Advertisment

ଅଯୋଧ୍ୟାରେ ହାରିଲା ବିଜେପି; ଭୋଟରଙ୍କୁ ଏପରି କହିଲେ 'ଲକ୍ଷ୍ମଣ'

ବିଜେପି ସଂଖ୍ୟାଗରିଷ୍ଠତା ପାଇନଥିବାରୁ ମତଦାତାଙ୍କୁ ଭିଡିଓ ଜରିଆରେ ଏପରି କହିଛନ୍ତି 'ରାମାୟଣ'ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରୀ।

ଅଦ୍ୟତନ ହୋଇଛି
Sunil Lahiri

Sunil Lahiri

Advertisment

ରାମାନନ୍ଦ ସାଗରଙ୍କ 'ରାମାୟଣ'ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରୀ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ନିରାଶ ପ୍ରକାଶ କରିଛନ୍ତି। ବିଜେପି ସଂଖ୍ୟାଗରିଷ୍ଠତା ପାଇନଥିବାରୁ ମତଦାତାଙ୍କୁ ଭିଡିଓ ଜରିଆରେ ପ୍ରଶ୍ନ କରିଛନ୍ତି ସୁନୀଲ। 

Advertisment

ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, "ନିର୍ବାଚନ ଫଳାଫଳ ଦେଖି ମୁଁ ଅତ୍ୟନ୍ତ ନିରାଶ ହୋଇଛି। ପ୍ରଥମେ, ମତଦାନ ହାର ଖୁବ୍ କମ୍ ଥିଲା, ଆଉ ପରେ ନିର୍ବାଚନ ରେଜଲ୍ଟ। ମୁଁ ଲୋକଙ୍କୁ ନିରନ୍ତର ଭୋଟ୍ ଦେବାକୁ ଅନୁରୋଧ କଲି କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ। ବର୍ତ୍ତମାନ ଏକ ମିଳିତ ସରକାର ଗଠନ ହେବ। କିନ୍ତୁ ଏ ସରକାର ପାଞ୍ଚ ବର୍ଷ ଯାଏ ଚାଲିପାରିବ ତ? ଥରେ ଭାବନ୍ତୁ...।"

ତେବେ ତାଙ୍କର ଦୁଇ ପ୍ରିୟ ପ୍ରାର୍ଥୀ ନିଜ ନିର୍ବାଚନମଣ୍ଡଳୀରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ସେ ଖୁସି ବୋଲି ଅଭିନେତା ସୁନୀଲ କହିଛନ୍ତି।

Advertisment

ସେ କହିଛନ୍ତି, "ମୁଁ ପସନ୍ଦ କରୁଥିବା ଦୁଇ ଜଣ ବ୍ୟକ୍ତି ନିର୍ବାଚନ ଜିତିଛନ୍ତି। ପ୍ରଥମେ, ମହିଳା ସଶକ୍ତିକରଣର ପ୍ରତୀକ ଥିବା କଙ୍ଗନା ରାଣାୱତ ମଣ୍ଡି ଆସନ ଜିତିଛନ୍ତି ଏବଂ ଦ୍ୱିତୀୟରେ, ମୋର ବଡ଼ ଭାଇ ଅରୁଣ ଗୋଭିଲ ମେରୁଟରୁ ଜିତିଛନ୍ତି। ମୁଁ ଉଭୟଙ୍କୁ ଅଭିନନ୍ଦନ ଜଣାଉଛି।"

ମେରୁଟରୁ ବିଜୟୀ ହୋଇଥିବା ଗୋଭିଲ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିଲେ। ସେ ରାଜନୀତିରେ ପାଦ ଦେଇଥିବା ବେଳେ ମେରୁଟରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ। 

ଉତ୍ତର ପ୍ରଦେଶର ଫୈଜାବାଦରେ ବିଜେପି ପ୍ରାର୍ଥୀ ପରାସ୍ତ ହେବା ନେଇ ସୁନୀଲ ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ଆମେ ଭୁଲି ଯାଇଛନ୍ତି ଯେ ଅଯୋଧ୍ୟାର ଲୋକମାନେ ନିର୍ବାସନରୁ ଫେରିଥିବା ସୀତାମାତାଙ୍କ ଚରିତ୍ର ନେଇ ମଧ୍ୟ ସନ୍ଦେହ କରିଥିଲେ। ସେମାଙ୍କ ସାମ୍ନାରେ ସ୍ୱୟଂ ଭଗବାନ ଉପସ୍ଥିତ ହେଲେ ବି ସେମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ। ସେମାନେ ସେମାନଙ୍କର ପ୍ରକୃତ ରାଜାଙ୍କୁ ଗ୍ରହଣ କରନ୍ତି ନାହିଁ ବୋଲି ସୁନୀଲ ଇନ୍‌ଷ୍ଟାଗ୍ରାମର ଏକ ପୋଷ୍ଟରେ ଲେଖିଛନ୍ତି। 

ପ୍ରକାଶ ଥାଉକି, ଫୈଜାବାଦ(ବର୍ତ୍ତମାନର ଅଯୋଧ୍ୟା)ରେ ସମାଜବାଦୀ ପାର୍ଟି ଅକ୍ଷୟ ଯାଦବ ବିଜୟ ହୋଇଛନ୍ତି। ସେ ବିଜେପିର ବିଶ୍ୱଦୀପ ସିଂହଙ୍କୁ ୮୯,୦୦୦ରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଥର ନିର୍ବାଚନରେ ମଧ୍ୟ ସମଗ୍ର ଉତ୍ତର ପ୍ରଦେଶରେ ବିଜେପିର ଭୋଟ୍ ହାର ହ୍ରାସ ପାଇଛି। ୮୦ଟି ଲୋକସଭା ଆସନରୁ ସମାଜବାଦୀ ପାର୍ଟିକୁ ୩୭ଟି ଆସନ ମିଳିଥିବା ବେଳେ ବିଜେପିକୁ ୩୩, କଂଗ୍ରେସକୁ ୬, ରାଷ୍ଟ୍ରୀୟ ଲୋକ ଦଳ ୨ ଏବଂ ଅନ୍ୟାନ୍ୟ ୨ଟି ଆସନ ପାଇଛନ୍ତି। 

Ramayan Lakshman UP Voters Sunil Lahiri UP Election Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe