Advertisment

କାଲି ବର୍ଷିଥିଲେ ସୁପ୍ରିମକୋର୍ଟ; ଆଜି ପତଞ୍ଜଳି ପ୍ରକାଶ କଲା ବଡ଼ ଆକାରର କ୍ଷମା ପ୍ରାର୍ଥନା

ଏହି କ୍ଷମା ପ୍ରାର୍ଥନା ବିଜ୍ଞାପନରେ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଆମେ ଆମ ବ୍ୟକ୍ତିଗତ ସ୍ତରରେ ତଥା ପତଞ୍ଜଳି ତରଫରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ ।

Baba Ramdev

Baba Ramdev

Advertisment

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନା ବିଜ୍ଞାପନର ଆକାରକୁ ନେଇ ସୁପ୍ରିମକୋର୍ଟ ଗତକାଲି ଯୋଗ ଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଉପରେ ବର୍ଷିଥିଲେ। ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି ବୋଲି ଖଣ୍ଡପୀଠ ପଚାରିଥିଲେ। ଏହାପରେ ଆଜି ପତଞ୍ଜଳି ତରଫରୁ ବଡ଼ ଆକାରର କ୍ଷମା ପ୍ରାର୍ଥନା ବିଜ୍ଞାପନ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଛି।

Advertisment

ଏହି କ୍ଷମା ପ୍ରାର୍ଥନା ବିଜ୍ଞାପନରେ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଆମେ ଆମ ବ୍ୟକ୍ତିଗତ ସ୍ତରରେ ତଥା ପତଞ୍ଜଳି ତରଫରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ । ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରି ଆମେ ଯେଉଁ ତ୍ରୁଟି କରିଛୁ, ଭବିଷ୍ୟତରେ କେବେ ବି ଏପରି ତ୍ରୁଟି ଆଉ ହେବନି ବୋଲି ଆମେ ପ୍ରତିଶ୍ରୁତି ଦେଉଛୁ।

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଗତକାଲି ଯୋଗ ଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ତେବେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଉଭୟଙ୍କ ଉପରେ ବର୍ଷିଥିଲେ। ପତଞ୍ଜଳି ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ସେତିକି ବଡ କି ବୋଲି ଅଦାଲତ ପ୍ରଶ୍ନ କରିଥିଲେ।

Advertisment

ଜଷ୍ଟିସ୍‌ ହିମା କୋହଲି ଓ ଜଷ୍ଟିସ ଅମନାତୁହ୍ଲାଙ୍କ ଖଣ୍ଡପୀଠ ପୂର୍ବ ଶୁଣାଣି ବେଳେ ବାବା ରାମେଦବ ଓ ବାଳକୃଷ୍ଣଙ୍କୁ ଏକ ସପ୍ତାହ ସମୟ ଦେଇଥିଲେ। ତେବେ ଡେଡ୍ ଲାଇନ୍‌ ସରିବାର ଦିନକ ପୂର୍ବରୁ ପତଞ୍ଜଳି ତରଫରୁ କ୍ଷମା ପ୍ରାର୍ଥନା ପ୍ରକାଶିତ କରାଯିବାକୁ ନେଇ ସୁପ୍ରିମକୋର୍ଟ ଗତକାଲି ବର୍ଷିଥିଲେ।

ଶୁଣାଣିର ଠିକ୍‌ ଦିନକ ପୂର୍ବରୁ କାହିଁକି କ୍ଷମା ପ୍ରାର୍ଥନା ପ୍ରକାଶିତ କରାଗଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ତାହାଛଡ଼ା ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି ବୋଲି ଖଣ୍ଡପୀଠ ପଚାରିଥିଲେ।

ଏହାର ଉତ୍ତରରେ ପତଞ୍ଜଳି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା ଯେ, ୬୭ଟି ଖବରକାଗଜରେ କ୍ଷମା ମଗାଯାଇଛି। ବିଜ୍ଞାପନଗୁଡ଼ିକର ମୂଲ୍ୟ ୧୦ ଲକ୍ଷ ଟଙ୍କା। ଏଥିରେ ଅଦାଲତଙ୍କ ନିର୍ଦ୍ଦେଶ ପରେ ବି ସାମ୍ବାଦିକ ସମ୍ମିଳନୀ କରିବା ଓ ବିଜ୍ଞାପନରେ ଭୁଲ୍‌ ଦାବି କରିବାକୁ ନେଇ ପତଞ୍ଜଳି କ୍ଷମା ମାଗିଛି।

ପତଞ୍ଜଳି ଆୟୁର୍ବେଦ ସୁପ୍ରିମକୋର୍ଟର ଗାରିମାକୁ ସମ୍ମାନ କରେ। ଭବିଷ୍ୟତରେ ଏଭଳି ଭୁଲ୍‌ ଆଉ ହେବ ନାହିଁ ବୋଲି ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନାରେ କୁହାଯାଇଥିଲା । ତେବେ ଏହି କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଗ୍ରହଣ କରି ନ ଥିଲଷ।

ପତଞ୍ଜଳି କ୍ଷମା ପ୍ରାର୍ଥନାର ବିଜ୍ଞାପନକୁ ପୁଣି ଥରେ ବଡ ସାଇଜ୍‌ ଆକାରରେ ଜାରି କରିବାକୁ କୋର୍ଟ ରାମଦେବଙ୍କୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପତଞ୍ଜଳି ତରଫରୁ ଆଜି ବିଭିନ୍ନ ଖବର କାଗଜରେ ବଡ଼ ଆକାରର କ୍ଷମା ପ୍ରାର୍ଥନା କରାଯାଇଛି। ଏହା ସହିତ କୋର୍ଟ ରାମଦେବ ଏବଂ ବାଳକୃଷ୍ଣଙ୍କୁ ଏପ୍ରିଲ ୩୦ରେ ପୁନର୍ବାର ହାଜର ହେବାକୁ କହିଛନ୍ତି।

Supreme Court Baba Ramdev Patanjali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe