Advertisment

ଗେମିଂ ଜୋନ୍‌ରେ କିଭଳି ଲାଗିଥିଲା ନିଆଁ? ସାମ୍ନାକୁ ଆସିଲା ଭିଡିଓ

ଗେମିଂ ଜୋନ୍‌ରେ ନିଆଁ ଲାଗିବା ବେଳର ଏକ ସିସିଟିଭି ଫୁଟେଜ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
Fire at Game Zone

Fire at Game Zone

ଗୁଜରାଟର ରାଜକୋଟ ସହରରେ ଥିବା ଟିଆର୍‌ପି ଗୋମ୍‌ ଜୋନ୍‌ରେ ଅଗ୍ନିକାଣ୍ଡ ଲାଗିବା ଘଟଣା ସାମ୍ନାକୁ ଆସିଛି ନୂଆ ଅପ୍‌ଡେଟ୍‌। ଶନିବାର ଏହି ଗେମିଂ ଜୋନ୍‌ ଲାଗି ୩୨ ଜଣ ପ୍ରାଣ ହରାଇଛନ୍ତି। ତେବେ ଏଠାରେ କିଭଳି ଲାଗିଲା ନିଆଁ। ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି। ପୁଲିସ ପ୍ରଶାସନ ମଧ୍ୟ ଏହାର କାରଣ ଖୋଜୁଛି। ଏହାରି ଭିତରେ ଏକ ଭିଡିଓ ସାମ୍ନାକୁ ଆସିଛି।

Advertisment

ଗେମିଂ ଜୋନ୍‌ରେ ନିଆଁ ଲାଗିବା ବେଳର ଏକ ସିସିଟିଭି ଫୁଟେଜ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ୱେଲଡିଂ ସମୟରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ୱେଲଡିଂରୁ ଏକ ସ୍ପାର୍କ ଉଠିବା ପରେ କିଛି କ୍ଷଣ ମଧ୍ୟରେ ଚାରିଆଡେ ନିଆଁ ବ୍ୟାପି ସବୁକିଛି ଛାରଖାର ହୋଇଯାଉଛି। ଓ୍ୱେଲ୍ଡିଂରୁ ବାହାରୁଥିବା ସ୍ପାର୍କ ପାଖରେ ରଖାଯାଇଥିବା ପ୍ଲାଷ୍ଟିକ୍ ଗଦା ଉପରେ ପଡିବା ପରେ ଏଠାରେ ନିଆଁ ଲାଗି ଯାଉଥିବା ଭିଡିଓ ଦେଖିବାକୁ ମିଳିଛି।

ନିଆଁ ଲାଗିଥିବା ଜାଣିବା ପରେ ସେଠାରେ ଉପସ୍ଥିତ ଶ୍ରମିକମାନେ ଏହାକୁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ଏହାପରେ ଏହି ନିଆଁ କରାଳ ରୂପ ଧରି ସମଗ୍ର ଗେମିଂ ଜୋନକୁ ପୋଡି ପାଉଁଶ କରିଦେଇଥିବା କୁହାଯାଉଛି। ତେବେ ଏହି ଭିଡିଓଟି ପ୍ରକୃତରେ ଗୋମିଂ ଜୋନ୍‌ର ନାଁ ଆଉ କେଉଁଠିର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Advertisment

ସୂଚନାଯୋଗ୍ୟ, ଶନିବାର ଟିଆରପି ଗେମିଂ ଜୋନ୍‌ରେ ବ୍ୟାପକ ଅଗ୍ନିକାଣ୍ଡ ହେତୁ ପ୍ରାୟ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଧୂଆଁମୟ ହୋଇଯାଇଥିଲା। ବିପୁଳ ପରିମାଣର କାଠ ଆସବାବପତ୍ର ବ୍ୟତୀତ, ଖେଳ ସାମଗ୍ରୀ ଏବଂ ଟାୟାର ମଧ୍ୟ ଥିଲା। ଇଟା କଂକ୍ରିଟ ବଦଳରେ ଟିଫିନ ସିଟ୍‌ ଏବଂ ଷ୍ଟ୍ରକଚର କାଠ ସହିତ ପୂରା ଗେମ ଜୋନ୍‌ ନିର୍ମାଣ କରାଯାଇଥିଲା। ଏହି କାରଣରୁ ନିଆଁ ବ୍ୟାପି ଯାଇଥିଲା। ପ୍ରାୟ ତିନି ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା।

ଏହି ମାମଲାରେ ପୁଲିସ ରବିବାର ଦୁଇ ଜଣଙ୍କୁ ଗିରଫ କରିବା ସହ ୬ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଅଗ୍ନିକାଣ୍ଡର ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତଥା ଏସ୍‌ଆଇଟି ଗଠନ କରାଯାଇଛି। ସେପଟେ ଦୁର୍ଘଟଣା ପରେ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ସହିତ ଆହତମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି।

Gujrat Fire At Game Zone Rajkot Fire