Advertisment

ଜୁନ ୨୪ ଯାଏ ଜେଲ ଗଲେ ଦୁଷ୍କର୍ମ ଅଭିଯୁକ୍ତ ପ୍ରଜ୍ଜ୍ୱଳ ରେଭାନ୍ନା

ଯୌନ ଶୋଷଣର ଭିଡିଓ ସାମ୍ନାକୁ ଆସିବା ପରେ ରେଭାନ୍ନା ଏପ୍ରିଲ ମାସରୁ ଜର୍ମାନୀ ଚାଲି ଯାଇଥିଲେ। ତାଙ୍କ ନାଁରେ ଏକାଧିକ ଲୁକ ଆଉଟ ନୋଟିସ ମଧ୍ୟ ଜାରି କରାଯାଇଥିଲା।

author-image
Hemant Lenka
Prajwal

Prajwal

ଦୁଷ୍କର୍ମ ଓ ଦୁର୍ବବ୍ୟବହାର ମାମଲାର ଅଭିଯୁକ୍ତ ତଥା ନିଲମ୍ବିତ ଜେଡିଏସ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଜୁନ ୨୪ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କର୍ଣ୍ଣାଟକାର ଗୋଟିଏ କୋର୍ଟ।

Advertisment

ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଏସ୍‌ଆଇଟି ପକ୍ଷରୁ ରେଭାନ୍ନାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଏସ୍‌ଆଇଟି ରିମାଣ୍ଡ ପାଇଁ ଆବେଦନନ ନ କରିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଯୌନ ଶୋଷଣର ଭିଡିଓ ସାମ୍ନାକୁ ଆସିବା ପରେ ରେଭାନ୍ନା ଏପ୍ରିଲ ମାସରୁ ଜର୍ମାନୀ ଚାଲି ଯାଇଥିଲେ। ତାଙ୍କ ନାଁରେ ଏକାଧିକ ଲୁକ ଆଉଟ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଶେଷରେ ସା ନିଜ ଆଡ଼ୁ ମେ’ ୩୧ରେ ବେଙ୍ଗାଲୁରୁ ଫେରିବା ସହ ଏସ୍‌ଆଇଟି ଟିମ ଦ୍ୱାରା ଗିରଫ ହୋଇଥିଲେ। ଗିରଫ ପରେ ତାଙ୍କୁ କୋର୍ଟ ପ୍ରଥମେ ଜୁନ ୬ ଓ ପରେ ୧୦ ତାରିଖ ଯାଏ ପୁଲିସ୍‌ ରିମାଣ୍ଡରେ ଛାଡ଼ିଥିଲେ।

Advertisment

କର୍ଣ୍ଣାଟକାରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ସେ ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆସିବା ପରେ ସେ ଦେଶ ଛାଡ଼ି ଜର୍ମାନୀ ଚାଲି ଯାଇଥିଲେ।

ତାଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହାୟକ ମଧ୍ୟ ପ୍ରଜ୍ଜ୍ୱଳ ରେଭାନ୍ନା ଓ ତାଙ୍କ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏହାପରେ ଏଚ୍‌ଡି ରେଭାନ୍ନାଙ୍କୁ ଗିରଫ କରାଯାଇଥିଲା।

Prajwal Revanna Prajwal Revanna Sex Scandal Karnataka MP Prajwal