Advertisment

ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଲେ ରାମ ରହିମ

ଦୁଷ୍କର୍ମ ମାମଲାରେ ହରିୟାଣାର ରୋହତକର ସୁନାରିଆ ଜେଲରେ ସଜା କାଟୁଥିବା ରାମ ରହିମ ଆଜି ସକାଳେ ଜେଲ୍‌ରୁ ବାହାରିଛନ୍ତି। ପୁଲିସ୍‌ ସିକ୍ୟୁରିଟି ମଧ୍ୟରେ ସେ ଜେଲ୍‌ରୁ ବାହାରି ଉତ୍ତରପ୍ରଦେଶସ୍ଥିତ ବରନାବା ଆଶ୍ରମ ଅଭିମୁଖେ ଯାଇଛନ୍ତି।

author-image
Niharika Rout
Ram Rahim

Ram Rahim

ହରିୟାଣା ନିର୍ବାଚନ ଠିକ୍‌ ପୂର୍ବରୁ ପୁଣି ଥରେ ପାରୋଲରେ ବାହାରିଛନ୍ତି ରାମ ରହିମ। ଦୁଷ୍କର୍ମ ମାମଲାରେ ହରିୟାଣାର ରୋହତକର ସୁନାରିଆ ଜେଲରେ ସଜା କାଟୁଥିବା ରାମ ରହିମ ଆଜି ସକାଳେ ଜେଲ୍‌ରୁ ବାହାରିଛନ୍ତି। ପୁଲିସ୍‌ ସିକ୍ୟୁରିଟି ମଧ୍ୟରେ ସେ ଜେଲ୍‌ରୁ ବାହାରି ଉତ୍ତରପ୍ରଦେଶସ୍ଥିତ ବରନାବା ଆଶ୍ରମ ଅଭିମୁଖେ ଯାଇଛନ୍ତି।

Advertisment

ଆସନ୍ତା ୫ ତାରିଖରେ ହରିୟାଣା ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାମ ରହିମଙ୍କୁ ୨୦ ଦିନର ପାରୋଲ ଅନୁମତି ମିଳିଛି। ଏହି ସମୟ ମଧ୍ୟରେ ସେ ନିର୍ବାଚନରେ କୌଣସି ପ୍ରକାର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଅଂଶଗ୍ରହଣ କରିବାକୁ ବାରଣ କରିଛନ୍ତି ନିର୍ବାଚନ ଆୟୋଗ। ଏଥିସହ ସୋଶାଲ ମିଡିଆରେ ପ୍ରଚାର କିମ୍ବା କୌଣସି ନିର୍ବାଚନ ପ୍ରଚାର ରାଲିରେ ସାମିଲ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ବାଚନ ନିମନ୍ତେ ଆଚରଣ ସଂହିତା ଲାଗୁ ହେଉଥିବାରୁ ରାମ ରହିମଙ୍କ ପାରୋଲ ଆବେଦନକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। ଏହାପରେ ତାଙ୍କୁ ୨୦ ଦିନର ପାରଲୋ ମଞ୍ଜୁର ହୋଇଥିଲା।

Advertisment

ବର୍ତ୍ତମାନ ଡେରା ମୁଖ୍ୟ ରାମ ରହିମ ହରିଆଣାର ରୋହତକର ସୁନାରିଆ ଜେଲରେ ରହିଛନ୍ତି। ସେ ସିରସା ଆଶ୍ରମରେ ତାଙ୍କର ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦୧୭ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ସେବେଠୁ ସେ ଜେଲ୍‌ରେ ଅଛନ୍ତି।

ଗତ ମାସରେ ଡେରା ମୁଖ୍ୟଙ୍କୁ ୨୧ ଦିନ ଧରି ପାରୋଲ ମିଳିଥିଲା। ଡେରା ମୁଖ୍ୟ ଜେଲକୁ ଯିବାର ସାତ ବର୍ଷ ବିତିଗଲାଣି। ଗତ ସାତ ବର୍ଷ ମଧ୍ୟରେ ରାମ ରହିମ ଅନେକ ଥର ପାରୋଲରେ ଜେଲରୁ ବାହାରକୁ ଆସିଛନ୍ତି।

ସବୁଠୁ ରୋଚକ କଥା ହେଉଛି, ଗତ ୪ ବର୍ଷ ମଧ୍ୟରେ ସେ ୧୧ ଥର ପାରୋଲରେ ବାହାରି ସାରିଛନ୍ତି। ସେଥି ମଧ୍ୟରୁ ୮ ଥର ସେ କେବଳ ନିର୍ବାଚନ ପୂର୍ବରୁ ପାରୋଲରେ ଆସି ସାରିଛନ୍ତି।

Ram Rahim Ram Rahim Get Parole