Advertisment

ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

ଅଶ୍ଳୀଳ ଭିଡିଓ ମାମଲାରେ ଫଶିଥିବା କର୍ଣ୍ଣାଟକ ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କଲା ଏସଆଇଟି।

author-image
Debibandita Barick
ଅଦ୍ୟତନ ହୋଇଛି
Prajwal Revanna

Prajwal Revanna

ଅଶ୍ଳୀଳ ଭିଡିଓ ମାମଲାରେ ଫଶିଥିବା କର୍ଣ୍ଣାଟକ ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍(SIT) ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି।

Advertisment

ସୂଚନା ଅନୁସାରେ, ପ୍ରଜ୍ଜ୍ୱଳଙ୍କ ନାଁରେ ରୁଜୁ ହୋଇଥିବା ଏହା ଦ୍ୱିତୀୟ ଦୁଷ୍କର୍ମ ମାମଲା। ଆଇପିସିର ଧାରା ୩୭୬ ଅନୁଯାୟୀ ଏହି ମାମଲା ଦାୟର କରାଯାଇଛି। ଏଥିରେ ଧାରା ୩୭୬ (୨) (ଏନ), ୫୦୬, ୩୫୪A (୧) (ii), ୩୫୪ (ବି), ୩୫୪ (ସି) ଏବଂ ଆଇଟି ଆକ୍ଟ ଅନୁଯାୟୀ ଅଭିଯୋଗ ତାଲିକାଭୁକ୍ତ ହୋଇଛି।

ଏଫଆଇଆର ଏକମାତ୍ର ଅଭିଯୁକ୍ତ ଭାବେ ପ୍ରଜ୍ଜ୍ୱଳଙ୍କ ନାଁ ଉଲ୍ଲେଖ କରାଯାଇଛି। ଏସଆଇଟି ଅଧିକାରୀମାନେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏଫଆଇଆର ଦାଖଲ କରିଛନ୍ତି। ଅଶ୍ଳୀଳ ଭିଡିଓ ରାକେଟ୍ ସାଙ୍ଗକୁ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଥାଇ ମଧ୍ୟ ଏପର୍ଯ୍ୟନ୍ତ ପ୍ରଜ୍ଜ୍ୱଳଙ୍କୁ ଗିରଫ କରାଯାଇ ନାହିଁ। କାରଣ ସେ ବିଦେଶ ପଳାୟନ କରିଥିବା କୁହାଯାଉଛି।

Advertisment

ଏସଆଇଟି ତାଙ୍କୁ ନୋଟିସେ ପଠାଇଥିଲେ ମଧ୍ୟ ସେ ସାତ ଦିନ ସମୟ ମାଗିଛନ୍ତି। କିନ୍ତୁ ତଦନ୍ତକାରୀ ସଂସ୍ଥା ତାଙ୍କୁ କୌଣସି ସମୟ ଦେଇ ନାହିଁ। ତୁରନ୍ତ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। 

ପ୍ରକାଶ ଥାଉକି, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚଡି ଦେବ ଗୌଡାଙ୍କ ନାତି ହେଉଛନ୍ତି ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା। ନିକଟରେ ତାଙ୍କର କିଛି ଅଶ୍ଳିଳ ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ହଜାର ହଜାର ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିଥିଲା।କେବଳ ଏତିକି ନୁହେଁ, ପ୍ରଜ୍ଜ୍ୱଳ ଓ ତାଙ୍କ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ମଧ୍ୟ ଯୌନ ଉତ୍ପୀଡିନ ଭଳି ସଙ୍ଗୀନ ଅଭିଯୋଗ ହୋଇଛି।

ତାଙ୍କ ଗୃହ ସହାୟିକା ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିଛନ୍ତି। ଏହାପରେ ପ୍ରଜ୍ଜ୍ୱଳ ଦେଶ ଛାଡି ବିଦେଶ ପଳାୟନ କରିଛନ୍ତି। ସେ ଏବେ ଜର୍ମାନୀରେ ଥିବା କୁହାଯାଉଛି। 

Prajwal Revanna Sex Tapes Scandal Karnataka MP Prajwal Sex Video Scandal