Advertisment

ପୁଣି ଜେଲରୁ ବାହାରିବ ଗୁରମିତ ରାମ ରହିମ, ଏଥର ୨୧ ଦିନ

ଏହି ୨୧ ଦିନର ଅବଧି ମଧ୍ୟରେ ସେ ଉତ୍ତରପ୍ରଦେଶର ବାଘପତ ସ୍ଥିତ ଗୋଟିଏ ଆଶ୍ରମରେ ରହିବ।

Gurmeet

Gurmeet

Advertisment

ଆତ୍ମଘୋଷିତ ବାବା ତଥା ଦୁଷ୍କର୍ମକାରୀ ଗୁରୁମିତ ରାମ ରହିମ ସିଂହକୁ ପୁଣି ଜେଲରୁ ବାହାରିବାକୁ ଅନୁମତି ମିଳିଛି। ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ ଓ ଗୋଟିଏ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି। ତଥାପି ତାକୁ ବାରମ୍ବାର ଜେଲରୁ ବାହାରିବାକୁ ଅନୁମତି ମିଳୁଛି। ଏହିକ୍ରମରେ ପୁଣି ଏବେ ତାକୁ ୨୧ ଦିନ ପାଇଁ ଜେଲରୁ ଛୁଟି ମିଳିଛି।

Advertisment

ଏହି ୨୧ ଦିନର ଅବଧି ମଧ୍ୟରେ ସେ ଉତ୍ତରପ୍ରଦେଶର ବାଘପତ ସ୍ଥିତ ଗୋଟିଏ ଆଶ୍ରମରେ ରହିବ। ଏହାପରେ ପୁଣି ଜେଲକୁ ଫେରିବ। ଏବେ ସେ ହରିଆଣାର ସୁନାରିଆ ଜେଲରେ ରହିଛି। ସେଠାରୁ ସମ୍ଭବତଃ ସେ କାଲି ଠାରୁ ୨୧ ଦିନ ପାଇଁ ମୁକୁଳିବ।

ଏହାପୂର୍ବରୁ ଚଳିତ ବର୍ଷ ଫେବୃଆରୀରେ ତାକୁ ୩ ସପ୍ତାହର ପାରୋଲ ମିଳିଥିଲା। ସେହିପରି ଜାନୁଆରୀ ମାସରେ ସେ ୪୦ ଦିନ ଜେଲ ବାହାରେ ରହିଥିଲା। ଗତବର୍ଷ ଅକ୍ଟୋବରରେ ମଧ୍ୟ ତାକୁ ପାରୋଲରେ ଛଡ଼ା ଯାଇଥିଲା। ସେତେବେଳେ ମଧ୍ୟ ସେ ୪୦ ଦିନ ପାଇଁ ଜେଲରୁ ବାହାରିଥିଲା।

Advertisment

ବାରମ୍ବାର ଜେଲରୁ ଗୁରମିତକୁ ଛଡ଼ା ଯାଉଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ତେବେ ପାରୋଲରେ ଯିବା ସମସ୍ତ କଏଦୀଙ୍କ ଅଧିକାର ବୋଲି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଥିଲେ।

ତେବେ ଜେଲରୁ ବାହାରିବା ପରେ ଗୁରମିତ ଖଣ୍ଡାରେ କେକ କାଟୁଥିବା ବେଳର ଭିଡିଓ ବେଶ ଭାଇରାଲ ହୋଇଥିଲା। ସେହିପରି ସେ ଅନଲାଇନରେ ଏକାଧିକ ସତସଙ୍ଗ କାର୍ଯ୍ୟକ୍ରମ ମଧ୍ୟ କରିଥିଲା।

Gurmeet Ram Rahim Singh Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe