Advertisment

ମନ୍ତ୍ରୀଙ୍କର ହୋଇଗଲା ସାମାନ୍ୟ ତ୍ରୁଟି, ନେବାକୁ ପଡ଼ିଲା ଦୁଇ ଥର ଶପଥ

ଶପଥ ଗ୍ରହଣ କାର୍ଯ୍ୟକ୍ରମ ନିମନ୍ତେ ଆଜି ମଧ୍ୟପ୍ରଦେଶ ରାଜଭବନରେ ଏକ ସମାରୋହ ଆୟୋଜିତ ହୋଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Ramniwas Rawat

Ramniwas Rawat

ଆଜି ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳ ବିସ୍ତାର ହୋଇଥିବା ବେଳେ ଶପଥ ନେଇଛନ୍ତି ନୂଆ ମନ୍ତ୍ରୀ। ମାତ୍ର ଏହି ସମୟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ସାମନ୍ୟ ବାକ୍ୟଗତ ତ୍ରୁଟି ପାଇଁ ରାମନିବାସ ରାୱତ ନାମକ ମନ୍ତ୍ରୀଙ୍କୁ ୨ ଥର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ।

Advertisment

ଶପଥ ଗ୍ରହଣ କାର୍ଯ୍ୟକ୍ରମ ନିମନ୍ତେ ଆଜି ମଧ୍ୟପ୍ରଦେଶ ରାଜଭବନରେ ଏକ ସମାରୋହ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଉପସ୍ଥିତିରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ରାମନିବାସ ରାୱତ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଉଥିବା ବେଳେ ଭୁଲବଶଃତ ତାଙ୍କ ପାଟିରୁ ରାଜ୍ୟ ମନ୍ତ୍ରୀ ବୋଲି ବାହାରି ଯାଇଥିଲା। ଏହାପରେ ତତ୍‌କ୍ଷଣାତ ରାଜ୍ୟପାଳ ତାଙ୍କୁ ପୁନର୍ବାର ଶପଥ ପାଠ କରାଇ ମଧ୍ୟପ୍ରଦେଶ ରାଜ୍ୟର ମନ୍ତ୍ରୀ ବୋଲି ଶପଥ ପାଠ କରାଇଥିଲେ। ମୋହନ ଯାଦବଙ୍କ କ୍ୟାବିନେଟରେ ମନ୍ତ୍ରୀ ସଂଖ୍ୟା ୩୧ରେ ପହଞ୍ଚିଥିବା ବେଳେ ଏବେବି ୩ ପଦ ଖାଲି ପଡ଼ିଛି।

Advertisment

ବିଜୟପୁର ବିଧାନସଭା ଆସନରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରାମନିବାସ ରାୱତ ଗତ ଏପ୍ରିଲ ୩୦ ତାରିଖରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।

ରାମ ନିବାସ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ଲମ୍ବା ରାଜନୈତିକ କ୍ୟାରିଅର ରହିଛି। ସେ ଏବେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବାରୁ ତାଙ୍କ ଅଭିଜ୍ଞତାର ଲାଭ ପୂରା ମନ୍ତ୍ରିମଣ୍ଡଳ ସହ ସମଗ୍ର ରାଜ୍ୟବାସୀ ପାଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Madhya Pradesh