Advertisment

ଆଜମ ଖାନ୍‌ଙ୍କ ପୂରା ପରିବାରକୁ ୭ ବର୍ଷ ଜେଲ୍‌

ଆଜମ ଖାନଙ୍କ ସମେତ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଓ ପତ୍ନୀ ତଞ୍ଜିମ ଫାତିମା ଏହି ମାମଲାରେ ଦୋଷୀ ପ୍ରମାଣିତ ହୋଇଛନ୍ତି।

Azam khan and Abdullah

Azam khan and Abdullah

Advertisment

ଜେଲ୍‌ ଗଲେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ୍‌ଙ୍କ ପୂରା ପରିବାର। ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନ୍‌ଙ୍କ ପୂରା ପରିବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜମ ଖାନଙ୍କ ସମେତ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଓ ପତ୍ନୀ ତଞ୍ଜିମ ଫାତିମା ଏହି ମାମଲାରେ ଦୋଷୀ ପ୍ରମାଣିତ ହୋଇଛନ୍ତି। ଏହି ତିନି ଜଣଙ୍କୁ ସାତ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏଥିସହ ଆଜମ ଖାନ୍‌ଙ୍କ ଜାମିନ ବାତିଲ କରି ଦିଆଯାଇଛି।

Advertisment

ବିଜେପି ନେତା ଆକାଶ ସକ୍ସେନା ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏବେ ଏହି ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଏମ୍‌ପି-ଏମ୍‌ଏଲ୍ଏ କୋର୍ଟ ତାଙ୍କ ପରିବାରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ଦଣ୍ଡାଦେଶ ପରେ ସମସ୍ତଙ୍କୁ ତୁରନ୍ତ ଜେଲ ପଠାଇ ଦିଆଯାଇଛି।

ସପା ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ଦୁଇଟି ବାର୍ଥ ସାର୍ଟିଫିକେଟ୍‌କୁ ନେଇ ଏହି ମାମଲା ରୁଜୁ ହୋଇଥିଲା। ପ୍ରଥମ ବାର୍ଥ ସାର୍ଟିଫିକେଟ୍‌ ଆଧାରରେ ଅବଦୁଲ୍ଲା ପାସପୋର୍ଟ ନେଇ ବିଦେଶ ଯାଇଥିବା ଓ ଦ୍ୱିତୀୟ ସାର୍ଟିଫିକେଟ୍‌କୁ ସରକାରୀ କାମରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା।

Advertisment

ସୂଚନା ମୁତାବକ, ପ୍ରଥମ ବାର୍ଥ ସାର୍ଟିଫିକେଟ୍‌ ତଥା ଜନ୍ମ ପ୍ରମାଣପତ୍ରଟି ରାମପୁର ନଗର ପାଳିକା ୨୦୧୨ ଜୁନ୍‌ ୨୮ରେ ଜାରି କରିଥିଲେ। ଏଥିରେ ଅବଦୁଲ୍ଲା ଆଜମଙ୍କର ଜନ୍ମସ୍ଥାନ ରାମପୁର ବୋଲି ଦର୍ଶାଯାଇଛି। ସେହିରପ ୨୦୧୫ ଜାନୁଆରୀରେ ଦ୍ୱିତୀୟ ବାର୍ଥ ସାର୍ଟିଫିକେଟ୍‌ରେ ତାଙ୍କ ଜନ୍ମସ୍ଥାନ ଲକ୍ଷ୍ନୌ ଥିବା ଦେଖିବାକୁ ମିଳିଥିଲା। ତେଣୁ ତାଙ୍କ ବିରୋଧରେ ଧାରା ୪୦୨, ୪୬୭, ୪୬୮ ଓ ୪୭୧ ଆଧାରରେ ମାମଲା ରୁଜୁ କରାଯାଇଥିଲା।

Samajwadi Party Azam Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe