Advertisment

Stop Rape: ପୁଲିସ ହେପାଜତରେ ଦୁଷ୍କର୍ମ ଅଭିଯୁକ୍ତର ମୃତ୍ୟ, ହତ୍ୟା ନା ଆତ୍ମହତ୍ୟା?

ନଗେନ୍ଦ୍ରକୁ ପୁଲିସ ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଗିରଫ ପରେ ପୁଲିସ୍‌ ନଗେନ୍ଦ୍ରକୁ କୋର୍ଟରେ ହାଜର କରିଥିଲା। କୋର୍ଟ ତା’କୁ ୨ ଦିନିଆ ପୁଲିସ୍‌ ରିମାଣ୍ଡରେ ଛାଡ଼ିଥିଲେ।

Bsc

ନଗେନ୍ଦ୍ର କୁମାର (ଫାଇଲ ଫଟୋ)

Advertisment

ମହାରାଷ୍ଟ୍ରର ନାଗପୁରର ଗୋଟିଏ ପୁଲିସ୍‌ ଟିମ ନିକଟରେ ଉତ୍ତର ପ୍ରଦେଶର ପ୍ରୟାଗରାଜକୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଥିଲା। ଅପହରଣ ଓ ଦୁଷ୍କର୍ମ(Stop Rape) ଭଳି ମାମଲା ଯୁବକଙ୍କ ବିରୋଧରେ ରୁଜୁ କରିଥିଲା ପୁଲିସ୍‌।

Advertisment

ତେବେ ପୁଲିସ ହେପାଜତରେ ଥିବା ବେଳେ ଗିରଫ ଯୁବକ ନଗେନ୍ଦ୍ର କୁମାର ଭାର୍ତିୟାର ମୃତ୍ୟୁ ହୋଇଛି। ଗୁରୁବାର ରାତିରେ ସେ ଆତ୍ମହତ୍ୟା କରିଥିବା ପୁଲିସ କହିଥିଲେ ହେଁ ଏହାକୁ ନେଇ ବିବାଦ ଦେଖାଯାଇଛି।

ନଗେନ୍ଦ୍ରକୁ ପୁଲିସ ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଗିରଫ ପରେ ପୁଲିସ୍‌ ନଗେନ୍ଦ୍ରକୁ କୋର୍ଟରେ ହାଜର କରିଥିଲା। କୋର୍ଟ ତା’କୁ ୨ ଦିନିଆ ପୁଲିସ୍‌ ରିମାଣ୍ଡରେ ଛାଡ଼ିଥିଲେ।

Advertisment

ପ୍ରବଳ ଥଣ୍ଡା ହେଉଥିବାରୁ ତା’କୁ ରାତିରେ ପୁଲିସ୍‌ ଗୋଟିଏ ବେଡଶିଟ ଦେଇଥିଲା। ଏହି ବେଡଶିଟକୁ ଚିରି ନଗେନ୍ଦ୍ର ଝୁଲି ପଡ଼ିଥିଲା। ପୁଲିସ୍‌ କହିଛି ଯେ ଟଏଲେଟରୁ ସେ ଗୋଟିଏ ବିନ ଆଣି ବେଡଶିଟକୁ ନିଜ ବେକର ବାନ୍ଧି ଝୁଲି ପଡ଼ିଥିବା ପୁଲିସ ସୂଚନା ଦେଇଛି।

ନଗେନ୍ଦ୍ର ହେଉଛି ଜଣେ ବିଏସ୍‌ସି ଛାତ୍ର। ଇନଷ୍ଟାଗ୍ରାମ ଜରିଆରେ ନାଗପୁରର ଜରିପଟକା ସ୍ଥିତ ଜଣେ ନାବାଳିକାଙ୍କ ସହ ତା’ର ବନ୍ଧୁତା ଆରମ୍ଭ ହୋଇଥିଲା। କିଛି ଦିନର ବନ୍ଧୁତା ପରେ ନଗେନ୍ଦ୍ର କୌଶଳକ୍ରମେ ନାବାଳିକାଙ୍କୁ ପ୍ରେମ ନିବେଦିନ କରିବା ସହ ବାହା ହେବାକୁ ପ୍ରସ୍ତାବ ଦେଇଥିଲା। ନାବାଳିକା ଜଣଙ୍କ ମଧ୍ୟ ତା’ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ। ଡିସେମ୍ବର ମାସରେ ନଗେନ୍ଦ୍ର ନାଗପୁର ଆସିବା ସହ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। 

ପୁଣି ସପ୍ତାହକ ତଳେ ସେ ନାଗପୁର ଆସି ନାବାଳିକାଙ୍କୁ ନିଜ ସହ ନେଇ ଫେରାର ହୋଇ ଯାଇଥିଲା। ନାବାଳିକାଙ୍କ ପରିବାର ଲୋକ ପୁଲିସରେ ଅଭିଯୋଗ କରିବାରୁ ତଦନ୍ତ ଆରମ୍ଭ ହୋଇଥିଲା। ବୈଷୟିକ ତଦନ୍ତ ବଳରେ ପୁଲିସ ନଗେନ୍ଦ୍ର ଓ ନାବାଳିକାଙ୍କ ପ୍ରୟାଗରାଜରେ ଠାବ କରିଥିଲେ। ସେଠାରୁ ଉଭୟଙ୍କୁ ଉଦ୍ଧାର କରି ନାଗପୁର ଆଣିଥିଲା। ଏହାପରେ ଅଭିଯୁକ୍ତ ନଗେନ୍ଦ୍ରକୁ ୨ ଦିନିଆ ରିମାଣ୍ଡରେ ନେଇଥିଲା। 

ତେବେ ପୁଲିସ୍‌ ହେପାଜତରେ ନଗେନ୍ଦ୍ରର ମୃତ୍ୟୁ ହେବାରୁ ଘଟଣାର ସିଆଇଡି ତଦନ୍ତ ଆରମ୍ଭ ହୋଇଛି। ସିଆଇଡି ଅଧିକାରୀମାନେ ଦାୟିତ୍ୱରେ ଥିବା ପୁଲିସ୍‌ ଅଧିକାରୀଙ୍କୁ ହାଜର ହେବାକୁ ନୋଟିସ ମଧ୍ୟ କରିଛନ୍ତି। ସେହିପରି ସିସିଟିଭି ଓ ଅନ୍ୟ ତଥ୍ୟଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି। 

Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe