Advertisment

ରାମେଶ୍ୱରମ କାଫେ ବିସ୍ଫୋରଣ: ଟାର୍ଗେଟରେ ଥିଲା ବିଜେପି ଅଫିସ

ସୋମବାର ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଏନଆଇଏ ୪ ଅଭିଯୁକ୍ତ – ମୁସାବୀର ହୁସେନ ଶାଜିବ, ଅବଦୁଲ ମାଥୀନ ଅହମଦ ତାହା, ମାଜ ମୁନୀର ଅହମଦ ଓ ମୁଜାମିଲ ଶରିଫ ନାଁରେ ଚାର୍ଜଶିଟ ଦାଏର କରିଛି।

author-image
Hemant Lenka
Rameshwaram Cafe

Rameshwaram Cafe

କର୍ଣ୍ଣାଟକାର ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ଅଭିଯୁକ୍ତମାନଙ୍କ ଟାର୍ଗେଟରେ ଥିଲା ବିଜେପି ଅଫିସ। ଚଳିତ ବର୍ଷ ଜାନୁଆରୀ ୨୨ ଅର୍ଥାତ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ଦିନ ବେଙ୍ଗାଲୁରୁ ସ୍ଥିତ ବିଜେପି ଅଫିସରେ ବିସ୍ଫୋରଣ କରିବାକୁ ସେମାନେ ଯୋଜନା କରିଥିଲେ।

Advertisment

ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଏଆଇ। ସଂସ୍ଥା ପକ୍ଷରୁ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଚାର୍ଜଶିଟ ଦାଖଲ କରାଯାଇଛି। ଚାର୍ଜଶିଟରେ ଏପରି ସାଂଘାତିକ ତଥ୍ୟ ରହିଛି।

ସୋମବାର ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଏନଆଇଏ ୪ ଅଭିଯୁକ୍ତ – ମୁସାବୀର ହୁସେନ ଶାଜିବ, ଅବଦୁଲ ମାଥୀନ ଅହମଦ ତାହା, ମାଜ ମୁନୀର ଅହମଦ ଓ ମୁଜାମିଲ ଶରିଫ ନାଁରେ ଚାର୍ଜଶିଟ ଦାଏର କରିଛି।

Advertisment

ଏନଆଇଏ ତଦନ୍ତରୁ ଜଣାପଡ଼ିଛି ଯେ ଅବଦୁଲ ଓ ଶାଜିବ କାଫେର ବୋମା ଖଞ୍ଜିଥିଲେ। ଇସଲାମିକ ଷ୍ଟେର ଅଲ ହିନ୍ଦ ସେଲର ଫର୍ଦ୍ଦାଫାସ ହେବା ଦିନ ଠାରୁ ଅର୍ଥାତ ୨୦୨୦ରୁ ଉଭୟ ଫେରାର ହୋଇଯାଇଥିଲେ। ତେବେ କାଫେ ବିସ୍ଫୋରଣର ୪୨ ଦିନ ପରେ ଉଭୟଙ୍କୁ ଏନଆଇଏ ପଶ୍ଚିମବଙ୍ଗରୁ ଗିରଫ କରିଥିଲା।

କର୍ଣ୍ଣାଟାକାର ଶିବମୋଗା ଜିଲ୍ଲାର ମୂଳବାସିନ୍ଦା ଅବଦୁଲ ଓ ଶାଜିବ ଇସଲାମିକ ଷ୍ଟେଟ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ। ସେମାନେ ନିରୀହ ମୁସଲିମ ଯୁବକମାନଙ୍କୁ ନିଜ ଜାଲରେ ଫସାଉଥିଲେ। ସେମାନଙ୍କ କଥାରେ ମାଜ ମୁନୀର ଅହମଦ ଓ ମୁଜାମିଲ ଶରିଫ ପ୍ରଭାବିତ ହୋଇ ଅପରାଧରେ ସାମିଲ ହୋଇଥିଲେ।

ନିଜ ନେଟୱର୍କକୁ ଚାଲୁ ରଖିବା ପାଇଁ ଅବଦୁଲ ଓ ଶାଜିବ ବେଆଇନ ଭାବେ ଭାରତୀୟ ସିମ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ହାସଲ କରିଥିଲେ। ସେମାନେ ଭାରତ ଓ ବାଂଲାଦେଶର ବିଭିନ୍ନ ପରିଚୟପତ୍ରକୁ ଡାର୍କ ୱେବ ଦ୍ୱାରା ଡାଉନଲୋଡ କରି ବ୍ୟବହାର କରୁଥିଲେ।

କ୍ରିପ୍ଟୋକରେନ୍ସି ଦ୍ୱାରା ଅବଦୁଲ ଓ ଶାଜିବଙ୍କୁ ତାଙ୍କ ହ୍ୟାଣ୍ଡେଲର ପାଣ୍ଠି ଯୋଗାଇ ଦେଉଥିଲା। ଏହି ଟଙ୍କା ଦ୍ୱାରା ସେମାନେ ବେଙ୍ଗାଲୁରୁରେ ହିଂସା ଘଟାଇବାକୁ ଯୋଜନା କରୁଥିଲେ। ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଏମାନେ ବେଙ୍ଗାଲୁରୁର ମାଲେଶ୍ୱରମରେ ଥିବା ବିଜେପି ଅଫିସରେ ଆଇଇଡି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ତେବେ ଏହା ସଫଳ ହୋଇପାରି ନଥିଲା।

ସେଠାରେ ଫେଲ ମାରିବା ପରେ ଅବଦୁଲ ଓ ଶାଜିବ ରାମେଶ୍ୱରମ କାଫେରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ମେ’ ୧ ତାରିଖରେ ସେମାନେ ଯୋଜନା ମୁତାବକ କାଫେରେ ବିସ୍ଫୋରଣ କରି ୯ ଜଣଙ୍କୁ ଆହତ କରିଥିଲେ।

Bjp Karnataka NIA Investigation Rameshwaram Cafe Blast Case