Advertisment

ରାମ ଲଲାଙ୍କ ମୂର୍ତ୍ତି ବାଛିଲେ ଅଯୋଧ୍ୟା ମନ୍ଦିର ଟ୍ରଷ୍ଟ

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବାବେଳେ ମନ୍ଦିରରେ ରାମ ଲଲାଙ୍କର କେଉଁ ଶିଶୁ ସୁଲଭ ମୂର୍ତ୍ତି ସ୍ଥାନିତ ହେବ ତାହା ବଛା ଯାଇଛି। ଶୁକ୍ରବାର ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ବୈଠକ ବସି ତିନିଟି ମୂର୍ତ୍ତିରୁ ଗୋଟିଏ ମୂର୍ତ୍ତି ଚୂଡ଼ାନ୍ତ କରିଛନ୍ତି।

Ayodhya Ram Temple

Ayodhya Ram Temple

Advertisment

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବାବେଳେ ମନ୍ଦିରରେ ରାମ ଲଲାଙ୍କର କେଉଁ ଶିଶୁ ସୁଲଭ ମୂର୍ତ୍ତି ସ୍ଥାନିତ ହେବ ତାହା ବଛା ଯାଇଛି। ଶୁକ୍ରବାର ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ବୈଠକ ବସି ତିନିଟି ମୂର୍ତ୍ତିରୁ ଗୋଟିଏ ମୂର୍ତ୍ତି ଚୂଡ଼ାନ୍ତ କରିଛନ୍ତି। ତେବେ କମିଟିର ସଦସ୍ୟମାନେ କହିଛନ୍ତି ଯେ ଧାର୍ମିକ ଓ ଆଧ୍ୟାତ୍ମିକ ନେତୃମଣ୍ଡଳୀଙ୍କଠାରୁ ମଧ୍ୟ ଏହି ମୂର୍ତ୍ତି ସଂପର୍କରେ ମତାମତ ସଂଗ୍ରହ କରାଯିବ।

Advertisment

ଶୁକ୍ରବାର ବସିଥିବା ବୈଠକରେ ମୌଖିକ ମତରେ ସଦସ୍ୟମାନେ ମୂର୍ତ୍ତି ଚୟନ କରିଥିଲେ। ତେବେ ଗଭୀର ଭାବେ ଆଧ୍ୟାତ୍ମିକ ଭାବ ରଖିଥିବା ଲୋକମାନଙ୍କଠାରୁ ମଧ୍ୟ ଏହି ମୂର୍ତ୍ତି ସଂପର୍କରେ ମତାମତ ସଂଗ୍ରହ କରାଯିବ ବୋଲି ସଦସ୍ୟମାନେ କହିଛନ୍ତି। ସେମାନେ ମୂର୍ତ୍ତିର ଶିଶୁ ସୁଲଭ ସରଳତା ଓ ଦୈବତ୍ୱ ସଂପର୍କରେ ମତ ଦେବେ।

ମିଳିଥିବା ସୂଚନା ଅନୁସାରେ ରାମ ଲଲାଙ୍କ ମୂର୍ତ୍ତି ନୂତନ ରାମ ମନ୍ଦିରର ଗର୍ଭ ଗୃହରେ ସ୍ଥାନିତ ହେବେ। ସେହି ମୂର୍ତ୍ତିର ଉଚ୍ଚତା ୫୧ ଫୁଟ। ପାଞ୍ଚ ବର୍ଷ ବୟସରେ ରାମଚନ୍ଦ୍ର ଯେପରି ଦେଖାଯାଉଥିଲେ ଏହି ମୂର୍ତ୍ତି ସେହିପରି ହୋଇଛି। ଏହାଙ୍କୁ ୩୫ ଫୁଟ୍ ଦୂରରୁ ସ୍ପଷ୍ଟ ଭାବେ ଦର୍ଶନ କରିହେବ।

Advertisment

ଏବେ ଯାଏଁ ସେଠାରେ ପୂଜା ପାଉଥିବା ପୁରୁଣା ମୂର୍ତ୍ତି ଏଣିକି ଅଚଳ ମୂର୍ତ୍ତି ଭାବେ ପରିଚିତ ହେବେ। ନୂଆ ମୂର୍ତ୍ତି ଉତ୍ସବମୂର୍ତ୍ତି ଭାବେ ମନ୍ଦିର ଗର୍ଭ ଗୃହରେ ପୂଜା ପାଇବେ। ଜାନୁଆରୀ ୨୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମୂର୍ତ୍ତିଙ୍କୁ ନେଇ ଗର୍ଭ ଗୃହରେ ସ୍ଥାନିତ କରିବେ ଓ ସେହି ଦିନ ମନ୍ଦିର ପ୍ରତିଷ୍ଠା ସଂପନ୍ନ ହେବ।

ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ରାମ ଲଲାଙ୍କ କପାଳରେ ଯେପରି ସୂର୍ଯ୍ୟାଲୋକ ପଡ଼ିବ ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ସେ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ମନ୍ଦିରର ଉପରିଭାଗରେ ଏକ ଯନ୍ତ୍ର ଲଗାଯାଇଛି। ସେହି ଯନ୍ତ୍ର ସହାୟତାରେ ସୂର୍ଯ୍ୟ ରଶ୍ମୀକୁ ପାଇପ ଓ ଦର୍ପଣ ଯୋଗେ ମନ୍ଦିରର ଗର୍ଭ ଗୃହର କେନ୍ଦ୍ରସ୍ଥଳ ପର୍ଯ୍ୟନ୍ତ ଅଣାଯିବ। ସେଠାରୁ ଅନ୍ୟ ଏକ ଦର୍ପଣ ସହାୟତାରେ ଏହ ରଶ୍ମୀ ରାମ ଲଲାଙ୍କ କପାଳ ଦେଶ ସ୍ପର୍ଶ କରିବ। ପ୍ରତି ବର୍ଷ ରାମ ନବମୀରେ ୫ ମିନିଟ ଯାଏଁ ଏହି ରଶ୍ମୀ ରାମ ଲଲାଙ୍କ କପାଳରେ ଦେଖାଦେବେ।

Ram Navami Ayodhya Ram Mandir Ram Mandir Ayodhya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe