Advertisment

ଏକ ଦେଶ, ଏକ ନିର୍ବାଚନ: ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେଲା କମିଟି

ଆଜି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ଏ ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି।

ଅଦ୍ୟତନ ହୋଇଛି
on one nation, one poll panel

on one nation, one poll panel

Advertisment

ରାଷ୍ଟ୍ରପତିଙ୍କୁ ଭେଟି ରିପୋର୍ଟ ଦାଖଲ କଲେ 'ଏକ ଦେଶ, ଏକ ନିର୍ବାଚନ' ପାଇଁ ଗଠିତ କମିଟି। ଆଜି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ଏ ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି।

Advertisment

ଗତ ବର୍ଷ ସେପ୍ଟେମ୍ବର ୨ରେ ଏହି କମିଟି ଗଠନ କରାଯାଇଥିଲା, ଯେଉଁମାନେ କି 'ଏକ ଦେଶ, ଏକ ନିର୍ବାଚନ' ଲାଗୁ କ୍ଷେତ୍ରରେ ବିଭିନ୍ନ ପକ୍ଷ, ବିଶେଷଜ୍ଞ, ଗବେଷକମାନଙ୍କ ମତାମତ ନେଇଥିଲେ। କମିଟି ସମସ୍ତଙ୍କ ମତାମତ ଆଧାରରେ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିଛି। କମିଟି ରାଷ୍ଟ୍ରପତିଙ୍କୁ ୧୮,୬୨୬ ପୃଷ୍ଠାର ରିପୋର୍ଟ ଦାଖଲ କରିଥିବା କୁହାଯାଉଛି। 

ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଯଦି କୌଣସି ଦଳ କିମ୍ବା ମେଣ୍ଟ ଦଳ ସଂଖ୍ୟାଗରିଷ୍ଠତା ପାଆନ୍ତି ନାହିଁ, ତେବେ ଏପରି ପରିସ୍ଥିତିରେ କ'ଣ କରିବା ଉଚିତ୍, ସେ ଉପରେ କମିଟି ଆଲୋଚନା କରି ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେଇଛି। ଏଥିପାଇଁ କମିଟି ବିଭିନ୍ନ ରାଜନୈତିକ ଦଳରୁ ମଧ୍ୟ ମତାମତ ନେଇଛି। 

Advertisment

ସୂଚନାଯୋଗ୍ୟ ଯେ, ଗତ ମାସରେ ବିଜେପି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟିକୁ 'ଏକ ଦେଶ, ଏକ ନିର୍ବାଚନ' ଉପରେ ନିଜର ମତ ଦେଇଥିଲା। ଏହା ପରେ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି ସହିତ କଥାବାର୍ତ୍ତା କରିଥିଲେ। 

President Murmu Ram Nath Kovind One Nation One Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe