Advertisment

ଗେମିଂ ଜୋନ୍‌ରେ ଅଗ୍ନିକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ

ଅଭିଯୁକ୍ତ ଧଓ୍ୱଲ ଠକ୍କରଙ୍କୁ ରାଜସ୍ଥାନର ଆବୁ ରୋଡ୍‌ରୁ ପୁଲିସ ଗିରଫ କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
main-accused arrested

main-accused arrested

ଗୁଜରାଟ ରାଜକୋଟ୍‌ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ। ବନାସକାଣ୍ଠା ପୁଲିସ ଅଭିଯୁକ୍ତ ଧଓ୍ୱଲ ଠକ୍କରଙ୍କୁ ରାଜସ୍ଥାନର ଆବୁ ରୋଡ୍‌ରୁ ସୋମବାର ଗିରଫ କରିଛି। ଏହାକୁ ମିଶାଇ ଏହି ମାମଲାରେ ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

Advertisment

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ଧଓ୍ୱଲ ଠକ୍କର ଗେମିଂ ଜୋନ୍‌ରେ ଅଗ୍ନିକାଣ୍ଡ ପରେ ସହର ଛାଡି ପଳାଇଥିଲେ। ସେ ରାଜସ୍ଥାନରେ ଜଣେ ସମ୍ପର୍କୀୟଙ୍କ ଘରେ ଯାଇ ଲୁଚିଥିଲେ। 

ସେହିପରି ପୂର୍ବରୁ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଯାଇଛି। ଗେମିଂ ଜୋନ୍ ମାଲିକଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇ ସାରିଥିବାବେଳେ ଦୁଇଜଣ ଏବେ ବି ଫେରାର୍‌ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଥିବା ପୁଲିସ କହିଛି।

Advertisment

ଅନ୍ୟପଟେ ରାଜକୋଟ୍‌ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ରାଜ୍ୟ ସରକାର ୭ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଗୁଜରାଟ ହାଇକୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି। ଏହି ଅଗ୍ନିକାଣ୍ଡ ମାମଲାରେ ଗିରଫ ହୋଇଥିବା ତିନିଜଣ ଅପରାଧୀଙ୍କୁ ରାଜକୋଟ ଜିଲ୍ଲା କୋର୍ଟ ପୁଲିସ ହେପାଜତକୁ ପଠାଇଛନ୍ତି।

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ପରେ ରାଜକୋଟ ପୁଲିସ କମିଶନର ରାଜୁ ଭାର୍ଗବଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବ୍ରଜେଶ କୁମାର ଝାଙ୍କୁ ରାଜକୋଟ କମିଶନର ଭାବେ ନିଯୁକ୍ତି ମିଳିଛି। ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାର ଓ ରାଜକୋଟ ନଗର ନିଗମକୁ ଅଗ୍ନିକାଣ୍ଡ ପାଇଁ ସମାଲୋଚନା କରିବା ପରେ ଏପରି ବଦଳି ହୋଇଛି।

ଗତ ଶନିବାର ରାଜକୋଟର ଟିଅର୍‌ପି ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ମୋଟ ୩୨ ଜଣଙ୍କର ମୃତ୍ୟୁ ହୋଇଛି।

Gujarat Rajkot Gaming Zone Fire