Advertisment

ଦୁଷ୍କର୍ମ ଅଭିଯୁକ୍ତ ସଞ୍ଜୟକୁ ମା’ର ପ୍ରଶ୍ନ: ବାବୁ ତୁ କାହିଁକି ଏମିତି କଲୁ?

ସଞ୍ଜୟର ପ୍ରଥମ ପତ୍ନୀ କ୍ୟାନସରରେ ପ୍ରାଣ ହରାଇବା ପରେ ସେ ମଦ ପିଇବା ଆରମ୍ଭ କରିଥିଲା ବୋଲି ତା’ ମା’ କହିଛନ୍ତି।

Sanjoy Roy

Sanjoy Roy

Advertisment

କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଜେଲରେ ଥିବା ବେଳେ ତା’ ପରିବାର ଲୋକ ଲଜ୍ଜା ମୁଣ୍ଡାଇବାରେ ଲାଗିଛନ୍ତି। ପୁଅର ପାପ ପେଡ଼ି ଖୋଲିବାରେ ଲାଗିଥିବାରୁ ପରିବାର ଲୋକ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି। ଏସବୁ ଭିତରେ ସଞ୍ଜୟକୁ ତା’ ମା’ ଗୋଟିଏ ପ୍ରଶ୍ନ କରିଛନ୍ତି। ବାବୁ ତୁ କାହିଁକି ଏମିତି କଲୁ? କିଏ ତତେ ଏମିତି କାମ ଶିଖାଇଲା?

Advertisment

ମା’ଙ୍କ କହିବା କଥା ସଞ୍ଜୟ ଆଦୌ ଦୁର୍ଦ୍ଦାନ୍ତ ନଥିଲା। ଯଦି ସେ ଆଉ ଟିକିଏ କଠୋର ହୋଇଥାଆନ୍ତେ, ତା’ହେଲେ ସଞ୍ଜୟ ହୁଏତ ଏମିତି କାଣ୍ଡ ଘଟାଇବାକୁ ସାହାସ ପାଇ ନଥାଆନ୍ତା। ଏଥିସହ କେହି ସଞ୍ଜୟକୁ ଫସାଇଛନ୍ତି ଓ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସଞ୍ଜୟର ମା’ କହିଛନ୍ତି, “ଯଦି ମୁଁ ଅଧିକ କଠୋର ହୋଇଥାଆନ୍ତି, ତା’ହେଲେ ଏସବୁ ଘଟି ନଥାଆନ୍ତା। ତା’ ବାପା ଅତ୍ୟନ୍ତ କଠୋର ଥିଲେ। କିନ୍ତୁ ସେ ତା’ ବାପାଙ୍କୁ ପୂଜା କରୁଥିଲା। ମୋ ସ୍ୱାମୀଙ୍କ ଦେହାନ୍ତ ପରେ ସବୁ କିଛି ଓଲଟପାଲଟ ହୋଇଗଲା। ମୋର ସୁନ୍ଦର ପରିବାର ଏବେ କେବଳ ଗୋଟିଏ ସ୍ମୃତି ହୋଇ ରହିଗଲା। ମୁଁ ଜାଣିନି ତା’କୁ ଏପରି କରିବାକୁ କିଏ ପ୍ରବର୍ତ୍ତାଇଲା। ଯଦି କେହି ତା’କୁ ଫସାଇଛି, ତା’ହେଲେ ଉକ୍ତ ବ୍ୟକ୍ତିଙ୍କ ମଧ୍ୟ ଦଣ୍ଡିତ ହେବା ଦରକାର।”

Advertisment

ମା’ଙ୍କ କହିବା କଥା ସଞ୍ଜୟ ଖେଳକୁଦ ପ୍ରତି ବେଶ ଆଗ୍ରହୀ ଥିଲା। ସେ ବକ୍ସିଂ ମଧ୍ୟ ଶିଖୁଥିଲା। ସେ ଏନସିସିରେ ଭାଗ ନେଇଛି ଓ ସ୍କୁଲରେ ଟପ୍ପର ବି ହେଉଥିଲା। ମା’ କହିଛନ୍ତି, “ସେ ମୋର ଭଲ ଭାବେ ଯତ୍ନ ନିଏ। ମୋ ପାଇଁ ରାନ୍ଧି ଦିଏ। ଆପଣ ପଡ଼ୋଶୀଙ୍କୁ ପଚାରି ପାରିବେ, ପୁଅ କେବେ ହେଲେ କାହାକୁ ଦୁର୍ବ୍ୟବହାର କରନି। ଯଦି ଏବେ ମୁଁ ତା’କୁ ଭେଟିବାର ସୁଯୋଗ ପାଇବି, ତା’ହେଲେ ତାକୁ କେବଳ ଗୋଟିଏ ପ୍ରଶ୍ନ କରିବି, ବାବୁ ତୁ କାହିଁକି ଏମିତି କଲୁ? ମୋ ପୁଅ କେବେ ହେଲେ ଏମିତି ନଥିଲା।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଞ୍ଜୟର ମା’ ଜାଣି ନାହାନ୍ତି ଯେ ତାଙ୍କ ପୁଅ ସିଭିକ ସ୍ୱେଚ୍ଛାସେବୀ ଭାବେ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ପୋଷ୍ଟିଂ ହୋଇଥିଲା। ଏହି ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲରୁ ଗତ ୯ ତାରିଖରେ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଏହାର ୧୨ ଘଣ୍ଟା ମଧ୍ୟରେ ପୁଲିସ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଞ୍ଜୟକୁ ଗିରଫ କରିଥିଲା।

ସଞ୍ଜୟର ମା’ ଆହୁରି କହିଛନ୍ତି, “ସେ ଆର ଜି କର ହସ୍ପିଟାଲ ଯାଉଥିଲା ମୋର କୌଣସି ଧାରଣା ନାହିଁ। ଉକ୍ତ ରାତିରେ ସେ ଘରେ ମଧ୍ୟ ଖାଇ ନାହିଁ। ମୋ ପୁଅ ରେଡ ଲାଇଟ ଅଞ୍ଚଳକୁ ଯାଏ ବୋଲି ମଧ୍ୟ ମୁଁ ଜାଣନି।”

ସଞ୍ଜୟର ପ୍ରଥମ ପତ୍ନୀ କ୍ୟାନସରରେ ପ୍ରାଣ ହରାଇବା ପରେ ସେ ମଦ ପିଇବା ଆରମ୍ଭ କରିଥିଲା ବୋଲି ତା’ ମା’ କହିଛନ୍ତି। ସେ କହିଛନ୍ତି, “ସଞ୍ଜୟର ପ୍ରଥମ ପତ୍ନୀ ବେଶ ଭଲ ପିଲା ଥିଲା। ସେମାନେ ଖୁସିରେ ଥିଲେ। ହଠାତ୍‌ ସେ କ୍ୟାନସରରେ ଆକ୍ରାନ୍ତ ଥିଲା ଜଣାପଡ଼ିଥିଲା। ପତ୍ନୀ ପ୍ରାଣ ହରାଇବା ପରେ ସେ ପୂରା ଭାଙ୍ଗି ପଡ଼ିଥିଲା। ଏହି କାରଣରୁ ସେ ମଦ ପିଇବା ଆରମ୍ଭ କରିଥିଲା।”

Sanjay Roy Kolkata Doctor Rape And Murder Case Kolkata Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe