Ram Mandir
ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଆସନ୍ତା ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ନୀତିକାନ୍ତି କରିବେ। କିନ୍ତୁ ଏହାପୂର୍ବରୁ ରାମଲଲାଙ୍କ ମହାପୂଜନ ନୀତିକାନ୍ତି ଆରମ୍ଭ ହେବ। ଜାନୁଆରୀ ୧୬ରୁ ନୀତିକାନ୍ତି ଆରମ୍ଭ ହେବ ବୋଲି ଆଜି ସୂଚନା ମିଳିଛି।
ବୈଦିକ ବିଦ୍ୱାନ ଓ ପଣ୍ଡିତମାନେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମଥୁରଣାଥ ଦିକ୍ଷୀତଙ୍କ ନେତୃତ୍ୱରେ ପ୍ରାଣପ୍ରତିଷ୍ଠା ପୂର୍ବରୁ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ କରିବେ। ଏହା ମଧ୍ୟରେ ସର୍ବ ପ୍ରାୟଶ୍ଚିତ ହୋମ, ଦଶବିଦ୍ଧ ସ୍ନାନ(ସରାୟୁ ନଦୀରେ ସ୍ନାନ) ଓ ଅନ୍ୟାନ୍ୟ ନୀତିକାନ୍ତି ୧୬ ଜାନୁଆରୀ ମଧ୍ୟାହ୍ନରୁ ଆରମ୍ଭ ହେବ।
ଜାନୁଆରୀ ୧୭ରେ ଜଳଯାତ୍ରା, ତୀର୍ଥ କଳସ ପୂଜା ପ୍ରମୁଖ କରାଯିବ। ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ନୀତିକାନ୍ତି ପ୍ରଧାନ ସଂକଳ୍ପ ଓ ଗଣେଶମ୍ବିକା ପୂଜନ ଜାନୁଆରୀ ୧୮ରେ କରାଯିବ।
ସେହିଦିନ ମଣ୍ଡପ ପ୍ରବେଶ, ପୂଜନ ଓ ଯଜ୍ଞଭୂମି ପୂଜନ ମଧ୍ୟ କରାଯିବ। ଜାନୁଆରୀ ୧୯ ବେଶ ବ୍ୟସ୍ତବହୁଳ ରହିବ। ୧୯ ତାରିଖରେ ଦେବତା ପୂଜନ ପରେ ସମସ୍ତ ପ୍ରକାରର ବେଦ, କୁଣ୍ତ ପୂଜନ, ଯଜ୍ଞ, ଜଳାଭିଷେକ ଓ ଅନ୍ୟ ନୀତିକାନ୍ତି ସବୁ କରାଯିବ।
ଜାନୁଆରୀ ୨୦ରେ ପବିତ୍ର ଜଳରେ ମନ୍ଦିରକୁ ପବିତ୍ରକରଣ କରାଯିବ। ଏହାପରେ ବାସ୍ତୁ ପୂଜନ ହେବ। ୨୧ ତାରିଖରେ ପ୍ରତିମୂର୍ତ୍ତିଙ୍କ ସ୍ନାନ କରାଯିବ। ପବିତ୍ର ନଦୀରୁ ଆସିଥିବା ୧୧୪ ଗରା ଜଳରେ ଏହି ସ୍ନାନ ନୀତି କରାଯିବ। ସ୍ନାନ ନୀତି ପରେ ମହାପୂଜା ଓ ନଗର ଭ୍ରମଣ କାର୍ଯ୍ୟକ୍ରମ ରହିଛି।
ଦେବ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖ ମଧ୍ୟାହ୍ନରେ କରାଯିବ। ସକାଳ ୮ଟାରୁ ୧୨ଟା ମଧ୍ୟରେ ନିୟମିତ ନୀତିକାନ୍ତି ପରେ ପ୍ରାଣ ପ୍ରତିଷ୍ଠା ହେବ। ପ୍ରାଣ ପ୍ରତିଷ୍ଠା ପରେ ମହାପୂଜନ, ଆରତି ଓ ପୂର୍ଣ୍ଣାହୂତି କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1702038360.jpg)