Advertisment

ରାମ ମନ୍ଦିର ପ୍ରତିଷ୍ଠା ଦିନ ଏହି ସବୁ ରାଜ୍ୟରେ ସ୍କୁଲ୍-କଲେଜ ଛୁଟି ସହ ବନ୍ଦ ରହିବ ମଦ-ମାଂସ ଦୋକାନ

ପ୍ରଭୁଙ୍କ ଆଗମନ ପାଇଁ କେବଳ ଯେ ଅଯୋଧ୍ୟା ନଗରୀ କି ଉତ୍ତର ପ୍ରଦେଶ ନୁହେଁ ପୂରା ଭାରତ ପ୍ରସ୍ତୁତିରେ ଲାଗିପଡିଛି।

Ram Temple

Ram Temple

Advertisment

ରାମ ମନ୍ଦିର ପ୍ରତିଷ୍ଠା ନେଇ ଚଳ ଚଞ୍ଚଳ ଅଯୋଧ୍ୟା ନଗରୀ। ଦୀର୍ଘ ପାଞ୍ଚ ଶହ ବର୍ଷର ଅପେକ୍ଷା ପରେ ଜନ୍ମଭୂମିରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମା ପୂଜା ପାଇବ। ଏଥିପାଇଁ 22 ଜାନୁଆରୀକୁ ଶୁଭ ସମୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ କେବଳ ଯେ ଅଯୋଧ୍ୟା ନଗରୀ କି ଉତ୍ତର ପ୍ରଦେଶ ନୁହେଁ ପୂରା ଭାରତ ପ୍ରସ୍ତୁତିରେ ଲାଗିପଡିଛି।

Advertisment

ଉତ୍ତର ପ୍ରଦେଶରେ ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନ ସାଧାରାଣଙ୍କୁ ଦୀପାବଳି ଭଳି ଖୁସି ମନାଇବାକୁ ନିବେଦନ କରିଛନ୍ତି। ଉତ୍ତର ପ୍ରଦେଶ ସରକାର ମଧ୍ୟ ଜାନୁଆରୀ 22ରେ ରାଜ୍ୟରେ ମାଦକ ଦ୍ରବ୍ୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମଦ ସହ ମାଂସ ଦୋକାନ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଗୋଆରେ ମଧ୍ୟ ଜାନୁଆରୀ 22କୁ ସାଧାରଣ ଛୁଟି ଘୋଷଣା କରାଯାଇଛି। ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଛୁଟି ଘୋଷଣା ହେବା ଫଳରେ ଏହି ପବିତ୍ର ଅବସରରେ ରାଜ୍ୟବାସୀ ନିଜକୁ ନିୟୋଜିତ କରିପାରିବେ ବୋଲି ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଗୋଆ ମୁଖ୍ୟମନ୍ତ୍ରୀ ମଧ୍ୟ ଦୀପାବଳି ଭଳି ବିଶେଷ ଉତ୍ସବ ମନାଇବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

Advertisment

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ତାଙ୍କ ରାଜ୍ୟବାସୀଙ୍କୁ 22 ଜାନୁଆରୀକୁ ବିଶେଷ ଦିବସ ଭାବେ ପାଳନ କରିବାକୁ ଅପିଲ୍ କରିଛନ୍ତି। ମଧ୍ୟ ପ୍ରଦେଶରେ ମଧ୍ୟ ଏହି ଦିନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ବନ୍ଦ ସହ ମଦ ଏବଂ ମାଂସ ଦୋକାନ ବନ୍ଦ ରହିବ। ସେହିପରି ଏହି ଦିବସରେ ଛୁଟି ଘୋଷଣା କରିବାରେ ଛତିଶଗଡ ଏବଂ ହରିଆଣା ସରକାର ନଧ୍ୟ ସାମିଲ ହୋଇଛନ୍ତି। ଅନୁରୂପ ଭାବେ ଏହି ଦୁଇ ରାଜ୍ୟରେ ମଧ୍ୟ ସରକାରୀ ଛୁଟି ଘୋଷଣା କରାଯାଇଛି।  

Ayodhya Ram Temple Ram Mandir Ram Mandir Prana Pratistha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe