Advertisment

ଗଲୱାନ ସଂଘର୍ଷ: ପ୍ରଥମଥର ବୈଠକ କରିବେ ଭାରତ ଓ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ

ପୂର୍ବ ଲଦାଖରେ ଦେଖାଯାଇଥିବା ସୀମା ବିବାଦ ଯୋଗୁ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି। ତେଣୁ ଆଲୋଚନା ବେଳେ ଦୁଇ ଦେଶର ନେତା ଏବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବେ।

Rajnath Singh

Rajnath Singh

Advertisment

ଗଲୱାନ ଘାଟି ସଂଘର୍ଷ ପରେ ପ୍ରଥମଥର ପାଇଁ ଭାରତ ଓ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ବୈଠକ କରିବେ। ସଂଘାଇ କୋପୋରେସନ ଅର୍ଗାନାଇଜେସନ (ଏସ୍‌ସିଓ)ର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ଏପ୍ରିଲ ୨୮ରେ ହେବ। ଏହି ଅବସରରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତାଙ୍କ ଚାଇନା ପ୍ରତିପକ୍ଷ ଲି ଶଙ୍ଘଫୁ ପରସ୍ପର ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Advertisment

ପୂର୍ବ ଲଦାଖରେ ଦେଖାଯାଇଥିବା ସୀମା ବିବାଦ ଯୋଗୁ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି। ତେଣୁ ଆଲୋଚନା ବେଳେ ଦୁଇ ଦେଶର ନେତା ଏବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବେ। ଏହାବାଦ ରାଜନାଥ ସିଂହ ଏସ୍‌ସିଓ ବୈଠକରେ ଯୋଗ ଦେବାକୁ ଥିବା ଅନ୍ୟ କିଛି ଦେଶର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସହ ମଧ୍ୟ ୱାନ ଟୁ ୱାନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ପ୍ରତିରକ୍ଷା ମନ୍ତ୍ରୀ ଏସସିଓ ରାଷ୍ଟ୍ରର ସଦସ୍ୟଙ୍କ ସହ ଆଞ୍ଚଳିକ ଶାନ୍ତି, ସୁରକ୍ଷା, ଆତଙ୍କବାଦ ବିରୋଧୀ ପଦକ୍ଷେପ ଓ ପ୍ରଭାବୀ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିବେ।”

Advertisment

ଭାରତ ବ୍ୟତୀତ ଏସ୍‌ସିଓରେ କାଜାଖସ୍ତାନ, ଚାଇନା, କିର୍ଗିସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି। ଏହାବାଦ ୨୮ ତାରିଖରେ ହେବାକୁ ଥିବା ଏସ୍‌ସିଓର ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ଦୁଇ ସଦସ୍ୟ ରାଷ୍ଟ୍ର ବେଲରୁଷ ଓ ଇରାନ ମଧ୍ୟ ଯୋଗଦେବେ।

Rajnath Singh China SCO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe