Advertisment

ପୁଣେରେ ଅଛି ରାମେଶ୍ୱରମ କାଫେ ବିସ୍ଫୋରଣର ଅଭିଯୁକ୍ତ!

ଯେଉଁମାନେ ସନ୍ଦିଗ୍ଧ ସମ୍ପର୍କରେ ଖବର ପାଇବେ, ସେମାନେ ୦୮୦୨୯୫୧୦୯୦୦ କିମ୍ବା ୮୯୦୪୨୪୧୧୦୦ କିମ୍ବା info.blr.nia@gov.in କୁ ଇ-ମେଲ କରି ସୂଚନା ଦେଇ ପାରିବେ। ସୂଚନାଦାତାଙ୍କ ପରିଚୟ ଗୋପନ ରହିବ ବୋଲି ଏନଆଇଏ କହିଛି।

Blast

Blast

Advertisment

କର୍ଣ୍ଣାଟକାର ବେଙ୍ଗାଲୁରୁରରେ ଥିବା ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତି ଜଣଙ୍କ ଏବେ ପୁଣେରେ ରହିଥିବା ଜଣାପଡ଼ିଛି। ମାର୍ଚ୍ଚ ୧ କାଫେ ବିସ୍ଫୋରଣ ଠାରୁ ପୁଲିସ୍‌ ଓ ଏନଆଇଏ ସିସିଟିଭି ଦୃଶ୍ୟ ଅନୁସାରେ ଯାଞ୍ଚ କରୁଛନ୍ତି।

Advertisment

ସନ୍ଦିଗ୍ଧ ଅଭିଯୁକ୍ତର ବିଭିନ୍ନ ପ୍ରକାରର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏଯାଏ ସେ ଧରାପଡ଼ିନି। ଏବେ ଜାତୀୟ ଗଣାମଧ୍ୟମରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ ଅଭିଯୁକ୍ତ ଜଣକ ସମ୍ଭବତଃ ପୁଣେରେ ରହିଛି।

ରିପୋର୍ଟ ଅନୁସାରେ, ବିସ୍ଫୋରଣ ପରେ ଅଭିଯୁକ୍ତ ଜଣକ ବସ୍‌ ଯୋଗେ ବଲ୍ଲାରୀ ଯାଇଥିଲା। ସେଠାରେ ସେ ଭଟକଲ, ଗୋକାରନ, ବେଲଗାମ ଓ କୋଲହାପୁର ଦେଇ ପୁଣେରେ ପହଞ୍ଚିଛି। ତେବେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ସନ୍ଦିଗ୍ଧ ଆତଙ୍କବାଦୀ ଜଣକ ପ୍ରକୃତରେ ପୁଣେରେ ଅଛି ନା ଅଧ ବାଟରୁ ଖସି ଅନ୍ୟତ୍ର ଚାଲିଯାଇଛି, ସେକଥା ସ୍ପଷ୍ଟ କରି ନାହିଁ।

Advertisment

ଶନିବାର ଏନଆଇଏ ପକ୍ଷରୁ ଅଭଯୁକ୍ତର ଏକାଧିକ ସିସିଟିଭି ଫଟୋ ସାର୍ବଜନୀନ କରାଯାଇଛି। ରାମେଶ୍ୱରମ ବିସ୍ଫୋରଣ ସହ ଜଡ଼ିତ ସନ୍ଦିଗ୍ଧ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଏନଆଇଏ ଲୋକଙ୍କ ସହଯୋଗ ମଧ୍ୟ ଲୋଡ଼ିଛି।

ଯେଉଁମାନେ ସନ୍ଦିଗ୍ଧ ସମ୍ପର୍କରେ ଖବର ପାଇବେ, ସେମାନେ ୦୮୦୨୯୫୧୦୯୦୦ କିମ୍ବା ୮୯୦୪୨୪୧୧୦୦ କିମ୍ବା info.blr.nia@gov.in କୁ ଇ-ମେଲ କରି ସୂଚନା ଦେଇ ପାରିବେ। ସୂଚନାଦାତାଙ୍କ ପରିଚୟ ଗୋପନ ରହିବ ବୋଲି ଏନଆଇଏ କହିଛି।

ଏହାପୂର୍ବରୁ ବିସ୍ଫୋରଣ କରିଥିବା ବ୍ୟକ୍ତି ସମ୍ପର୍କରେ ତଥ୍ୟ ହାସ ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ମାର୍ଚ୍ଚ ୩ରୁ ଏନଆଇଏ ଘଟଣାର ତଦନ୍ତ କରୁଥିଲେ ହେଁ ଏଯାଏ ତଦନ୍ତକାରୀ ସଂସ୍ଥାକୁ ସଫଳତା ମିଳିନାହିଁ। ମାର୍ଚ୍ଚ ୧ରେ କାଫେରେ ଆଇଇଡି ବିସ୍ଫୋରଣ ହୋଇଥିଲା।

ଏଥିରେ ୯ ଜଣ ଆହତ ହୋଇଛନ୍ତି। ଅଭିଯୁକ୍ତ ଜଣକ କାଫେକୁ ଜଳଖିଆ ଖାଇବାକୁ ଆସିଥିଲା। ଏହାପରେ ସେ ଆଇଇଡି ଭର୍ତ୍ତି ବ୍ୟାଗ କାଫେରେ ରଖି ଚାଲି ଯାଇଥିଲା। ଏହାପର କିଛି ସମୟ ପରେ କାଫେରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।

Karnataka Rameshwaram Cafe Blast Case Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe