Advertisment

ପିଟିଆଇର ସମ୍ପାଦକ ପଦ ଛାଡ଼ିଲେ ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର

ଗତବର୍ଷ ଜୁନ ମାସରେ ଶ୍ରୀ ମହାପାତ୍ର ପିଟିଆଇର ସମ୍ପାଦକ ହୋଇଥିଲେ। ଏହାପୂର୍ବରୁ ସେ ୧୧ ବର୍ଷ କାଳ ହିନ୍ଦୁସ୍ତାନ ଟାଇମ୍ସରେ କାମ କରୁଥିଲେ।

Rajesh Mahapatra

Rajesh Mahapatra

Advertisment

ନ୍ୟୁଜ ଏଜେନ୍ସି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ ବା ପିଟିଆଇର ସମ୍ପାଦକ ପଦ ହଠାତ୍‌ ଛାଡ଼ି ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର। ସେ ଆଜି ହଠାତ୍‌ ପଦ ଛାଡ଼ିଥିବା ବେଳେ ଏହାର କାଣ ଜଣାପଡ଼ିନି। ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନି।

Advertisment

ଗତବର୍ଷ ଜୁନ ମାସରେ ଶ୍ରୀ ମହାପାତ୍ର ପିଟିଆଇର ସମ୍ପାଦକ ହୋଇଥିଲେ। ଏହାପୂର୍ବରୁ ସେ ୧୧ ବର୍ଷ କାଳ ହିନ୍ଦୁସ୍ତାନ ଟାଇମ୍ସରେ କାମ କରୁଥିଲେ।

ଦୀର୍ଘ ୨୫ ବର୍ଷ ହେଲା ସାମ୍ବାଦିକ କ୍ଷେତ୍ର ସହ ଜଡ଼ିତ ଥିବା ଶ୍ରୀ ମହାପାତ୍ର ବିଜନେସ, ରାଜନୀତିକ ବିଶ୍ଲେଷକ, ଲୋକ ନୀତି ବିଶେଜ୍ଞ, ନ୍ୟୁଜରୁମ ଲିଡର ଓ ସମ୍ପାଦକ ଭାବେ ବେଶ ଦକ୍ଷତାର ସହ କାମ କରିଛନ୍ତି। ସେ ଜଣେ ସ୍ତମ୍ଭକାର ଓ ଭାଷ୍ୟକାର ଭାବେ ମଧ୍ୟ ପରିଚିତ। ଶ୍ରୀ ମହାପାତ୍ର ଓଡ଼ିଶା ଡାଏଲଗ ବା ଓଡ଼ିଶା ଆଲୋଚନା ଚକ୍ର ଗଠନ କରିଥିଲେ।

Advertisment

ପିଟିଆଇ ପୂର୍ବରୁ ରାଜେଶ ମହାପାତ୍ର ହିନ୍ଦୁସ୍ତାନ ଟାଇମ୍ସ ସହ କାମ କରିଥିଲେ। ଉକ୍ତ ସଂସ୍ଥାରେ ସେ ସାଂଗଠନିକ ପରିବର୍ତ୍ତନ ଓ ଡିଜିଟାଲ କ୍ଷେତ୍ରର ନେତୃତ୍ୱ ନେଇଥିଲେ। ଏଥିସହ ସେ ଅନ୍ତର୍ଜାତୀୟ ପବ୍ଲିକେସନ ଯଥା ଏପି ଓ ବ୍ରିଜ ନ୍ୟୁଜରେ ଭାରତର ଅର୍ଥନୀତିକ ବିପ୍ଳବ ସମ୍ପର୍କରେ ଲେଖୁଥିଲେ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe