Advertisment

ଦେଶକୁ ଆଗକୁ ନେବାରେ ସବୁ ଦେଶବାସୀଙ୍କ ଭୂମିକା ରହିଛି: ରାଷ୍ଟ୍ରପତି

ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଅବତରଣ ବଡ଼ ଉପଲବ୍ଧି ଆଣିଛି। ଆଦିତ୍ୟ ଏଲ୍ -୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି। ଅନ୍ତରୀକ୍ଷ ବିଜ୍ଞାନରେ ଭାରତର ସଫଳତା ଯୁବଶକ୍ତିଙ୍କୁ ଉତ୍ସାହିତ କରିଛି।

author-image
Manoranjan Sial
President Murmu

President Murmu

ଆଜିର ଭାରତ ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି। ସୁଦୃଢ଼ ଆର୍ଥିକ ସ୍ଥିତି ଏହି ଆତ୍ମବିଶ୍ୱାସର ପ୍ରମୁଖ ଆଧାର ପାଲଟିଛି। ଆମ ଦେଶକୁ ନୂଆ ଉଚ୍ଚକୁ ନେବାର ସୁବର୍ଣ୍ଣ ସୁଯୋଗ ମିଳିଛି। ଦେଶକୁ ଆଗକୁ ନେବାରେ ସବୁ ଦେଶବାସୀଙ୍କ ଭୂମିକା ରହିଛି। ବିକଶିତ ଭାରତ ପାଇଁ ସବୁ ଦେଶବାସୀଙ୍କ ଦାୟିତ୍ୱ ରହିଛି। ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଏହା କହିଛନ୍ତି ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ମହାମହୀମ ରାଷ୍ଟ୍ରପତି କହିଛନ୍ତି, ଗଣତନ୍ତ୍ର ଦିବସ ଆମ ମୂଲ୍ୟବୋଧକୁ ମନେ ପକାଇବାର ଅବସର। ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ହୋଇଛି। ଉଚିତ ନ୍ୟାୟିକ ପ୍ରକ୍ରିୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ନ୍ୟାୟିକ ପ୍ରକ୍ରିୟା ଉପରେ ଦେଶବାସୀଙ୍କ ଅଗାଧ ବିଶ୍ୱାସ ପ୍ରମାଣିତ ହେଲା। ନାରୀ ଶକ୍ତି ବନ୍ଦନ ଅଧିନିୟମ ନାରୀ ସଶକ୍ତୀକରଣର ଏକ ମାଇଲଖୁଣ୍ଟ ପାଲଟିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ଆହୁରି କହିଛନ୍ତି, ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଅବତରଣ ବଡ଼ ଉପଲବ୍ଧି ଆଣିଛି। ଆଦିତ୍ୟ ଏଲ୍ -୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି। ଅନ୍ତରୀକ୍ଷ ବିଜ୍ଞାନରେ ଭାରତର ସଫଳତା ଯୁବଶକ୍ତିଙ୍କୁ ଉତ୍ସାହିତ କରିଛି। ଆୟୁଷ୍ମାନ ଭାରତ ଯୋଜନାରେ ସବୁ ଲାଭାର୍ଥୀଙ୍କୁ ସାମିଲ କରିବା ଲକ୍ଷ୍ୟ। ଆମ ଖେଳାଳିମାନେ ପାରଦର୍ଶିତା ଲାଭ କରି ଦେଶର ସମ୍ମାନ ବଢ଼ାଇଛନ୍ତି। ଆଗାମୀ ପ୍ୟାରିସ ଅଲିମ୍ପିକରେ ଆମ ଖେଳାଳି ଅଧିକ ସଫଳ ହେବା ଆଶା। ଜଳବାୟୁ ପରିବର୍ତ୍ତନ ଚାଲେଂଜକୁ ସାମ୍ନା କରିବାକୁ ବ୍ୟକ୍ତିଗତ ପ୍ରଚେଷ୍ଟା ଲୋଡ଼ା। ଏଆଇକୁ ନେଇ ଯୁବବର୍ଗ ମଧ୍ୟରେ ନୂଆ ସମ୍ଭାବନା, ଉତ୍ସାହ ଦେଖାଦେଇଛି। ନିରବରେ ପରିଶ୍ରମ କରିଚାଲିଥିବା କୃଷକ ବର୍ଗଙ୍କୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି। କୃଷକ, ସୈନିକଙ୍କୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment
Republic Day President Of India Draupadi Murmu