/odisha-reporter/media/post_attachments/uploadimage/library/16_9/16_9_0/IAF_1695638456.jpg)
IAF
ଭାରତୀୟ ବାୟୁସେନାକୁ ମିଳିଛି ସି-୨୯୫ ପରିବହନ ବିମାନ। ଏହା ବାୟୁସେନାକୁ ଅଧିକ ସଶକ୍ତ ଓ ଅତ୍ୟାଧୁନିକ କରିବ। ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଏହି ବିମାନକୁ ବାୟୁସେନାରେ ସାମିଲ କରିଛନ୍ତି।
ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ହିଣ୍ଡନ ଠାରେ ଥିବା ବାୟୁସେନା ଏୟାର ବେସ୍ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ସି-୨୯୫ ବିମାନ ପର୍ଯ୍ୟାୟକ୍ରମେ ବୟୁସେନାର ପୁରୁଣା ଅଭରୋ-୭୪୮ର ସ୍ଥାନ ନେବେ। ୨୦୨୩-୩୧ ମଧ୍ୟରେ ସି-୨୯୫ ବିମାନ ବୟୁସେନାର ଟାଟିକାଲ ଏୟାରଲିଫ୍ଟ କ୍ଷମତାକୁ ଚାଇନା ସମେତ ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଅଧିକ ସଶକ୍ତ କରିବ।
ସି-୨୯୫ ବିମାନକୁ ସ୍ୱଦେଶ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଛି। ତତକ୍ଷାଣତ ଆକ୍ସନ ଓ ଟ୍ରୁପ୍ସର ପାରା ଡ୍ରପିଂ ପାଇଁ ସ୍ୱତନ୍ତ୍ର ଦ୍ୱାରର ବ୍ୟବସ୍ଥା ରହିଛି। ସ୍ୱତନ୍ତ୍ର ମିଶନ ସହ ବିପର୍ଯ୍ୟୟ ପ୍ରଶମନ ଓ ସାମୁଦ୍ରିକ ପ୍ୟାଟ୍ରୋଲିଂ ଡ୍ୟୁଟିରେ ମଧ୍ୟ ଏହି ବିମାନ ସାମିଲ ହୋଇପାରିବ।
ସି-୨୯୫ ବିମାନ ପାଇଁ ୨୦୨୧ରେ ୨୨ ହଜାର କୋଟି ଟଙ୍କାରେ ଡିଲ୍ ହୋଇଥିଲା। ୨୦୨୧ରେ ଭିଆର ଚୌଧୁରୀ ଡେପୁଟି ଚିଫ ଅଫ ଏୟାର ଷ୍ଟାଫ ଥିଲେ। ସେ ନିଜେ ହିଁ ଚୁକ୍ତି ପାଇଁ ସବୁ ପ୍ରକାରର କଥାବାର୍ତ୍ତା କରିଥିଲେ। ଏବେ ଭାରତୀୟ ବାୟୁସେନାକୁ ସି-୨୯୫ ବିମାନ ମିଳିଛି।
ସି-୨୯୫ ବିମାନ ସମ୍ପର୍କରେ କିଛି ତଥ୍ୟ
୧- ଏହି ବିମାନ ୫ରୁ ୧୦ ଟନ୍ ଓଜନର ଜିନିଷକୁ ପରିବହନ କରିପାରିବ।
୨- ବିମାନରେ ୭୧ ଟ୍ରୁପ୍ସ କିମ୍ବା ୪୯ ପାରା ଟ୍ରୁପର୍ସ ଏକା ସାଙ୍ଗରେ ଯାଇ ପାରିବେ। ଏହାର ସ୍ପିଡ ୨୬୦ ନଟ୍ସ ରହିବ।
୩- ସ୍ୱତନ୍ତ୍ର ମିଶନ ପାଇଁ ସି-୨୯୫ ବିମାନକୁ ପ୍ରସ୍ତୁତ କରାଯାଇଛି। ଏହା ସବଠାରୁ କମ ୧୧୦ ନଟ୍ସ ବେଗରେ ଯାଇ ପାରିବ।
୪- ବିପର୍ଯ୍ୟୟ ପ୍ରଶମନ ଓ ସାମୁଦ୍ରିକ ପ୍ୟାଟ୍ରୋଲିଂ ଡ୍ୟୁଟିରେ ମଧ୍ୟ ଏହି ବିମାନ ସାମିଲ ହୋଇପାରିବ।
୫- ତତକ୍ଷାଣତ ଆକ୍ସନ ଓ ଟ୍ରୁପ୍ସର ପାରା ଡ୍ରପିଂ ପାଇଁ ସ୍ୱତନ୍ତ୍ର ଦ୍ୱାରର ବ୍ୟବସ୍ଥା ରହିଛି।
୬- ସମସ୍ତ ୫୬ଟି ବିମାନରେ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଇଲେକ୍ଟ୍ରୋନିକ ୱାରଫେୟାର ସୁଟ ଲାଗିବ। ଏହାକୁ ଭାରତ ଇଲେକ୍ଟ୍ରୋନିକ୍ସ ଲିଃ ଓ ଭାରତ ଡାଇନାମିକ୍ସ ଲିଃ ତିଆରି କରିଛନ୍ତି।
୭- ମେଡିକାଲ ଉଦ୍ଧାର ମିଶନ ବେଳେ ସି-୨୯୫ ବିମାନରେ ୨୪ଟି ଷ୍ଟ୍ରେଚର ଓ ୭ ଜଣ ମେଡିକାଲ ଆଟେଣ୍ଡାଣ୍ଟ୍ସ ରହିପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
