Advertisment

ଅଯୋଧ୍ୟା ରାମ ପଥରେ ବଡ଼ ବଡ଼ ଖାଲ, ୬ ସସ୍‌ପେଣ୍ଡ

ରାମ ମନ୍ଦର ଉଦ୍‌ଘାଟନକୁ ୬ ମାସ ନ ବିତୁଣୁ, ପ୍ରଥମ ବର୍ଷା ପରେ ହିଁ ଏହାର ନିର୍ମାଣ କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନ।

author-image
Madhupriya Mistry
Potholes On Ram Path

Potholes On Ram Path

ବର୍ଷାରେ ବେହାଲ ଅଯୋଧ୍ୟା। ରାମ ମନ୍ଦିର ପ୍ରତିଷ୍ଠା ବେଳେ ଚକ୍‌ ଚକ୍‌ କରୁଥିବା ରାସ୍ତା ଏବେ ସାଜିଛି ମରଣଯନ୍ତା। ରାମ ପଥରେ ସୃଷ୍ଟି ହୋଇଛି ବଡ଼ ବଡ଼ ଖାଲ, ତ ଆଉ କେଉଁଠି ଧୋଇ ହୋଇଯାଇଛି ରାସ୍ତା। ରାମ ମନ୍ଦର ଉଦ୍‌ଘାଟନକୁ ୬ ମାସ ନ ବିତୁଣୁ, ପ୍ରଥମ ବର୍ଷା ପରେ ହିଁ ଏହାର ନିର୍ମାଣ କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଗୋଟିଏ ପଟେ ବର୍ଷା ଯୋଗୁ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ମନ୍ଦିରର ଶୀଘ୍ର ନିର୍ମାଣକୁ ନେଇ ପ୍ରଶ୍ନ ଉଠିଛି। ବର୍ଷା ପରେ ରାମ ମନ୍ଦିରକୁ ଯାଉଥିବା ରାମ ପଥ ରାସ୍ତା ଅନେକ ସ୍ଥାନରେ ଧସି ଯାଇଛି। ୧୪ କିଲୋମିଟର ବ୍ୟାସାର୍ଦ୍ଧରେ ବଡ଼ ବଡ଼ ଗାତ ଦୃଶ୍ୟମାନ ହେଉଛି। ଏହାକୁ ନେଇ ଆକ୍ସନମୁଡ୍‌ ଆସଛନ୍ତି ଉତ୍ତର ପ୍ରଦେଶ ସରକାର।

ନିର୍ମାଣ କାର୍ଯ୍ୟରେ ଅବହେଳା ଯୋଗୁ ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସେପଟେ ଭକ୍ତଙ୍କ ପ୍ରତି କୌଣସି ଅସୁବିଧା ନହେବା ପାଇଁ ତୁରନ୍ତ ରାସ୍ତାର ମରାମତି କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଅଯୋଧ୍ୟା ମେୟର ଗିରୀଶ ପତି ତ୍ରିପାଠୀଙ୍କ କହିବା କଥା ହେଲା, ବର୍ଷା ଯୋଗୁ ସହର ବିଭିନ୍ନସ୍ଥାନରେ ପାଣି ଜମିଛି। ଏହି ଖବର ମିଳିବା ପରେ ତୁରନ୍ତ ଜଳନିଷ୍କାନ ପାଇଁ ଉଦ୍ୟମ ଚାଲିଛି।

Advertisment

କହିରଖୁ ଯେ, ଗତ ଶନିବାର ବିଳମ୍ବିତ ରାତିରେ ବର୍ଷା ଯୋଗୁ ରାମ ମନ୍ଦିର ଭିତରେ ପାଣି ଗଳୁ ଥିବା ଖବର ସାମ୍ନାକୁ ଆସିଥିଲା। ଏପରିକି ପୂଜାସ୍ଥଳରେ ପାଣି ଜମି ଯାଇଥିବା ମଧ୍ୟ ସୂଚନା ମିଳିଥିଲା। ସୋମବାର ରାମ ମନ୍ଦିରର ମୁଖ୍ୟ ପୂଜାରୀ ବର୍ଷା ଜଳ ମନ୍ଦିର ପରିସରରେ ଜମା ହୋଉଛି ବୋଲି ଦାବି କରିଥିଲେ। ମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାସନ କରିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ମଧ୍ୟ ସେ କହିଥିଲେ।

ତେବେ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ଖବରକୁ ଖଣ୍ଡନ କରିଥିଲେ। ରାମ ମନ୍ଦିର ଛାତରୁ ଟୋପାଏ ପାଣି ବି ଲକ୍‌ ହୋଇନାହିଁ କି ଗର୍ଭ ଗୃହରେ ଏହା ପ୍ରବେଶ କରିନାହିଁ ବୋଲି ସେ କହିଥିଲେ।

Ayodhya Ram Mandir Ayodhya Potholes On Ram Path