Advertisment

ଭୁଜ ଏୟାରବେସ୍‌ରୁ ପାକିସ୍ତାନକୁ ରାଜନାଥଙ୍କ କଡ଼ା ବାର୍ତ୍ତା: ଟ୍ରେଲର ଦେଖିଛ, ଫିଲ୍ମ ବାକି ଅଛି

ରାଜନାଥ ଆଜି ଭୁଜରେ ପହଞ୍ଚି ବାୟୁ ବୀରଙ୍କୁ ଭେଟିଛନ୍ତି। ଅରପେସନ ସିନ୍ଦୂରରେ ଭାରତୀୟ ବାୟୁ ସେନାର ପରାକ୍ରମକୁ ସେ ପ୍ରଶଂସା କରି ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଧୋଇଛନ୍ତି।

Bhuj

Bhuj

Advertisment

ଗୁଜରାଟର ଭୁଜ ଏୟାରବେସ୍‌ରୁ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଗୁରୁବାର ଶ୍ରୀଗନର ଗସ୍ତ କରିଥିବା ରାଜନାଥ ଆଜି ଭୁଜରେ ପହଞ୍ଚି ବାୟୁ ବୀରଙ୍କୁ ଭେଟିଛନ୍ତି। ଅରପେସନ ସିନ୍ଦୂରରେ ଭାରତୀୟ ବାୟୁ ସେନାର ପରାକ୍ରମକୁ ସେ ପ୍ରଶଂସା କରି ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଧୋଇଛନ୍ତି। ଅପରେସନ ସିନ୍ଦୂର ବେଳେ ଭୁଜ ଏୟାରବେସକୁ ଧ୍ୱଂସ କରିଥିବା ଦାବି କରିଥିଲା ପାକିସ୍ତାନ। ହେଲେ ରାଜନାଥ ସେଠାକୁ ଗସ୍ତ କରି ପାକିସ୍ତାନର ସବୁ ମିଛର ପର୍ଦ୍ଦାଫାସ କରିଛନ୍ତି।

Advertisment

ଏହାପରେ ସେ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ “ଭୁଜ ଏୟାର ବେସ୍‌ ପାକିସ୍ତାନ ବିପକ୍ଷ ବିଜୟରେ ସର୍ବଦା ସାକ୍ଷୀ ରହି ଆସିଛି। ୧୯୬୫ ଓ ୧୯୭୧ରେ ଆମେ ଏହା ଦେଖିଥିଲୁ। ଅପରେସନ ସିନ୍ଦୂରରେ ମଧ୍ୟ ଆମେ ପୁଣି ଥରେ ଭୁଜ ଏୟାରବେସ୍‌ର ପରାକ୍ରମକୁ ଦେଖିଲୁ। ଆତଙ୍କବାଦ ବିରୋଧୀ ଲଢ଼େଇର ନେତୃତ୍ୱ ସବୁବେଳେ ବାୟୁସେନା ନେଇ ଚାଲିଛି। ଏଠୁ ଉଡ଼ାଣ ଆରମ୍ଭ କରି ଲଢ଼ୁଆ ବିମାନ ପରାକ୍ରମ ଦେଖାଇଛି। ସାରା ବିଶ୍ୱକୁ ଭାରତ ମଧ୍ୟ ଏହାଦ୍ୱାରା ନିଜ ଶକ୍ତି ସମ୍ପର୍କରେ ବାର୍ତ୍ତା ଦେଇଛି।”

ବ୍ରହ୍ମୋସ ମିସାଇଲ ଓ ସ୍ୱଦେଶୀ ଜ୍ଞାନକୌଶଳର ପ୍ରଶଂସା କରି ରାଜନାଥ କହିଛନ୍ତି, “ ବ୍ରହ୍ମୋସ ମିଜାଇଲ୍‌ ତାକତକୁ ପାକିସ୍ତାନ ସ୍ୱୀକାର କରିସାରିଛି। ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି। ଆମ ଦେଶରେ ଏକ ପୁରାତନ କଥା ଅଛି ଦିନରେ ତାରା ଦେଖାଇବା। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବ୍ରହ୍ମୋସ ଏହା କରି ଦେଖାଇଛି। ପାକିସ୍ତାନକୁ ରାତିର ଅନ୍ଧକାର ଭିତରେ ଦିନର ଉଜାଲା ଦେଖାଇଛି ବ୍ରହ୍ମୋସ। ଏଣିକି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇବା ଆରମ୍ଭ କରିଛି।”

Advertisment

ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଦେଉଥିବା ଋଣକୁ ମଧ୍ୟ ରାଜନାଥ ବିରୋଧ କରିଛନ୍ତି। ଆଇଏମଏଫ ପାକିସ୍ତାନକୁ ଦେଇଥିବା ଋଣ ଉପରେ ରୋକ ଲଗାଇବା ଦରକାର ବୋଲି ଶ୍ରୀ ସିଂହ ମତ ରଖିଛନ୍ତି। ତାଙ୍କ କହିବା କଥା ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି। ତେଣୁ ଆଇଏମଏଫ ତା’ର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର।

ପାକିସ୍ତାନ ଋଣ ନେଉଥିବା ବେଳେ କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାରକୁ ୧୪ କୋଟି ଟଙ୍କା ଦେବ। କାରଣ ଭାରତର ଏୟାର ଷ୍ଟ୍ରାଇକରେ ତା’ର ଏକାଧିକ ସହଯୋଗୀ ନିହତ ହୋଇଛନ୍ତି। ଆତଙ୍କୀ ଲଢ଼େଇରେ ସମସ୍ତେ କେବଳ ଟ୍ରେଲର ଦେଖିଛନ୍ତି। ଆଗକୁ ପୂରା ଫିଲ୍ମ ବାକି ରହିଛି। ଆତଙ୍କବାଦ ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଜ୍ଞାବଦ୍ଧ। ଅପରେସନ ସିନ୍ଦୂର ବନ୍ଦ ହୋଇନି। ଏବେ ବି ଏହା ଜାରି ରହିଛି। ଆମେ ପାକିସ୍ତାନକୁ ପରୀକ୍ଷାରେ ରଖିଛୁ। ଯଦି ଏହାର ଆଚରଣରେ ଉନ୍ନତି ଆସେ, ତେବେ ସବୁ କିଛି ଠିକ୍। ନଚେତ୍ ପାକିସ୍ତାନକୁ କଠୋରତମ ଦଣ୍ଡ ଦିଆଯିବ।

ଅପରେସନ ସିନ୍ଦୂର ସମୟରେ ବାୟୁ ବୀରମାନେ ଯାହା କରି ଦେଖାଇଲା, ତାହା ସମସ୍ତଙ୍କୁ ଗର୍ବିତ କରିଛି। ଦେଶ ଭିତରେ ଓ ବାହାରେ ଥିବା ଭାରତୀୟ ସମସ୍ତେ ଗର୍ବିତ। ଆତଙ୍କବାଦକୁ ଦମନ କରିବାକୁ ଭାରତୀୟ ବାୟୁସେନା ପାଇଁ ମାତ୍ର ୨୩ ମିନିଟ୍ ଯଥେଷ୍ଟ ଥିଲା। ଟିଫିନ୍‌ ଖାଇବା ପାଇଁ ଯେତିକି ସମୟ ଦରକାର ସେତିକିରେ ସବୁ ଖତମ୍‌ ହୋଇଗଲା। ବାୟୁ ବୀରମାନେ ଶତ୍ରୁମାନଙ୍କ ଦେଶକୁ ଯାଇ କ୍ଷେପଣାସ୍ତ୍ର ପକାଇଥିଲେ।

ଏହାର ପ୍ରତିଧ୍ୱନୀ କେବଳ ଭାରତ ସୀମାରେ ସୀମିତ ରହିଲା ନାହିଁ। ପୂରା ବିଶ୍ୱ ସବୁ କିଛି ଦେଖିଛି। ସେହି ପ୍ରତିଧ୍ୱନୀ କେବଳ କ୍ଷେପଣାସ୍ତ୍ରର ନୁହେଁ, ବରଂ ବାୟୁ ବୀରଙ୍କ ବୀରତ୍ୱର ଗାଥା କହୁଛି ବୋଲି ରାଜନାଥ ମତ ରଖିଛନ୍ତି।

Rajnath Singh Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe