Advertisment

ଦୁଷ୍କର୍ମ ଅଭିଯୁକ୍ତ ଆଶାରାମଙ୍କୁ ଆଶ୍ୱସ୍ତି, ମିଳିଲା ଜାମିନ

ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ମାର୍ଚ୍ଚ ୩୧ ଯାଏ ଅନ୍ତରୀଣ ଜାମିନ୍‌ ମିଳିଛି।

Asaram Bapu

Asaram Bapu

Advertisment

ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଆଶ୍ୱସ୍ତି। ମିଳିଲା ଜାମିନ। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ୍‌ ମିଳିଛି। ତାଙ୍କୁ ମାର୍ଚ୍ଚ ୩୧ ଯାଏ ଜାମିନ ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି।

Advertisment

ସୁପ୍ରିମକୋର୍ଟ ଆଶାରାମଙ୍କୁ ହାର୍ଟ ଚିକିତ୍ସା ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜୋଧପୁର ସେଣ୍ଟ୍ରାଲ ଜେଲ୍‌ରୁ ଭଗତ କି କୋଠିରେ ତିଆରି ଆରୋଗ୍ୟ ଚିକିତ୍ସା କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଓକିଲଙ୍କ କହିବା ମୁତାବକ, ଆଶାରାମ ଜଣେ ହୃଦ୍ ରୋଗୀ। ତାଙ୍କୁ ପୂର୍ବରୁ ହୃଦ୍‌ଘାତ ହୋଇସାରିଛି। ମେଡିକାଲ ଗ୍ରାଉଣ୍ଡରେ ଜାମିନ ପ୍ରଦାନ ସମୟରେ ପୁଲିସକୁ ତାଙ୍କ ସହ ରହିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ଆଶାରାମ ଜାମିନରେ ବାହାରକୁ ଯିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିପାରିବେ ନାହିଁ। ସେ ନିଜ ଅନୁଗାମୀମାନଙ୍କୁ ମଧ୍ୟ ଭେଟିବେ ନାହିଁ।

Advertisment

ନିଜ ଆଶ୍ରମର ହିଁ ନାବାଳିକାକୁ ଦୁଷ୍କର୍ମ କରିବା ମାମଲାରେ ଆଜୀବନ ସଜା କାଟୁଛନ୍ତି ଆଶାରାମ ବାପୁ। ୧୭ ଦିନିଆ ପାରୋଲରେ ମୁକ୍ତ ହେବା ପରେ ଆଶାରାମ ବାପୁ ରାଜସ୍ଥାନର ଯୋଦ୍ଧପୁର ଜେଲକୁ ଫେରିଥିଲେ। ଜେଲ୍‌କୁ ଫେରିବାର ଛଅ ଦିନ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଭିତ୍ତିରେ ତାଙ୍କୁ ଜାମିନ୍‌ ମିଳିଛି। ଗତବର୍ଷ ତାଙ୍କର ହୃଦ୍‌ଜନୀତ ରୋଗ ହେତୁ ତାଙ୍କୁ ପ୍ରଥମେ ପୁଣେରେ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ଯୋଦ୍ଧପୁରର ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା।

୨୦୧୩ ମସିହାରେ ଆଶାରାମ ବାପୁ ଯୋଦ୍ଧପୁରର ଆଶ୍ରମ‌ରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଘଟଣାର ଯାଞ୍ଚ କରିବା ପରେ ଯୋଦ୍ଧପୁର ପୁଲିସ ୩୧ ଅଗଷ୍ଟ ରାତିରେ ଆଶାରାମଙ୍କୁ ଗିରଫ କରି ସେପ୍ଟେମ୍ବର ୧ରେ ଯୋଦ୍ଧପୁରକୁ ଆଣିଥିଲା। ତା’ପରେ ତାଙ୍କୁ କେନ୍ଦ୍ରୀୟ ଜେଲ୍‌ରେ ରଖାଯାଇଥିଲା। ଏହି ମାମଲାରେ ସ୍ୱତନ୍ତ୍ରକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡା ଦେଶ ଦେଇଥିଲେ। ସେବେଠୋରୁ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

Asaram Bapu Supreme Court Asaram Bapu Gets Interim Bail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe