Advertisment

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣା: ମାଲିକ ବି ଜୀବନ୍ତ ଦଗ୍ଧ, ଡିଏନ୍‌ଏ ଟେଷ୍ଟରୁ ଖୁଲାସା

ଘଟଣାସ୍ଥଲରୁ ମିଳିଥିବା ମୃତଦେହରୁ ନିଆଯାଇଥିବା ଡିଏନ୍‌ଏ ନମୁନା ପ୍ରକାଶ ହିରନ୍‌ଙ୍କ ମା'ଙ୍କ ଡିଏନ୍‌ଏ ନମୁନା ସହ ମେଳ ଖାଇଛି।

ଅଦ୍ୟତନ ହୋଇଛି
game zone Co-owner Dead

game zone Co-owner Dead

Advertisment

ଗୁଜରାଟ ରାଜକୋଟ୍‌ ଟିଆର୍‌ପି ଗେମିଂ ଜୋନ୍‌ ଟ୍ରାଡେଡି ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି। ଅଗ୍ନିକାଣ୍ଡରେ ଗେମିଂ ଜୋନ୍‌ ମାଲିକ ପ୍ରକାଶ ହିରନ୍‌ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଡିଏନ୍‌ଏ ଟେଷ୍ଟରୁ ଏହି ଖୁଲାସା ହୋଇଛି।

Advertisment

ରାଜକୋଟ୍‌ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ମୋଟ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଗେମିଂ ଜୋନ୍‌ ମାଲିକ ପ୍ରକାଶ ହିରନ ମଧ୍ୟ ଏଥିରେ ସାମିଲ ଥିବା କୁହାଯାଉଛି। ଅଗ୍ନିକାଣ୍ଡ ବେଳର ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ପ୍ରକାଶ ହିରନ୍‌ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ତାଙ୍କ କାର୍‌ ମଧ୍ୟ ଘଟଣାସ୍ଥଳରୁ ସ୍ଥାନରୁ ମିଳିଛି। ତାଙ୍କ ପାଖରେ ଗେମ୍‌ ଜୋନ୍‌ର ୬୦%ରୁ ଅଧିକ ସମ୍ପତ୍ତିର ମାଲିକାନା ଥିଲା। ନିଆଁ ଲାଗିବା ପରେ ତାଙ୍କୁ ଶେଷଥର ଲାଗି ସିସିଟିଭି ଫୁଟେଜ୍‌ରେ ଦେଖାଯାଇଥିଲା। ଏହାପରେ ତାଙ୍କ ସହ ସମ୍ପର୍କ ଛିନ୍ନ ହୋଇଥିଲା।

ହିରନ୍‌ଙ୍କ ଭାଇ ଜିତେନ୍ଦ୍ର ଗେମିଂ ଜୋନ୍‌ରେ ଅଗ୍ନିକାଣ୍ଡ ଘଟଣା ପରେ ସେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଗେମିଂ ଜୋନ୍‌ ପରିସରରେ ନିଆଁ ଲାଗିବା ସମୟରେ ତାଙ୍କ ଭାଇ ସେ ଭିତରେ ଥିବା ସେ ଏଥିରେ ଦାବି କରିଥିଲେ। ଏହାପରେ ଜଳି ଯାଇଥିବା କିଛି ମୃତଦେହକୁ ଚିହ୍ନଟ କରିବା ପାଇଁ ପୁଲିସ ଡଏନ୍‌ଏ ପରୀକ୍ଷଣ କରିଥିଲା। ଘଟଣାସ୍ଥଲରୁ ମିଳିଥିବା ଅବଶେଷରୁ ଡିଏନ୍‌ଏ ନମୁନା ପ୍ରକାଶ ହିରନ୍‌ଙ୍କ ମା'ଙ୍କ ଡିଏନ୍‌ଏ ନମୁନା ସହ ମେଳ ଖାଇଥିଲା। ଏହାପରେ ଫରେନ୍‌ସିକ୍‌ ଡିପାର୍ଟମେଣ୍ଟ ଅଗ୍ନିକାଣ୍ଡରେ ଗେମିଂ ଜୋନ୍‌ ମାଲିକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି।

Advertisment

ମେ' ୨୫ ତାରିଖରେ ରାଜକୋଟ୍‌ରେ ଥିବା ଟିଆର୍‌ପି ଗେମିଂ ଜୋନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୨ ଜଣ ଛୋଟ ପିଲାଙ୍କ ସମେତ ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନେକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଯୋଗୁ ମୃତଦେହଗୁଡିକୁ ଚିହ୍ନଟ କରିବା କଷ୍ଟକର ହୋଇପଡିଥିଲା। ଏଥିପାଇଁ ରାଜ୍ୟ ସରକାର ଡିଏନ୍‌ଏ ପ୍ରୋଫାଇଲିଂ ମାଧ୍ୟରେ ପୀଡିତଙ୍କୁ ଚିହ୍ନଟ କରିବା ପାଇଁ ଫରେନ୍‌ସିକ୍ ଡିପାର୍ଟମେଣ୍ଟର ସହାୟତା ଲୋଡିଥିଲେ।

Gujarat Rajkot Gaming Zone Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe