Advertisment

ଅଯୋଧ୍ୟା ରାମ ମନ୍ଦିର: ଦୋହଲାଇ ପାରିବନି ଶକ୍ତିଶାଳୀ ଭୂ-କମ୍ପ, ହଜାରେ ବର୍ଷ ଯାଏ ଲୋଡ଼ା ନାହିଁ ମରାମତି

ଏହି ବିଲଡିଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖୁବ୍‌ ଶକ୍ତିଶାଳୀ ଥିବାରୁ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଏହାକୁ ଦୋହଲାଇ ପାରିବନି କି କୌଣସି କ୍ଷୟକ୍ଷତି ଘଟାଇ ପାରିବନି।

author-image
Niharika Rout
ଅଦ୍ୟତନ ହୋଇଛି
Ram Mandir

Ram Mandir

ଦ୍ରୁତ ଗତିରେ ଆଗେଇ ଚାଲିଛି ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାମ । ଏହାର କାମ ଖୁବ୍‌ ମଜଭୁତ ହେଉଥିବା ବେଳେ ପ୍ରାୟ ହଜାରେ ବର୍ଷ ପର୍ଯ୍ୟନ୍ତ ଏହାର କୌଣସି ମରାମତି ଆବଶ୍ୟକ ପଡ଼ିବନି। କୌଣସି ଶକ୍ତିଶାଳୀ ଭୂକମ୍ପ ଏହାକୁ ଦୋହଲାଇ ପାରିବନି କି ବନ୍ୟା, ବାତ୍ୟା ବି ଏହାର କୌଣସି କ୍ଷୟକ୍ଷତି କରି ପାରିବନି। ଏପରି କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ।

Advertisment

ଏନେଇ ସେ କହିଛନ୍ତି, ମନ୍ଦିରରେ ନିର୍ମିତ ହୋଇଥିବା ପିଲାରର ମୋଟେଇ ଖୁବ୍‌ ଅଧିକ ଥିବା ବେଳେ କାନ୍ଥରେ ଖୁବ୍‌ ଶକ୍ତିଶାଳୀ ପଥରର ବ୍ୟବହାର କରାଯାଇଛି। ଏହି ମନ୍ଦିରର ଫାଉଣ୍ଡେସନରେ କେବଳ ପଥର ଓ ଗୋଡ଼ି ବ୍ୟବହାର ହୋଇଛି।

ଏହି ବିଲଡିଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖୁବ୍‌ ଶକ୍ତିଶାଳୀ ଥିବାରୁ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଏହାକୁ ଦୋହଲାଇ ପାରିବନି କି କୌଣସି କ୍ଷୟକ୍ଷତି ଘଟାଇ ପାରିବନି। ମନ୍ଦିର ନିର୍ମାଣ କାମ ହାତକୁ ନେଇଥିବା ଏଲ ଆଣ୍ଡ ଟି କମ୍ପାନୀର ପ୍ରୋଜେକ୍ଟ ଡାଇରେକ୍ଟର ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି।

Advertisment

ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ କହିଛନ୍ତି, ଏହି ମନ୍ଦିର ବିଲ୍ଡିଂର ଫାଉଣ୍ଡେସନ ୫୦ ଫୁଟ ତଳକୁ ନିର୍ମାଣ ହୋଇଛି। ଏହାର ନିର୍ମାଣ କାମ ସମ୍ପୂର୍ଣ୍ଣ ଭାବେ ସିମେଣ୍ଟ, ପଥର ଓ ଅନ୍ୟ ମେଟାଲ ବ୍ୟବହାର ଦ୍ୱାରା ହୋଇଛି। ହେଲେ ପ୍ରଭୁଙ୍କ ମନ୍ଦିର ନିର୍ମାଣ କାମରେ କୌଣସି ପ୍ରକାର ଷ୍ଟିଲ୍‌ କିମ୍ବା ଲୁହା ରଡ ବ୍ୟବହାର ହୋଇ ନ ଥିବା ସେ କହିଛନ୍ତି।

ମନ୍ଦିରର ଭିତ୍ତିଭୂମି ଗତ ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ଏ ଯାବତ ୧୭ ହଜାର ଗ୍ରାନାଇଟ ଷ୍ଟୋନ ବ୍ୟବହାର ହୋଇଥିବା ବେଳେ ପ୍ରତି ଷ୍ଟୋନର ଓଜନ ୨ ଟନ୍‌ ବୋଲି ଜଣାଯାଇଛି। ଏହାବାଦ ମିରଜାପୁରରୁ ୪ ଲକ୍ଷ ପିସ୍‌ ଗୋଲାପି ଷ୍ଟୋନ ସାଙ୍ଗକୁ ରାଜସ୍ଥାନରୁ ଆସିଥିବା ଲକ୍ଷେ କ୍ୟୁବିକ୍‌ ଫିଟ ମାର୍ବଲ ବ୍ୟବହାର ହୋଇଥିବା ଜଣାଯାଇଛି। ଏହାବାଦ ମନ୍ଦିର ନିର୍ମାଣ କାର୍ଯ୍ୟରେ ଏବେ ୨୧ ଲକ୍ଷ କ୍ୟୁବିକ୍‌ ଫିଟ ଗ୍ରାନାଇଟ ବ୍ୟବହାର କରାଯାଉଥିବା ଜଣାଯାଇଛି।

ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରର ୮୦% କାମ ଶେଷ ହୋଇଥିବା ଜଣାଯାଇଛି। ସମୁଦାୟ ୧୬୨ଟି ପିଲାର ରେଡ୍ଡି ଥିବା ବେଳେ ଏହାର ଚାରିପଟେ ତ୍ରେତେୟା ଯୁଗର ପ୍ରାୟ ୪,୫୦୦ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ଖୋଦେଇ ହୋଇଥିବା ଜଣାଯାଇଛି। ଏହାକୁ କେରଳ ଓ ରାଜସ୍ଥାନର କାରିଗରମାନେ ଖୋଦେଇ କରିଥିବା ଜଣାଯାଇଛି।

ପ୍ରଭୁ ରାମଙ୍କ ମୂର୍ତ୍ତି ମନ୍ଦିରର ପ୍ରଥମ ମହଲାରେ ସ୍ଥାପନ କରାଯିବ ବୋଲି ଜଣାଯାଇଛି। ଆସନ୍ତା ଅକ୍ଟୋବର ମନ୍ଦିରର ତଳ ମହଲାର କାମ ଶେଷ ହେବ ବୋଲି ଜଣାଯାଇଛି।

Uttar Pradesh Ram Mandir