Advertisment

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲା: ପର୍ଣ୍ଣ ଫିଲ୍ମ ଦେଖି ୩ ନାବାଳକ ଭିଆଇଥିଲେ କାଣ୍ଡ

ଷଷ୍ଠ ଓ ସପ୍ତମ ଶ୍ରେଣୀର ୩ ଛାତ୍ର ଏପରି ନାରକୀୟ କାଣ୍ଡ ଘଟାଇଥିଲେ। ମାତ୍ର ତାହା ପୂର୍ବରୁ ସେମାନେ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖିଥିବା ତଦନ୍ତରୁ ଜଣାଯାଇଛି।

ଅଦ୍ୟତନ ହୋଇଛି
Crime Spot

Crime Spot

Advertisment

ଆନ୍ଧ୍ରପ୍ରଦେଶରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଫୋପାଡ଼ି ଦେଇଥିବା ଘଟଣାରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଉକ୍ତ ସ୍କୁଲର ଷଷ୍ଠ ଓ ସପ୍ତମ ଶ୍ରେଣୀର ୩ ଛାତ୍ର ଏହି କାଣ୍ଡ ଭିଆଇଥିଲେ। ମାତ୍ର ତାହା ପୂର୍ବରୁ ସେମାନେ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖିଥିବା ତଦନ୍ତରୁ ଜଣାଯାଇଛି। ଏହାପରେ ଯାହା ଦେଖିଥିଲେ, ତାହା କରିବାକୁ ଯାଇ ସେମାନେ ଏପରି ବୀଭତ୍ସ ଓ ନାରକୀୟ କାଣ୍ଡ ଘଟାଇଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି। 

Advertisment

୧୦ ଦିନ ହେଲାଣି ଅଭିଯୁକ୍ତମାନେ ଛାତ୍ରୀଙ୍କ ଗଣବଳାତ୍କାର କରି ହତ୍ୟା କରି ସାରିଥିବା ଜଣାପଡ଼ିଥିଲେ ବି ଏ ଯାଏ ତାଙ୍କ ମୃତଦେହ ଉଦ୍ଧାର ହୋଇ ପାରିନି । ଏହି ଦୁଷ୍କର୍ମ ମାମଲାର ୩ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ବୟସ ୧୨ ବର୍ଷ ଓ ସେମାନେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୩ ଓ ସେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି।

୩ ନାବାଳକ ଅଭିଯୁକ୍ତ ଏପରି କାଣ୍ଡ ଘଟାଇ ଖୁବ୍‌ ଭୟଭୀତ ହୋଇଯାଇଥିବା ବେଳେ ପୀଡ଼ିତାଙ୍କ ମୃତଦେହକୁ ନିକଟସ୍ଥ କେନାଲରେ ଫୋପାଡ଼ି ଦେଇଥିଲେ। ଏହାପରେ ସେମାନେ ଏନେଇ ପରିବାର ଲୋକଙ୍କୁ ଅବଗତ କରିଥିଲେ।

Advertisment

ପିଲାମାନେ ପୁଲିସ୍‌ କେସ୍‌ରେ ଫସିଯିବା ଭୟରେ ଜଣେ ଅଭିଯୁକ୍ତଙ୍କ ବାପା ଓ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେମାନେ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରି ବାଇକ୍‌ରେ କ୍ରୀଷ୍ଣା ନଦୀ ନିକଟକୁ ନେଇ ଯାଇଥିଲେ। ସେଠାରେ ମୃତଦେରେ ପଥର ବାନ୍ଧି ସେମାନେ ନଦୀକୁ ଫିଙ୍ଗି ଦେଇଥିବା ନାନଦୟାଲ ଏସ୍‌ପି ଅଧିରାଜ ସିଂହ ରାଣେ ସୂଚନା ଦେଇଛନ୍ତି।

ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ସମେତ ମୃତଦେହକୁ ନଦୀରେ ଫୋପାଡ଼ିବାକୁ ସହାୟତା କରିଥିବା ଦୁଇ ଅଭିଯୁକ୍ତଙ୍କୁ ବି ପୁଲିସ୍‌ ଗତ ୧୦ ତାରିଖରେ ବାନ୍ଧି ସାରିଛି। ଅଭିଯୁକ୍ତମାନଙ୍କୁ ଗତକାଲି କୋର୍ଟ ସମ୍ମୁଖରେ ହାଜର କରାଯାଇଥିଲା।

୧୦ ଦିନ ପରେ ବି ନାବାଳିକାଙ୍କ ମୃତଦେହ ମିଳି ନ ଥିବାରୁ ଉଦ୍ଧାର କାର୍ଯ୍ୟରେ ଡ୍ରୋନ ସହ ପାଣି ଭିତରେ କ୍ୟାମେରାକୁ ନିୟୋଜିତ କରାଯାଇଛି। NDRF ଯବାନମାନେ ବି ଏହି ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି। ମୃତଦେହ ଉଦ୍ଧାର ନ ହେବା ଯାଏ ସର୍ଚ୍ଚ ଅପରେସନ ଚାଲୁ ରହିବ ବୋଲି ଏସ୍‌ପି କହିଛନ୍ତି ।

ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ନାବାଳିକାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ ଗତ ରବିବାର(ଜୁଲାଇ ୭)ରେ ମୁଚୁମାରି ଅଞ୍ଚଳରେ ଥିବା ଏକ ପାର୍କରେ ଖେଳୁଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ମିଳିବାରୁ ଏନେଇ ତାଙ୍କ ବାପା ଥାନାରେ ନିଖୋଜ ଅଭିଯୋଗ କରିଥିଲେ।

ଖବର ପାଇ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ପଡୋଶୀ ଏବଂ ସ୍କୁଲ୍ ପିଲାମାନଙ୍କୁ ପଚରାଉଚରା କରିଥିଲା। ତଦନ୍ତ ସମୟରେ ଛାତ୍ରୀ ଜଣକ ପଢୁଥିବା ସ୍କୁଲର କିଛି ଛାତ୍ର ତାଙ୍କୁ ଦୁଷ୍କର୍ମ ପରେ ମାରି ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲେ । ମାତ୍ର ଏ ଯାଏ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇପାରିନି।

ମୋବାଇଲ ଦେଖି ପିଲମାନେ ପଥଭ୍ରଷ୍ଟ ହେବା ସହ ଘଟାଉଛନ୍ତି ନାରକୀୟ କାଣ୍ଡ। ଏହାର ଜ୍ୱଳନ୍ତ ଉଦାହରଣ ଆନ୍ଧ୍ରରେ ଦେଖିବାକୁ ମିଳିଛି। 

Andhra Pradesh Minor Girl Rapped Minor Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe