Advertisment

ମୋଦି ରୁଷ ଯାଇଥିଲେ, ଏବେ ଆମେରିକା ଯିବେ ରାଜନାଥ ସିଂହ

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ କରିଥିଲେ। ଏହାକୁ ନେଇ ଆମେରିକା ପରୋକ୍ଷରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲା।

rajnath singh

rajnath singh

Advertisment

ଚଳିତ ମାସର ଆମେରିକା ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଉଚ୍ଚସ୍ତୀୟ ବୈଠକରେ ଶ୍ରୀ ସିଂହ ଯୋଗାଦେବେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ କରିଥିଲେ।

Advertisment

ଏହାକୁ ନେଇ ଆମେରିକା ପରୋକ୍ଷରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲା। ସେହିପରି କୂଟନୀତିକ ସମ୍ପର୍କରେ ବି ଭଟ୍ଟା ସୃଷ୍ଟି ହୋଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜାସ ଯୁଦ୍ଧ ବିମାନ ପାଇଁ ଆମେରିକା ବିଳମ୍ବରେ ଇଞ୍ଜିନ ପଠାଇବାର କାରଣ ମଧ୍ୟ ମୋଦିଙ୍କ ରୁଷ ଗସ୍ତ ହୋଇଥାଇ ପାରେ।

ଏବେ କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ଗସ୍ତ କରି ସେସବୁ ଦ୍ୱନ୍ଦ୍ୱକୁ ଦୂର କରିବେ। ସେ ଆମେରିକା ସହ ଦ୍ୱିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ଓ ଇଣ୍ଡୋ-ପ୍ୟାସିଫିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଜେ ଅଷ୍ଟିନଙ୍କ ସହ ରାଜନାଥ ଅଗଷ୍ଟ ୨୩ରେ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ମଧ୍ୟ ଜଣାପଡ଼ିଛି।

Advertisment

ମୋଦିଙ୍କ ରୁଷ ଗସ୍ତ ସତ୍ତ୍ୱେ ଭାରତ ଅନ୍ୟ କ୍ୱାଡ ରାଷ୍ଟ୍ରଗୁଡ଼ିକ ସହ ମିଶି ମାଲାବର ନୌସେନା ଅଭ୍ୟାସର ଆୟୋଜନ କରିବାକୁ ଯାଉଛି। ଭାରତ ବ୍ୟବତୀତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନୌସେନା ବାହିନୀ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ହେବାକୁ ଥିବା ଭ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ। ଦକ୍ଷିଣ ଚୀନ ସାଗରରେ ଚାଇନାର ନିୟମିତ ଅନୁପ୍ରବେଶ ଜାରି ରହିଥିବାରୁ କ୍ୱାଡ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଏପରି ନୌସେନା ଅଭ୍ୟାସ ହେବ।

ତେବେ ଏହା ପୂର୍ବରୁ ରାଜନାଥ ସିଂହ ଚଳିତ ମାସରେ ୫ ଦିନିଆ ଆମେରିକା ଗସ୍ତ କରିବେ। ଏହି ସମୟରେ ସେ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ଆମେରିକାର ବଡ଼ବଡ଼ ପ୍ରତିରକ୍ଷା ସାମଗ୍ରୀ ତିଆରି କରୁଥିବା କମ୍ପାନୀଗୁଡ଼ିକ ସହ ଆଲୋଚନା କରିବେ। ଏନେଇ ଗତବର୍ଷ ଜୁଲାଇ ମାସରେ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ଆମେରିକୀୟ କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ କ’ଣ ପାଇଁ ହିନ୍ଦୁସ୍ତାନ ଅରୋନାଟିକ୍ସ ବା ହାଲକୁ ଜିଇ-ଏଫ୪୦୪ ଇଞ୍ଜିନ ପଠାଇବାରେ ବିଳମ୍ବ କରିଛି, ସେକଥା ମଧ୍ୟ ରାଜନାଥ ଉଠାଇବେ।

ଇଞ୍ଜିନ ଆସିବାରେ ବିଳମ୍ବ ହେଉଥିବାରୁ ଭାରତୀୟ ବାୟୁସେନା ପାଖରେ ୮୩ଟି ତେଜସ ମାର୍କ ୧ଏ ଜେଟ ପହଞ୍ଚି ପାରୁନି। ୨୦୨୧ରେ ଏତେ ସଂଖ୍ୟକ ତେଜସ ଯୋଗାଇ ଦେବାରୁ ହାଲ ସହ ଭାରତ ସରକାର ୪୬,୮୯୮ କୋଟି ଟଙ୍କାର ଡିଲ କରିଥିଲେ।

ଭାରତ ଓ ଆମେରିକା ମଧ୍ୟରେ ଦୁଇଟି ମେଗା ଡିଲ୍‌ ନେଇ ମଧ୍ୟ ରାଜନାଥଙ୍କ ଗସ୍ତ ସମୟରେ ଆଲୋଚନା ହେବ। ୩୧ଟି ଆର୍ମଡ ଏମକ୍ୟୁ ୯ବି ଡ୍ରୋନ, ୧୮୦ ହେଲଫାୟାର ମିସାଇ, ୩୧୦ ଜିବିୟୁ ୩୯ ବି ବୋମା, ନାଭିଗେସନ ସିଷ୍ଟମ, ସେନସର ଓ ମୋବାଇଲ ଗ୍ରାଉଣ୍ଡ କଣ୍ଟ୍ରୋଲ ସିଷ୍ଟମ ଭାରତ ସରକାର ଏହି ଡିଲ ମାଧ୍ୟମରେ ଆମେରିକାରୁ ଆଣିବେ। ଏତେ ସଂଖ୍ୟକ ଜିନିଷ ପାଇଁ ଆମେରିକା ୩୩,୫୦୦ କୋଟି ଟଙ୍କା କହୁଛି। ହେଲେ ଭାରତ ସରକାର ଏହାକୁ କମ କରିବାକୁ ଚାହୁଁଛନ୍ତି। ତଥାପି ନଭେମ୍ବର ସୁଦ୍ଧା ଏହି ଡିଲ୍‌ ଫାଇନାଲ ହେବ।

ଦ୍ୱିତୀୟ ଡିଲ୍‌ରେ ଜିଇ-ଏଫ୪୧୪ ଜେଟ ଇଞ୍ଜିନର ସହ ଉତ୍ପାଦନ ସମ୍ପର୍କରେ ଆଲୋଚନା ହେବ। ତେଜସ ମାର୍କ ୨ ପାଇଁ ୮୦% ଟେକ୍ନୋଲୋଜି ପ୍ରାୟ ୧ ବିଲିୟନ ଡଲାରର ମୂଲ୍ୟରେ ଭାରତ ଆଣିବାକୁ ଯୋଜନା କରିଛି।

Rajnath Singh USA Defence Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe