ଗିରଫ ହୋଇଥିବା ନିଲମ୍ବିତ କନଷ୍ଟେବଲ
ନାବାଳିକାଙ୍କୁ ଦୁଷ୍କର୍ମ(Stop Rape) ଅଭିଯୋଗରେ ଫସି ନିଲମ୍ବିତ ହୋଇଥିବା ଜଣେ କନଷ୍ଟେବଲଙ୍କ ସବୁ ଖେଳ ଶେଷ। ରାଜସ୍ଥାନର ଢୋଲପୁରରେ ଏକଦା କନଷ୍ଟେବଲ ଭାବେ କାମ କରୁଥିବା ଏହି ପୁଲିସ୍ କର୍ମଚାରୀ ଜଣଙ୍କ ମହିଳା ବେଶ ଧାରଣ କରି ସମସ୍ତଙ୍କୁ ଚକମା ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ପୁଲିସ୍ ଉତ୍ତର ପ୍ରଦେଶର ବୃନ୍ଦାବନରୁ ଗିରଫ କରିଛି।
ନିଲମ୍ବିତ କନଷ୍ଟେବଲ ଜଣଙ୍କ ବୁର୍ଖା ପିନ୍ଧିବା ସହ ଲିପଷ୍ଟିକ ଲଗାଇ ପୂରା ମହିଳାଙ୍କ ବେଶ ଧାରଣ କରିଥିଲେ। ହେଲେ ପୁଲିସ୍ ତାଙ୍କୁ ଏପରି ଅବସ୍ଥାରେ ମଧ୍ୟ ଚିହ୍ନଟ କରିବା ସହ ଗିରଫ କରିବାକୁ ସକ୍ଷମ ହୋଇଛି।
ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ରାମଭାରୋସେ ଓରଫ ରାଜେନ୍ଦ୍ର ସିସୋଦିଆ। ସେ ଡିସେମ୍ବର ୧୫ରେ ଜଣେ ୧୬ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସିସୋଦିଆ ଘଟଣା ଦିନ ନାବାଳିକା ଓ ତାଙ୍କ ଭାଇଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ନିଜ ଘରକୁ ଡାକିଥିଲେ। ଉଭୟ ଘରେ ପହଞ୍ଚିବା ପରେ ନାବାଳିକାଙ୍କ ଭାଇଙ୍କୁ ସିସୋଦିଆ କୌଣସି କାମରେ ମାର୍କେଟ ପଠାଇ ଦେଇଥିଲେ। ଏହାପରେ ନାବାଳିକାଙ୍କୁ ଏକାକୀ ପାଇଁ ନିଜର ଯୌନ ଭୋକ ମେଣ୍ଟାଇଥିଲେ।
ଦୁଷ୍କର୍ମ ବେଳେ ନାବାଳିକା ଜଣଙ୍କ ଚିତ୍କାର କରିବାର ପଡ଼ୋଶୀମାନେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଅନେକ ଲୋକ ସିସୋଦିଆଙ୍କ ଘର ଆଗରେ ଏକାଠି ହୋଇଥିଲେ ହେଁ ସେ ସମସ୍ତଙ୍କୁ ଚକମା ଦେଇ ସେଠାରୁ ଫେରାର ହୋଇ ଯାଇଥିଲେ। ପୁଲିସ୍ ନଜରରୁ ବର୍ତ୍ତିବା ପାଇଁ ସେ ନିଜର ରୂପ ବଦଳାଇ ଦେଇଥିଲେ।
ସେ ଆଗ୍ରା, ଲକ୍ଷ୍ନୌ ଓ ଗ୍ୱାଲିୟର ଭଳି ସ୍ଥାନକୁ ଯାଇଥିଲେ। ପୁଲିସ୍ ତାଙ୍କ ପିଛା କରୁଥିଲେ ହେଁ ସେ ସବୁ ବେଳେ ଗୋଟିଏ ପାଦ ଆଗରେ ରହି ଖସି ଯିବାକୁ ସକ୍ଷମ ହୋଇଥିଲେ। ସେ ନିୟମିତ ସ୍ଥାନ ବଦଳାଉ ଥିବାରୁ ପୁଲିସ୍ ମଧ୍ୟ ତାଙ୍କୁ ଧରିବାକୁ ବେଶ ସମସ୍ୟାର ସମ୍ମୁଖୀନ ହୋଇଥିଲା।
ତେବେ ବଡ଼ଧରଣର ଧରପଗଡ଼ ପରେ ଶେଷରେ ପୁଲିସ ତାଙ୍କୁ ବୃନ୍ଦାବନରୁ ଧରିବାକୁ ସକ୍ଷମ ହୋଇଛି। ତାଙ୍କୁ ଗିରଫ କରି ପୁଲିସ୍ ରାଜସ୍ଥାନ ଆଣୁଛି। ଏଥିସହ ଘଟଣାର ଅଧିକ ତଦନ୍ତ ମଧ୍ୟ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/31/woman-2025-12-31-18-47-32.jpg)