Advertisment

ଜୟା ପ୍ରଦାଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଏମପି/ଏମଏଲଏ କୋର୍ଟ ସ୍ଥାନୀୟ ଏସ୍‌ପିଙ୍କୁ ତୁରନ୍ତ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରି ଜୟା ପ୍ରଦାଙ୍କୁ ଗିରଫ କରିବାକୁ କହିଛନ୍ତି।

Jaya Prada

Jaya Prada

Advertisment

ଭେଟରାନ ଅଭିନେତ୍ରୀ ତଥା ରାଜନେତା ଜୟା ପ୍ରଦାଙ୍କୁ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶର ରାମପୁର ସ୍ଥିତ ଏମପି/ଏମଏଲଏ କୋର୍ଟ ସ୍ଥାନୀୟ ଏସ୍‌ପିଙ୍କୁ ତୁରନ୍ତ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରି ଜୟା ପ୍ରଦାଙ୍କୁ ଗିରଫ କରିବାକୁ କହିଛନ୍ତି। ଗିରଫ କରି ପୂର୍ବତନ ସାଂସନ ଜୟା ପ୍ରଦାଙ୍କୁ କୋର୍ଟରେ ହାଜର କରିବାକୁ କୋର୍ଟ ଏସ୍‌ପିକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବରିଷ୍ଠ ସରକାରୀ ଓକିଲ ଅମରନାଥ ତିୱାରୀ କହିଛନ୍ତି ଯେ  ଜୟା ପ୍ରଦାଙ୍କ ନାଁର ୭ଥର ଜାମିନ ବିହୀନ ଗିରଫ ପରୱାନ ଜାରି କରାଯାଇଥିଲା। ଏହା ସତ୍ତ୍ୱେ ସେ ମାମଲାର ଶୁଣାଣି ପାଇଁ ସୋମବାର କୋର୍ଟରେ ହାଜର ହୋଇ ନଥିଲେ। ତେଣୁ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଶ୍ରୀ ତିୱାରୀ କହିଛନ୍ତି।

ଆଚରଣ ବିଧି ଉଲ୍ଲଙ୍ଘନ ସହ ଜଡ଼ିତ ୨ଟି ମାମଲାରେ ଜୟା ପ୍ରଦାଙ୍କ ବିଚାର ଚାଲିଛି। ମାମଲାର ଶୁଣାଣି ଥିଲେ ହେଁ ସେ ଆଦୌ ଏହାକୁ ଖାତିର କରୁ ନାହାନ୍ତି। ୨୦୧୯ ଲୋକସଭା ନିର୍ବାଚନ ଠାରୁ ଏହି ମାମଲା ଚାଲିଛି। ଆଚରଣ ବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ଜୟାଙ୍କ ନାଁରେ ଦୁଇଟି ଏଫଆଇଆର ସ୍ୱାର ଓ କେମରି ପୁଲିସ୍‌ ଷ୍ଟେସନରେ ରୁଜୁ ହୋଇଥିଲା। ତଥାପି ସେ ରାମପୁର ଆସନରେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ହାରିବାକୁ ପଡ଼ିଥିଲା।

Advertisment

ଗତବର୍ଷ ମଧ୍ୟ ଜୟା ପ୍ରଦା ଏମିତି ବିବାଦରେ ଫସିଥିଲେ। ଜୟା ପ୍ରଦା ତାଙ୍କ ଥିଏଟରରେ କାମ କରୁଥିବା କର୍ମଚାରୀଙ୍କ ଇଏସ୍‌ଆଇ ଟଙ୍କା ଦେଇ ନଥିଲେ। ମାମଲା କୋର୍ଟରେ ପହଞ୍ଚିଥିଲା।

ଶୁଣାଣି ବେଳେ ଜୟା ପ୍ରଦା ଦୋଷ ସ୍ୱୀକାର କରି କର୍ମଚାରୀଙ୍କ ଟଙ୍କା ଫେରସ୍ତ କରିବେ ବୋଲି ରାଜି ହୋଇଥିଲେ। ତଥାପି ଚେନ୍ନାଇର ଗୋଟିଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ୬ ମାସ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଫାଇନ ଲାଗୁ କରାଯାଇଥିଲା।

Bjp Uttar Pradesh Jaya Prada Actor Jaya Prada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe