Advertisment

'ନିଖୋଜ ନୁହନ୍ତି ଜେଣ୍ଟଲ୍‌ମ୍ୟାନ୍‌'

ଆମେ କେବେ ନିଖୋଜ ହୋଇନଥିଲୁ। ଆମେ ସବୁବେଳେ ଏଠାରେ ଥିଲୁ। ଏବେ ସୋଶାଲ ମିଡିଆରେ 'ଲାପତା ଜେଣ୍ଟଲମ୍ୟାନ୍‌ ଓ୍ୱାପସ୍‌ ଆ ଗୟେ' ମିମ୍ସ ଦେଖିବାକୁ ମିଳିବ ବୋଲି ସିଇସି ରାଜୀବ କୁମାର କହିଛନ୍ତି।

CEC Rajeev Kumar

CEC Rajeev Kumar

Advertisment

'ଫେରି ଆସିଲେ ନିଖୋଜ ଜେଣ୍ଟଲ୍‌ମ୍ୟାନ୍‌ ବା ଭଦ୍ର ଲୋକ। ଆମେ କେବେ ନିଖୋଜ ନଥିଲୁ।' ସୋଶାଲ ମିଡିଆରେ ତାଙ୍କୁ ଟାର୍ଗେଟ୍‌ କରି ଭାଇରାଲ ହୋଇଥିବା ମିମ୍ସର ଏଭଳି କିଛି ଜବାବ ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

Advertisment

ନିକଟରେ ସୋଶାଲ ମିଡିଆରେ ନିର୍ବାଚନ କମିଶନରଙ୍କୁ ଟାର୍ଗେଟ୍‌ କରି 'ନିଖୋଜ ଜେଣ୍ଟଲ୍‌ମ୍ୟାନ୍‌'ର ଏକ ମିମ୍ସ ଭାଇରାଲ ହେଉଥିଲା। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଲୋକସଭା ନିର୍ବାଚନର ଭୋଟ୍‌ ଗଣତି ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଏହାର ଉତ୍ତର ରଖିଛନ୍ତି।

ସେ କହିଛନ୍ତି, ଆପଣଙ୍କ ଲାପତା ତଥା ନିଖୋଜ ଜେଣ୍ଟଲମ୍ୟାନ୍‌ ଫେରି ଆସିଛନ୍ତି। ଆମେ କେବେ ନିଖୋଜ ହୋଇନଥିଲୁ। ଆମେ ସବୁବେଳେ ଏଠାରେ ଥିଲୁ। ଏବେ ସୋଶାଲ ମିଡିଆରେ 'ଲାପତା ଜେଣ୍ଟଲମ୍ୟାନ୍‌ ଓ୍ୱାପସ୍‌ ଆ ଗୟେ' ମିମ୍ସ ଦେଖିବାକୁ ମିଳିବ।

Advertisment

ସୋଶାଲ ମିଡିଆ ମିମ୍ସରେ ଆମକୁ ନିଖୋଜ ଜେଣ୍ଟଲମ୍ୟାନ୍‌ ବୋଲି କୁହାଯାଇଥିଲା। ଆମେ ଆମର ପ୍ରେସ୍ ନୋଟ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ପସନ୍ଦ କରୁ। ନିର୍ବାଚନ ସମୟରେ ଆମେ ୧୦୦ରୁ ଅଧିକ ପ୍ରେସ୍ ନୋଟ୍ ଦେଇଥିଲୁ ବୋଲି ସିଇସି କହିଛନ୍ତି।

ସେହିପରି ପୁଣି ଥରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସାଏରନା ଅନ୍ଦାଜ ଦେଖିବାକୁ ମିଳିଛି। 'ଗୁଲସନ କି ଖୁବସୁରତି ଫୁଲୋ ସେ ହୈ… ମାଲି କି ବାତ କୌନ୍‌ କରତା ହୈ…, ଲୋକତନ୍ତ୍ର ମେ ଜୀତ-ହାର ଜରୁରୀ ହୈ… ତୁମ୍‌ହାରୀ ବାତ୍‌ କୌନ୍‌ କରତା ହୈ…।' ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଥିବା କର୍ମଚାରୀଙ୍କ ପାଇଁ ସେ ଏହି ସୁନ୍ଦର ସାଏରୀ କହିଛନ୍ତି।

Chief Election Commission CEC Rajeev Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe