Advertisment

ଗେମିଂ ଜୋନ୍‌ରେ ଅଗ୍ନିକାଣ୍ଡ: ୬ ଅଧିକାରୀ ସସ୍‌ପେଣ୍ଡ

ରାଜକୋଟ ମ୍ୟୁନିସିପାଲ କର୍ପୋରେସନର ଦୁଇଜଣ ଅଧିକାରୀଙ୍କ ସମେତ ୬ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

rajkot-fire

rajkot-fire

Advertisment

ଗୁଜରାଟ ରାଜକୋଟ୍‌ ଟିଆର୍‌ପି ଗୋମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ବର୍ତ୍ତମାନ ସୁଦ୍ଧା ୩୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ମାମଲାରେ ପ୍ରଶାସନ ଏବେ ଆକ୍ସନ ମୁଡ୍‌କୁ ଆସିଛି। ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

Advertisment

ରାଜକୋଟ ମ୍ୟୁନିସିପାଲ କର୍ପୋରେସନର ଦୁଇଜଣ ଅଧିକାରୀ, ସହକାରୀ ଯନ୍ତ୍ରୀ ଜୟଦୀପ ଚୌଧୁରୀ ଏବଂ ଟାଉନ ପ୍ଲାନର୍ ଗୌତମ ଯୋଶୀଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ସଡକ ଓ ନିର୍ମାଣ ବିଭାଗର ଦୁଇଜଣ ଅଧିକାରୀ ଅତିରିକ୍ତ ଇଞ୍ଜିନିୟର ପାରସ କୋଠିଆ ଏବଂ ଡେପୁଟି ଇଞ୍ଜିନିୟର ଏମଆର୍‌ ସୁମାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଏଥିସହ ପୁଲିସ ବିଭାଗର ଦୁଇଜଣ ଅଧିକାରୀ ଇନ୍ସପେକ୍ଟର ଏନଆର୍‌ ରାଠୋର ଏବଂ ଭିଆର୍‌ ପଟେଲଙ୍କୁ ବିରୋଧରେ ମଧ୍ୟ ଆକ୍ସନ ଗ୍ରହଣ କରାଯାଇଛି।

ଏହାରି ଭିତରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ରାଜକୋଟ୍‌ ଗେମିଂ ଜୋନ୍‌ ଦୁର୍ଘଟଣାସ୍ଥଳଗୁ ଯାଇ ବ୍ୟକ୍ତିଗତ ଭାବେ ଯାଞ୍ଚ କରିଛନ୍ତି। ଏହି ଗୁରୁତର ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ହିଁ ରାଜ୍ୟ ସରକାର ତୁରନ୍ତ ପ୍ରଭାବରେ ୬ଜଣ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାର ତଦନ୍ତ ପାଇଁ ୫ ଜଣିଆ ସଦସ୍ୟ ବିଶିଷ୍ଟ ଏସ୍‌ଆଇଟି ଗଠନ କରାଯାଇଛି। ଏସ୍‌ଆଇଟି ପୂରା ମାମଲାର ତଦନ୍ତ କରୁଛି।

Advertisment

ଜେନେରେଟର ପାଇଁ ୧୫୦୦ ରୁ ୨୦୦୦ଲିଟର ଡିଜେଲ ଏବଂ କାର୍ ରେସିଂ ପାଇଁ ୧୦୦୦ ରୁ ୧୫୦୦ ଲିଟର ପେଟ୍ରୋଲ ରାଜକୋଟ୍‌ର ଟିଆରପି ଗେମିଂ ଜୋନ୍‌ରେ ଗଚ୍ଛିତ ଥିଲା। ଏହି କାରଣରୁ ନିଆଁ ଏତେ ବ୍ୟାପିଗଲା ଯେ ସମଗ୍ର ଗେମିଂ ଜୋନ୍‌ ପୋଡି ପାଉଁଶ ହୋଇଥିବା କୁହାଯାଉଛି। ଛୁଟି ଦିନ ଥିବାରୁ ଏହି ଗେମ୍‌ ଜୋନ୍‌ରେ ଏଣ୍ଟ୍ରି ୯୯ ଟଙ୍କା ସ୍କିମ୍ ଥିଲା, ଏହି କାରଣରୁ ଦୁର୍ଘଟଣା ସମୟରେ ଗେମ ଜୋନ୍‌ରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ।

Gujarat Fire At Game Zone Rajkot Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe