Advertisment

BrahMos: ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ‘ବ୍ରହ୍ମୋସ’ ଚେତାବନୀ: ଜନ୍ମ ଦେଇଛୁ, ସମୟ ଆସିଲେ.....

ପାକିସ୍ତାନର ପ୍ରତିଟି ଇଞ୍ଚ ଜମି ବ୍ରହ୍ମୋସ ମିସାଇଲର ରେଞ୍ଜରେ ରହିଛି। ଏଥିସହ ଅପରେସନ ସିନ୍ଦୂର କେବଳ ଗୋଟିଏ ଟ୍ରେଲର ଥିଲା। ଏହି ଟ୍ରେଲର ପାକିସ୍ତାନକୁ ସବୁ କିଛି ବୁଝାଇ ଦେଇଛି ବୋଲି ଶ୍ରୀ ସିଂହ କହିଛନ୍ତି।

author-image
Hemant Lenka
Rajnath-singh

ରାଜନାଥ ସିଂହ

ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଇ ଭାରତ ବିରୋଧରେ ବିଷ ଉଗାରୁଥିବା ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନର ପ୍ରତିଟି ଇଞ୍ଚ ଜମି ବ୍ରହ୍ମୋସ ମିସାଇଲର ରେଞ୍ଜରେ ରହିଛି। ଏଥିସହ ଅପରେସନ ସିନ୍ଦୂର କେବଳ ଗୋଟିଏ ଟ୍ରେଲର ଥିଲା। ଏହି ଟ୍ରେଲର ପାକିସ୍ତାନକୁ ସବୁ କିଛି ବୁଝାଇ ଦେଇଛି। ଭାରତ ଯଦି ପାକିସ୍ତାନକୁ ଜନ୍ମ ଦେଇ ପାରିଛି, ତା’ହେଲେ ସମୟ ଆସିଲେ..। ସମସ୍ତେ ବୁଝି ପାରୁଥିବେ ବୋଲି ଶ୍ରୀ ସିଂହ(Rajnath Singh) କହିଛନ୍ତି। 

Advertisment

ଲକ୍ଷ୍ନୌର ଏରୋସ୍ପେଶ ପ୍ରତିଷ୍ଠାନରେ ସ୍ୱଦେଶୀ ଜ୍ଞାନକୌଶଳର ତିଆରି ହୋଇଥିବା ପ୍ରଥମ ବ୍ୟାଚ୍‌ ବ୍ରହ୍ମୋସ ମିସାଇଲର ଲଞ୍ଚ କାର୍ଯକ୍ରମରେ ଶ୍ରୀ ସିଂହ ଆଜି ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମୋସ ଦିବସ ଭାବେ ଆୟୋଜନ କରାଯାଇଛି। ଏଥିରେ ଯୋଗ ଦେଇ ଶ୍ରୀ ସିଂହ କହିଛନ୍ତି ଯେ “ଅପରେସନ ସିନ୍ଦୂର ବେଳେ ଭାରତର ସୁରକ୍ଷାରେ ବ୍ରହ୍ମୋସ ନିଜ କ୍ଷମତାର ପ୍ରମାଣ ଦେଇଛି। ବିଜୟ କେବଳ ଗୋଟିଏ ଘଟଣା ନୁହେଁ, ଏହା ଆମ ଅଭ୍ୟାସରେ ପରିଣତ ହୋଇଛି। ଏବେ ଆମେ ଏହି ଅଭ୍ୟାସକୁ କେବଳ ବଳବତ୍ତର ରଖିବା ନାହିଁ ବରଂ ଏହାକୁ ଅଧିକ ମଜବୁତ କରିବାକୁ ସଂକଳ୍ପବଦ୍ଧ ହେବା। 

ଅପରେସନ ସିନ୍ଦୂର ବ୍ରହ୍ମୋସ(BrahMos)କୁ କେବଳ ଗୋଟିଏ ଟ୍ରାଏଲରୁ ଅଧିକ ଆଗକୁ ନେଇ କାର୍ଯ୍ୟକାରୀ ପ୍ରମାଣରେ ପରିଣତ କରିଛି। ବ୍ରହ୍ମୋସର କ୍ଷମତା ସମ୍ପର୍କରେ ପୂରା ଦେଶ ବାସୀ ଜାଣି ସାରିଛନ୍ତି। ବ୍ରହ୍ମୋସରୁ ଆମର ଶତ୍ରୁ ବର୍ତ୍ତି ପାରିବ ନାହିଁ ବୋଲି ଦେଶବାସୀଙ୍କୁ ବିଶ୍ୱାସ ହୋଇ ସାରିଛି। 

Advertisment

ପାକିସ୍ତାନ କଥା ବିଚାରକୁ ନେଲେ ତା’ର ଗୋଟିଏ ଗୋଟିଏ ଇଞ୍ଚ ଜମି ବ୍ରହ୍ମୋର ରେଞ୍ଜ ମଧ୍ୟରେ ରହିଛି। ଅପରେସନ ସିନ୍ଦୂର ବେଳେ ଯାହା ହେଲା, ସେସବୁ କେବଳ ଟ୍ରେଲର ଥିଲା। କିନ୍ତୁ ସେହି ଟ୍ରେଲର ଦେଖି ପାକିସ୍ତାନ ସବୁ କିଛି ବୁଝି ସାରିଛି। ଭାରତ ଯଦି ପାକିସ୍ତାନକୁ ଜନ୍ମ ଦେଇ ପାରିଛି, ତା’ହେଲେ ସମୟ ଆସିଲେ ସେ.... ଆଗକୁ ମୋତେ କହିବା ଦରକାର ନାହିଁ। ଆପଣମାନେ ସମସ୍ତେ ବୁଝିପାରୁଥିବେ।”

ପ୍ରତିରକ୍ଷା ମନ୍ତ୍ରୀ ସିଂହଙ୍କ କହିବା କଥା ଯେ ବ୍ରହ୍ମୋସ ଭାରତୀୟ ସଶସ୍ତ୍ର ବଳର ଗୋଟିଏ ପ୍ରମୁଖ ସ୍ତମ୍ଭ ପାଲଟି ଯାଇଛି। ଭାରତୀୟ ସଶସ୍ତ୍ର ବଳକୁ ଏହାକୁ ଅଧିକ ସଶକ୍ତ କରିଛି। ଦେଶବାସୀଙ୍କ ବିଶ୍ୱାସ ବାସ୍ତବ ରୂପ ନେଇଥିବା ସେ କହିଛନ୍ତି। 

ପ୍ରତିବର୍ଷ ଲକ୍ଷ୍ନୌର ସରୋଜିନୀ ନଗରରେ ଥିବା ଏରୋସ୍ପେଶ କେନ୍ଦ୍ରରୁ ପ୍ରତିବର୍ଷ ୧୦୦ଟି ମିସାଇଲ ଉତ୍ପାଦନ ହେବ। ଏଠାରୁ ମିସାଇଲ ଗୁଡ଼ିକ ୩ ସେନା ବାହିନୀକୁ ପଠାଯିବ। ଏହିକ୍ରମରେ ପ୍ରଥମ ବ୍ୟାଚ୍‌ ଉତ୍ପାଦନର ଆଜି ଶୁଭାରମ୍ଭ ହୋଇଛି।

ବ୍ରହ୍ମୋସ କେନ୍ଦ୍ରକୁ ୨୦୦ ଏକର ଜମିରେ ତିଆରି କରାଯାଇଛି। ଏଥିପାଇଁ ୩୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବେ ବେଳେ ଶତାଧିକ ଲୋକ ନିଯୁକ୍ତ ପାଇବେ। 

Rajnath Singh BrahMos