Advertisment

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ: ପୁଲିସ୍‌ କମିଶନର ଓ ନଗର ନିଗମ ମୁଖ୍ୟଙ୍କ ବଦଳି

ଶନିବାର ରାଜକୋଟର ଗେମିଂ ଜୋନରେ ଭୟଙ୍କର ନିଆଁ ଲାଗିଥିଲା। ଏଥିରେ ୨୭ ଜଣଙ୍କ ଜୀବନ ଯାଇଛି।

Gujarat

Gujarat

Advertisment

ରାଜକୋଟ ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଗୁଜରାଟ ସରକାର। ହାଇକୋର୍ଟଙ୍କ ସମାଲୋଚନା ପରେ ସରକାର ୬ ଜଣ ଆଇପିଏସ ଅଫିସରଙ୍କ ବଦଳି କରିଛନ୍ତି। ଏମାନଙ୍କ ମଧ୍ୟରେ ରାଜକୋଟ ପୁଲିସ୍‌ କମିଶନର ମଧ୍ୟ ରହିଛନ୍ତି। ସେହିପରି ରାଜକୋଟ ନଗର ନିଗମ ମୁଖ୍ୟଙ୍କ ବଦଳି ମଧ୍ୟ ହୋଇଛି।

Advertisment

ଶନିବାର ରାଜକୋଟର ଗେମିଂ ଜୋନରେ ଭୟଙ୍କର ନିଆଁ ଲାଗିଥିଲା। ଏଥିରେ ୨୭ ଜଣଙ୍କ ଜୀବନ ଯାଇଛି। ଏହାକୁ ନେଇ ହାଇକୋର୍ଟ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ସରକାର ଓ ରାଜକୋଟ ନଗର ନିଗମର ଅବହେଳାକୁ ତୀବ୍ର ସମାଲୋଚନା କରାଯାଉଛି।

ଏସବୁ ଭିତରେ ରାଜକୋଟ ପୁଲିସ୍‌ କମିଶନର ରାଜୁ ଭାର୍ଗବଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ବ୍ରିଜେଶ କୁମାର ଝାଙ୍କୁ ନିଯୁକ୍ତି ମିଳିଛି। ରାଜକୋଟର ଆଡିସିନାଲ କମିଶନର ଅଫ ପୁଲିସ୍‌(ପ୍ରଶାସନ, ଟ୍ରାଫିକ ଓ କ୍ରାଇମ) ବିଧି ଚୌଧୁରୀ ଓ ଜୋନ-୨ ଡିସିପି ସୁଧୀର କୁମାର ଜେ ଦେଶାଇଙ୍କ ମଧ୍ୟ ବଦଳି ହୋଇଛି।

Advertisment

ଗୁଜରାଟ ସରକାର ଅତିରିକ୍ତ ଭାବେ ରାଜକୋଟ ନଗର ନିଗମ କମିଶନ ଆନନ୍ଦ ପଟେଲଙ୍କ ସ୍ଥାନରେ ଡିପି ଦେଶାଇଙ୍କୁ ନିଯୁକ୍ତି ମିଳିଛି। ଡିପି ଦେଶାଇ ବର୍ତ୍ତମାନ ଅହମଦାବାଦ ଅର୍ବାନ ଡେଭଲପମେଣ୍ଟ ପ୍ରାଧିକରଣର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।

ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାର ଓ ରାଜକୋଟ ନଗର ନିଗମକୁ ଅଗ୍ନିକାଣ୍ଡ ପାଇଁ ସମାଲୋଚନା କରିବା ପରେ ଏପରି ବଦଳି ହୋଇଛି। ସହର ଭିତରେ ଥିବା ଏତେ ବଡ଼ ପ୍ରତିଷ୍ଠାନ ଚାଲିଥିବା ବେଳେ ସରକାର ଓ ନଗର ନିଗମ କ’ଣ ଆଖି ବୁଜି ଦେଇଥିଲେ ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

Gujarat Rajkot Fire Fire At Game Zone Rajkot Fie Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe