Advertisment

ଶେଷ ପର୍ଯ୍ୟାୟରେ ରାମ ମନ୍ଦିର ନିର୍ମାଣ କାମ, ଅକ୍ଟୋବର ସୁଦ୍ଧା ସରିବ

ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ। ସେହିବର୍ଷ ଜାନୁଆରୀରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେବ ବୋଲି ଜଣାପଡ଼ିଛି।

author-image
Hemant Lenka
Ram Temple

Ram Temple

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ଭବ୍ୟ ରାମ ମନ୍ଦିରର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୩ ମହଲା ବିଶିଷ୍ଟ ରାମ ମନ୍ଦିରର ଗ୍ରାଉଣ୍ତ ଫ୍ଲୋର କାମ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ।

Advertisment

ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ। ସେହିବର୍ଷ ଜାନୁଆରୀରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ମନ୍ଦିର ନିର୍ମାଣ ଟ୍ରଷ୍ଟର ସଦସ୍ୟ ନୃପେନ୍ଦ୍ର ମିଶ୍ରା ଅଯୋଧ୍ୟାରେ ପହଞ୍ଚି ନିର୍ମାଣ କାମର ଯାଞ୍ଚ କରିଛନ୍ତି। ସେ ନିର୍ମାଣ କାମରେ ନିୟୋଜିତ ଅଧିକାରୀଙ୍କ ସହ ଆଲୋଚନା କରି ସବୁ କିଛିର ସମୀକ୍ଷା କରିଛନ୍ତି। କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ କହିଛନ୍ତି।

Advertisment

ଭବ୍ୟ ରାମ ମନ୍ଦିର ୩ ମହଲା ବିଶିଷ୍ଟ ହେବ। ଗର୍ଭଗୃହରେ ରାମ ଲଲାଙ୍କ ପ୍ରତିମାର ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ଜାନୁଆରୀରେ ହେବ। ତେବେ ଏହାର ତାରିଖ ଘୋଷଣା କରାଯାଇନି। କୁହାଯାଉଛି ମକର ସଂକ୍ରାନ୍ତି ପରେ ଏହା କରାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ।

ରାମ ମନ୍ଦିରର ଲମ୍ବା ୩୮୦ ଫୁଟ, ଚଉଡ଼ା ୨୫୦ ଫୁଟ, ଉଚ୍ଚତା ୧୬୧ ଫୁଟ ଓ ମନ୍ଦିରରେ ୩୯୨ଟି ପିଲାର ରହିବ। ସାଗୁଆନ କାଠରେ ମନ୍ଦିରର ୪୬ଟି ଦ୍ୱାର ନିର୍ମାଣ କରାଯିବ। ଗର୍ଭଗୃହର କବାଟରେ ସ୍ୱର୍ଣ୍ଣ ଲେପ ରହିବ।

Uttar Pradesh Ayodhya Ram Mandir Ram Mandir