Advertisment

ପକ୍ଷାଘାତର ଶିକାର କର ସେବକ; ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ମାଗିଲେ ଅନୁମତି

ଅଚଳ ମୀନା ସିଂ ନାମକ ସାଧାରଣ ନାଗରିକ ଏହି ଭବ୍ୟ ସମାରୋହରେ ସାମିଲ ହେବାକୁ ଅନୁମତି ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Achal Singh Meena

Achal Singh Meena

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସମଗ୍ର ଅଯୋଧ୍ୟା ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଚାରି ଆଡ଼େ ରାମ ନାମ ଗୁଞ୍ଜରିତ ହେଉଛି। ଏପରି ସମୟରେ ଅଚଳ ମୀନା ସିଂ ନାମକ ସାଧାରଣ ନାଗରିକ ଏହି ଭବ୍ୟ ସମାରୋହରେ ସାମିଲ ହେବାକୁ ଅନୁମତି ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

Advertisment

୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବିବାଦୀୟ ଢାଞ୍ଚା ଭାଙ୍ଗିବା ପରେ ଅଯୋଧ୍ୟାରେ ଯେଉଁ ଦଙ୍ଗା ହୋଇଥିଲା, ସେତେବଳେ ହଜାର ହଜାର କର ସେବକ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଭୋପାଳ ବାସିନ୍ଦା ଅଚଳ ମୀନା ବି କର ସେବକ ଭାବେ ସାମିଲ ହୋଇଥିଲେ। ସେତେବେଳେ ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିଲା। ସେ ଏକ ଭଗ୍ନାବଶେଷ ଉପରେ ଛିଡ଼ା ହୋଇଯାଇଥିବା ବେଳେ ତାହା ତାଙ୍କ ଉପରେ ପଡ଼ି ଯାଇଥିଲା।

ଏହାପରେ ଅଚଳଙ୍କ ଦୁନିଆରେ ଅନ୍ଧକାର ଘୋଟି ଯାଇଥିଲା। ପ୍ରଥମେ ତାଙ୍କୁ ଫରିଦାବାଦ ଓ ପରେ ଲକ୍ଷ୍ନୌସ୍ଥିତ ଗାନ୍ଧି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ସେ ପକ୍ଷାଘାତ ରୋଗରେ ପୀଡ଼ିତ ହେଲେ। ସେବେଠୁ ଆଉ କେବେ ଚାଲିବାକୁ ସକ୍ଷମ ହୋଇ ପାରି ନାହାନ୍ତି ଅଚଳ ।

Advertisment

ଯେଉଁ ରାମ ମନ୍ଦିର ନିମନ୍ତେ ସେ ନିଜ ଜୀବନକୁ ନର୍କ କରି ଦେଇଛନ୍ତି, ଏବେ ସେହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେଉଥିବାରୁ ବେଶ୍‌ ଉତ୍ସାହିତ ଅଛନ୍ତି ଅଚଳ। ତେଣୁ ଏହି ଉତ୍ସବରେ ସାମିଲ ହେବାକୁ ସେ ପ୍ରଧାନମନ୍ତ୍ରୀ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁଙ୍କୁ ନିବେଦନ କରିଛନ୍ତି । ମାତ୍ର ଏନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରିନି।

Ayodhya Ram Mandir