Advertisment

ଡିସେମ୍ବର ସୁଦ୍ଧା ସରିବ କାମ, ଜାନୁଆରୀ ୨୨ରେ ପ୍ରତିଷ୍ଠା ହେବ ଭବ୍ୟ ରାମ ମନ୍ଦିର

ଆସନ୍ତା ବର୍ଷ ଜାନୁଆରୀ ୨୨ରେ ଯେତେବେଳେ ମନ୍ଦିର ପ୍ରତିଷ୍ଠା ହେବ ସେତେବେଳେ ପ୍ରବଳ ଭିଡ଼ର ଆଶଙ୍କା ରହିଛି।

Ram Temple

Ram Temple

Advertisment

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ୩ ମହଲା ବିଶିଷ୍ଟ ଭବ୍ୟ ରାମ ମନ୍ଦିରର କାମ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ମନ୍ଦିରର ଗ୍ରାଉଣ୍ତ ଫ୍ଲୋର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ। ଏହାପରେ ମନ୍ଦିରର ପ୍ରତିଷ୍ଠା ଜାନୁଆରୀ ୨୨ରେ କରାଯିବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି।

Advertisment

ପିଟିଆଇକୁ ସାକ୍ଷାତକାର ଦେବା ବେଳେ ସେ କହିଛନ୍ତି ଯେ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୨୦ରୁ ୨୪ ଯାଏ ଚାଲିବାକୁ ଥିବା ବେଳେ ଏଥିରେ ଗୋଟିଏ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ତେବେ ସେ କେଉଁ ଦିନ ନିର୍ଦ୍ଦିଷ୍ଟ ଭାବେ ଆସିବେ, ସେକଥା ସ୍ଥିର କରାଯାଇ ନାହିଁ। ତାରିଖ ଚୂଡ଼ାନ୍ତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଜଣାଇ ଦିଆଯିବ।

ମିଶ୍ରାଙ୍କ କହିବା କଥା ଯେ ବର୍ତ୍ତମାନ ମନ୍ଦିରର ଶିଖରରେ ଲାଗିବାକୁଥିବା ସାମଗ୍ରୀଗୁଡ଼ିକର ତିଆରି କରାଯାଉଛି। ଏହି ସାମଗ୍ରୀଗୁଡ଼ିକ ଦ୍ୱାରା ସୂର୍ଯ୍ୟଙ୍କ ପ୍ରଥମ କିରଣ ଗର୍ଭଗୃହରେ ଥିବା ଭଗବାନଙ୍କ ମଥାରେ ପ୍ରତି ରାମ ନବମୀରେ ପଡ଼ିବ। ଏହି ସାମଗ୍ରୀ ବେଙ୍ଗାଲୁରୁରେ ତିଆରି ହେଉଛି ଓ ଏହାର ଡିଜାଇନକୁ ବୈଜ୍ଞାନିକମାନେ ମଧ୍ୟ ଅନୁଧ୍ୟାନ କରୁଛନ୍ତି। ଋରକୀରେ ଥିବା ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଓ ପୁଣେରେ ଥିବା ଗୋଟିଏ ଇନଷ୍ଟିଚ୍ୟୁଟ ମିଳିତ ଭାବେ ଏଥିପାଇଁ ଆବଶ୍ୟକ କମ୍ପ୍ୟୁଟର ଭିତ୍ତିକ କାର୍ଯ୍ୟକ୍ରମକୁ ତିଆରି କରିଥିବା ସେ କହିଛନ୍ତି।

Advertisment

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ପ୍ରଭାବ ରାଜନୀତି ଉପରେ ପଡ଼ିବ ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ନୃପେନ୍ଦ୍ର ମିଶ୍ରା ଦେଇଛନ୍ତି। ସେ କହିଛନ୍ତି, “୨୦୨୩ ଡିସେମ୍ବର ସୁଦ୍ଧା ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ସରିବ ବୋଲି ଧାର୍ଯ୍ୟ କରାଯାଇଥିଲା। ତେଣୁ ଏହା ଧାର୍ଯ୍ୟ ସମୟ ଭିତରେ ଯେମିତି ହେଲେ ଶେଷ ହେବ।

ମନ୍ଦିରକୁ ହଜାରେ ବର୍ଷ ଯାଏ ସୁରକ୍ଷିତ ଭାବେ ରଖିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି। ପ୍ରାଣ ପ୍ରତିଷ୍ଠା ଉତ୍ସବ ସାଧୁ ଓ ସନ୍ଥଙ୍କ ଅନୁମତିକ୍ରମେ ଆରମ୍ଭ ହେବ। କାର୍ଯ୍ୟକ୍ରମ ସମ୍ପର୍କରେ ପୂରା ଯୋଜନା ଚମ୍ପତ ରାୟଙ୍କ ନେତୃତ୍ୱରେ ଗଠିତ କମିଟି ପ୍ରସ୍ତୁତ କରୁଛି।

ଆସନ୍ତା ବର୍ଷ ଜାନୁଆରୀ ୨୨ରେ ଯେତେବେଳେ ମନ୍ଦିର ପ୍ରତିଷ୍ଠା ହେବ ସେତେବେଳେ ପ୍ରବଳ ଭିଡ଼ର ଆଶଙ୍କା ରହିଛି। ତେଣୁ ଲୋକଙ୍କୁ ଟ୍ରଷ୍ଟ ପକ୍ଷରୁ ସେମାନଙ୍କ ଘରେ, ଗାଁରେ ଟିଭି ଦ୍ୱାରା ଦେଖିବାକୁ ଅନୁରୋଧ କରିଛି।”ଜାନୁଆରୀ ୨୪ରେ ରାମ ଲଲାଙ୍କ ପ୍ରତିଷ୍ଠା ସହ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିବ ବୋଲି ନୃପେନ୍ଦ୍ର ମିଶ୍ରା ଜୁନ ମାସରେ ସୂଚନା ଦେଇଥିଲେ।

Uttar Pradesh Ayodhya Ram Mandir Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe