମକ ସୋଶାଲ ମିଡିଆ ଇନଫ୍ଲୁନସରଙ୍କ କଥା ଶୁଣି ଆପଣଙ୍କ ହୋସ୍‌ ଉଡ଼ିଯିବ । କାରଣ ସେ ଦ୍ରୁତ ଗତିରେ ଚଳାଉଥିବା କାର୍‌ ଏକ ବାଇକ୍‌ ଚାଳକଙ୍କୁ ପିଟିଥିବା ବେଳେ ଏହା ତାଙ୍କ ନିତିଦିନିଆ କାମ ବୋଲି କହିବାକୁ ପଛାଉ ନାହାନ୍ତି । ପୁଲିସ୍‌ ଏହି ସୋଶାଲ ମିଡିଆ ଷ୍ଟାରଙ୍କ ବିରୋଧରେ ରୁଜୁ କରିଛି ମାମଲା ।

Advertisment

ଗତକାଲି ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ୟୁଟ୍ୟୁବର ରଜତ ଦଲାଲ ଦିଲ୍ଲୀ- ଆଗ୍ରା ଜାତୀୟ ରାଜପଥରେ ଏକ କାର୍‌ରେ କ୍ଷୀପ୍ର ବେଗରେ ଯାଉଥିବା ଦେଖିବାକୁ ମିଳିଛି। ସେ ଉକ୍ତ କାର୍‌ର ଟେଷ୍ଟ ଡ୍ରାଇଭର କରୁଥିବା ବେଳେ ପାଖ ସିଟ୍‌ରେ ଜଣେ ଯୁବତୀ ବସିଥିବା ଦେଖିବାକୁ ମିଳିଛି। ଯୁବତୀଜଣକ ଉକ୍ତ ଶୋ’ ରୁମ୍‌ର କର୍ମଚାରୀ ବୋଲି ଜଣାଯାଇଛି।

ପ୍ରାୟ ୧୪୦ ସ୍ପିଡରେ ରଜତ ଗାଡ଼ି ଚଳାଉଥିବା ବେଳେ ଜଣେ ବାଇକ୍‌ ଚାଳକଙ୍କୁ ପିଟିଥିଲେ। ମାତ୍ର ଏହାପରେ ସେ ରହିବା ବଦଳରେ ଆଖି ପିଛୁଳାକେ କାର୍‌ ଛୁଟାଇ ପଳାଇଥିଲେ। ଯୁବତୀଜଣକ ଏପରି କରିବାକୁ ବାରଣ କରିଥିଲେ। ଏପରିକି ବାଇକ୍‌ ଚାଳକଙ୍କୁ ସାହାଯ୍ୟ କରିବାକୁ ବି ଗାଡ଼ି ଅଟକାଇ ନ ଥିଲେ ରଜତ ।

Advertisment

ଅପରପକ୍ଷେ, ଯୁବତୀଙ୍କୁ ସେ କହିଥିଲେ, ଆପଣ ନିଶ୍ଚିତ ରୁହନ୍ତୁ, ଏହା ମୋର ନିତିଦିନିଆ କାମ । ଏହି ଭିଡିଓ ଭାଇରାଲ ହେବା ପରେ ରଜତଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍‌।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe