Advertisment

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ନୂଆ CEC ବିଲ୍‌ ରାଜ୍ୟସଭାରେ ପାସ୍‌

ତଥାପି ନୂଆ ସିଇସି ବିଲ୍‌ ରାଜ୍ୟସଭାରେ ପାସ୍‌ ହୋଇଛି। ଏହି ବିଲ୍‌ରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି, ସେବାର ସର୍ତ୍ତ ଓ ନିୟମ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି।

CEC

CEC

Advertisment

ରାଜ୍ୟସଭାରେ ପାସ୍‌ ହୋଇଛି ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ନୂଆ ବିଲ୍। ଏହାକୁ ବିରୋଧୀ ଦଳଗୁଡ଼ିକ ଜୋରଦାର ବିରୋଧ କରିଥିଲେ। ଏପରି କି ବିଲ୍‌କୁ ବିରୋଧ କରି ସେମାନେ କକ୍ଷତ୍ୟାଗ କରିଥିଲେ।

Advertisment

ତଥାପି ନୂଆ ସିଇସି ବିଲ୍‌ ରାଜ୍ୟସଭାରେ ପାସ୍‌ ହୋଇଛି। ଏହି ବିଲ୍‌ରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି, ସେବାର ସର୍ତ୍ତ ଓ ନିୟମ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି।

ବିଲ୍‌ରେ ବ୍ୟବସ୍ଥା କରାଯାଇଛି ଯେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କୁ ଏଣିକି କେନ୍ଦ୍ର ସରକାର ନିଜ ଇଚ୍ଛାରେ ନିଯୁକ୍ତି ଦେବେ। କାରଣ ନିର୍ବାଚନ କମିଶନର ଚୟନ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିବେ ନାହିଁ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା (ଲୋକସଭା) ଓ ଜଣେ କ୍ୟାବିନେଟ ମନ୍ତ୍ରୀ ହିଁ ମୁଖ୍ୟ ନିର୍ବାଚନ କମିଶନ ଓ ଅନ୍ୟ କମିଶନରମାନଙ୍କୁ ଚୟନ କରିବେ।

Advertisment

ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ଚୟନ ପାଇଁ ଗଠିତ କମିଟି ୩ ସଦସ୍ୟ ବିଶିଷ୍ଟ ହୋଇଥାଏ। ଏହି କମିଟିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଦସ୍ୟ ରହିଛନ୍ତି। ହେଲେ ସିଜେଆଇଙ୍କ ବଦଳରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ କମିଟିରେ ରଖିବାକୁ ବିଲ୍‌ରେ ବ୍ୟବସ୍ଥା କରାଯାଇଛି।

ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସହ ଜଡ଼ିତ ମାମଲାର ଶୁଣାଣି କରିଥିଲେ। ଏହାପରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ଗଠିତ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ରାୟ ଶୁଣାଇଥିଲେ। ମାତ୍ର କେନ୍ଦ୍ର ସରକାର ବିଲ୍‌ ଜରିଆରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେବାକୁ ଚେଷ୍ଟା କରିଛନ୍ତି।

ଆଜି ଏହା ରାଜ୍ୟସଭାରେ ପାସ୍‌ ହୋଇଥିଲା ବେଳେ ପରବର୍ତ୍ତୀ ଦିନରେ ଏହା ଲୋକସଭାରେ ଆଗତ ହେବ। ଲୋକସଭାରେ ବିଜେପିର ଆବଶ୍ୟକ ସଂଖ୍ୟା ରହିଛି। ତେଣୁ ନୂଆ ସିଇସି ବିଲ୍‌ ଲୋକସଭାରେ ନିଶ୍ଚିତ ଭାବେ ପାରିତ ହେବ।

ଅନ୍ୟପକ୍ଷରେ ସିଇସି ଓ ଅନ୍ୟ କମିଶନରଙ୍କ ରାଙ୍କ ମଧ୍ୟ ହ୍ରାସ କରାଯାଇଛି। ଏବେ ସେମାନେ କ୍ୟାବିନେଟ ରାଙ୍କ ଅଫିସର ଭାବେ ସବୁ ପ୍ରକାରର ଦରମା ଓ ଭତ୍ତା ପାଇବେ। କିନ୍ତୁ ପୂର୍ବରୁ ସୁପ୍ରିମକୋର୍ଟ ବିଚାରପତି ରାଙ୍କର ନିରପେକ୍ଷ ଅଧିକାରୀ ରହିଥିଲେ।

Election CEC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe