Advertisment

ବିଜୟାଦଶମୀରେ ଶସ୍ତ୍ର ପୂଜା କଲେ ରାଜନାଥ, କହିଲେ ଏମିତି

ଯବାନମାନଙ୍କ ସହିତ ମିଶି ଅସ୍ତ୍ରଶସ୍ତ୍ର ପୂଜା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

author-image
Madhupriya Mistry
Rajnath Singh

Rajnath Singh

ବିଜୟାଦଶମୀ ଅବସରରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆଜି ପ୍ରତିରକ୍ଷା ମନ୍ତ୍ରୀ ପଶ୍ଚିମବଙ୍ଗର ଦାର୍ଜିଲିଂରେ ପହଞ୍ଚିଛନ୍ତି। ସେଠାରେ ସେ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହିତ ମିଶି ଅସ୍ତ୍ରଶସ୍ତ୍ର ପୂଜା କରିଛନ୍ତି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ସୈନିକମାନଙ୍କ ସହ ସେ ଗ୍ରୁପ୍‌ ଫଟୋ ମଧ୍ୟ ଉଠାଇଛନ୍ତି।

Advertisment

ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ ସମସ୍ତେ ଜାଣନ୍ତି ଯେ, 'ଆଜି ହେଉଛି ଅସତ୍ୟ ଉପରେ ସତ୍ୟ ବିଜୟର ପର୍ବ। ଦଶହରା ହେଉଛି ବିଜୟର ପ୍ରତୀକ। ଆଜିର ଦିନରେ ହିଁ ଭଗବାନ ରାମ ଅସୁର ରାବଣକୁ ପରାସ୍ତ କରିଥିଲେ। ଏହା ମାନବତାର ବିଜୟ ଥିଲା।'

ରାଜନାଥ ସିଂହ ଆହୁରି କହିଛନ୍ତି, 'ଆମେ କୌଣସି ଦେଶ ଉପରେ ଆକ୍ରମଣ କରିନାହୁଁ କାରଣ ଆମର ହୃଦୟରେ କାହା ସହିତ ଶତ୍ରୁତା ନାହିଁ। ଅମେ କେବଳ ସେତେବେଳେ ଯୁଦ୍ଧ କରୁ ଯେତେବେଳେ ଆମର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ କେହି ଅସମ୍ମାନ କରନ୍ତି। ଯେତେବେଳେ କୌଣସି ଦେଶ ଧର୍ମ, ସତ୍ୟ ଏବଂ ମାନବିକ ମୂଲ୍ୟବୋଧ ବିରୋଧରେ ଯୁଦ୍ଧ ଆରମ୍ଭ କରେ ସେତେବେଳେ ଆମେ ଯୁଦ୍ଧ କରୁ। ଶାସ୍ତ୍ର ପୂଜା କରିବା ଏକ ପ୍ରତୀକ, ଯାହାକୁ ଆବଶ୍ୟକ ସମୟରେ ପୂର୍ଣ୍ଣ ଶକ୍ତି ସହିତ ବ୍ୟବହାର କରାଯାଇପାରିବ।'

Advertisment

କହିରଖୁ ଯେ, ବିଜୟାଦଶମୀ ଅବସରରେ ଶସ୍ତ୍ର ପୂଜାର ପରମ୍ପରା ରହିଛି। ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ମା ଦୁର୍ଗା ରାକ୍ଷସମାନଙ୍କୁ ହତ୍ୟା କରି ଦେବାତାମାନଙ୍କୁ ସୁରକ୍ଷା ଦେଇଥିଲେ। ଧର୍ମର ରକ୍ଷା ପାଇଁ ଭଗବାନ ରାମ ମଧ୍ୟ ରାବଣଙ୍କୁ ହତ୍ୟା କରିଥିଲେ। ତେଣୁ ଏହି ଦିନ ଦେବୀ ଏବଂ ଭଗବାନ ଶ୍ରୀ ରାମଙ୍କ ଅସ୍ତ୍ର ପୂଜା କରାଯାଏ।

Rajnath Singh Indian Army Dussehra 2024