Advertisment

ମୋଦିଙ୍କ ଅଡିଓ ବାର୍ତ୍ତା: ଆଜିଠୁ ୧୧ ଦିନ ଲାଗି ବିଶେଷ ଅନୁଷ୍ଠାନ

ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାର ପୂଣ୍ୟ ଅବସର ମିଳିଥିବାରୁ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ଆଜିଠୁ ୧୧ ଦିନ ଲାଗି ଏକ ବିଶେଷ ଅନୁଷ୍ଠାନ ଆରମ୍ଭ କରୁଥିବା ଘୋଷଣା କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
PM Modi

PM Modi

ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଯୋଗଦେବା ପୂର୍ବରୁ ଦେଶବାସୀଙ୍କୁ ବିଶେଷ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାର ପୂଣ୍ୟ ଅବସର ମିଳିଥିବାରୁ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଆଜିଠୁ ୧୧ ଦିନ ଲାଗି ଏକ ବିଶେଷ ଅନୁଷ୍ଠାନ ଆରମ୍ଭ କରୁଥିବା ଘୋଷଣା କରିଛନ୍ତି।

Advertisment

ରାମ- ରାମ ଉଚ୍ଚାରଣରୁ ସୋଶାଲ ମିଡିଆ ଆକାଉଣ୍ଟ ‘X’ ରେ ଅଡିଓ ପୋଷ୍ଟ କରି ମୋଦି କହିଛନ୍ତି, ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର ୧୧ ଦିନ ବଞ୍ଚିଛି। ଏହି ପୂଣ୍ୟ ଅବସରର ସାକ୍ଷୀ ହେବା ପାଇଁ ମୋତେ ସୁଯୋଗ ମିଳିଥିବାରୁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି। ପ୍ରାଣ ପ୍ରତିଷ୍ଠା ସମୟରେ ସମଗ୍ର ଭାରତବାସୀଙ୍କ ପ୍ରତିନିଧିତ୍ୱ କରିବା ନିମନ୍ତେ ପ୍ରଭୁ ମୋତେ ମାଧ୍ୟମ କରିଛନ୍ତି। ଏହାକୁ ଧ୍ୟାନରେ ରଖି ଆଜିଠୁ ୧୧ ଦିନର ବିଶେଷ ଅନୁଷ୍ଠାନର ଆରମ୍ଭ କରୁଛି। ଏପରି ସମୟରେ ନିଜ ଭାବନାକୁ ଶବ୍ଦରେ ପରି ପ୍ରକାଶ କରିବା ଖୁବ୍‌ କଷ୍ଟକର ବୋଲି ସେ କହିଛନ୍ତି।

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ୧୧ ଦିବସୀୟ ଯମ- ନିୟମ ପାଳନ ଅନୁଷ୍ଠାନର ଶୁଭାରମ୍ଭ କରିଛନ୍ତି। ପାର୍ଥିବ ମୂର୍ତ୍ତୀରେ ଈଶ୍ୱରୀୟ ଚେତନାର ସଞ୍ଚାର କରିବାକୁ ଅନୁଷ୍ଠାନ କୁହାଯାଇଥାଏ। ଏଥିନିମନ୍ତେ ଶାସ୍ତ୍ରରେ ଅନୁଷ୍ଠାନ ପୂର୍ବ ବ୍ରତ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଦିନଚର୍ଯ୍ୟାରେ ବ୍ରାହ୍ମ ମୁହୂର୍ତ୍ତରୁ ଉଠିବା ସହ ସାଧନା ଓ ସାତ୍ତ୍ୱିକ ଆହାର ପରି କଠୋର ନିୟମ ପାଳନର ବିଧି ରହିଛି। ପ୍ରଧାନମନ୍ତ୍ରୀ ଆଜିଠୁ ଏହି ସମସ୍ତ ନିୟମ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି।

Advertisment

ଏପରି ଘୋଷଣା ସହ ସେ କହିଛନ୍ତି, ଏପରି ସମୟରେ ମୁଁ ରାମଙ୍କ ଭକ୍ତିରେ ଲୀନ ହୋଇ ଯାଇଛି। ଏକ ଅଲଗା ପ୍ରକାର ଭାବ- ଭକ୍ତିରେ ବାନ୍ଧି ହୋଇ ଯାଇଛି। ମାତ୍ର ଏହାର ଗଭୀରତାକୁ ମୁଁ ଶବ୍ଦରେ ପରିପ୍ରକାଶ କରି ପାରୁନି। ଯେଉଁ ସ୍ୱପ୍ନବୁ ବହୁ ପିଢ଼ି ବର୍ଷ ବର୍ଷ ଧରି ନିଜ ହୃଦୟରେ ସାଇତି ରଖିଥିଲେ, ତାହା ବାସ୍ତବ ରୂପ ନେବା ବେଳକୁ ସେଠାରେ ଉପସ୍ଥିତ ରହିବାକୁ ମୋତେ ସୌଭାଗ୍ୟ ମିଳିଛି।

ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଏକ ବୃହତ ପ୍ରକ୍ରିୟା ଅଟେ। ଏଥିପାଇଁ ବିସ୍ତୃତ ନିୟମାବଳୀ ବି ରହିଛି। ପ୍ରାଣ ପ୍ରତିଷ୍ଠାର କିଛି ଦିନ ପୂର୍ବରୁ ଏହି ନିୟମ ପାଳନ କରିବାର ବିଧି ରହିଛି। ତେଣୁ ନିଜ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ପ୍ରାଣ ପ୍ରତିଷ୍ଠା ଦିନ ଓ ତା’ ପୂର୍ବରୁ ଥିବା ସମସ୍ତ ନିୟମକୁ ପାଳନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ନାସିକ ଧାମ ପଞ୍ଚବଟିରେ ପ୍ରଭୁ ଶ୍ରୀରାମ ବହୁ ସମୟ କାଟିଥିଲେ। ଏପରି ଏକ ପବିତ୍ର ସ୍ଥାନରୁ ପ୍ରଧାନମନ୍ତ୍ରୀ ନିଜ ବିଶେଷ ଅନୁଷ୍ଠାନ ଆରମ୍ଭର ଘୋଷଣା କରି ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି।  

PM Modi Ayodhya Ram Mandir Ayodhya