Advertisment

ବାରମ୍ବାର ଦୁଷ୍କର୍ମ କରିଛନ୍ତି…ପ୍ରଜ୍ଜ୍ୱଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା

ଏହାକୁ ମିଶାଇ ଯୌନ ଉତ୍ପୀଡନ ମାମଲାରେ ଜେଡିଏସ୍‌ ସାଂସଦଙ୍କ ବିରୋଧରେ ତୃତୀୟ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

prajwal-revanna

prajwal-revanna

Advertisment

ଥରେ କି ଦୁଇ ଥର ନୁହେଁ, ବାରମ୍ବାର ଦୁଷ୍କର୍ମ କରିଛନ୍ତି କର୍ଣ୍ଣାଟକ ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା। ଏଭଳି କିଛି ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଆଗକୁ ଆସି ମହିଳା ଜଣକ ସିବିଆଇର ସାଇବର କ୍ରାଇମ୍‌ ପୁଲିସ ଷ୍ଟେସନରେ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହାକୁ ମିଶାଇ ଯୌନ ଉତ୍ପୀଡନ ମାମଲାରେ ଜେଡିଏସ୍‌ ସାଂସଦଙ୍କ ବିରୋଧରେ ତୃତୀୟ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

Advertisment

ସୁରକ୍ଷା ଦୃଷ୍ଟିରୁ ପୁଲିସ ଉକ୍ତ ମହିଳାଙ୍କ ପରିଚୟକୁ ଗୁପ୍ତ ରଖିଛି। ଏହି ଅଭିଯୋଗକାରୀ ମହିଳା ଭାଇରାଲ ହେଉଥିବା ଭିଡିଓରେ ମଧ୍ୟ ସାମ୍ନାକୁ ଆସିଛନ୍ତି। ପ୍ରଜ୍ଜ୍ୱଳ ରେଭାନ୍ନା କୁଆଡେ ତାଙ୍କୁ ଡରାଇ ଓ ଧମକାଇ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିବା ପୀଡିତା ଜଣକ ନିଜ ଅଭିଯୋଗରେ ଖୁଲାସା କରିଛନ୍ତି। ଆଇପିସି ଧାରା ୩୭୫(୨ଏନ୍‌), ୩୭୬(୨କେ) ୩୫୪(ଏ), ୩୫୪(ବି) ଓ ୫୦୬ ଅନୁଯାୟୀ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତଥା ଏସ୍‌ଆଇଟିର ସୂଚନା ଅନୁସାରେ ପ୍ରଜ୍ଜ୍ୱଳଙ୍କ ବିରୋଧରେ ମେ' ୮ ତାରିଖରେ ବେଙ୍ଗାଲୁରୁରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରଜ୍ଜ୍ୱଳଙ୍କ ବିରୋଧରେ ଅନେକ ମହିଳାଙ୍କ ଯୌନ ଉତ୍ପୀଡନ କରିଥିବା ଓ ଅଶ୍ଳୀଳ ଭିଡିଓ ଲିକ୍‌ କରିଥିବା ଅଭିଯୋଗ ରହିଛି।

Advertisment

କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଠିକ୍‌ ପୂର୍ବରୁ ଜେଡିଏସ୍‌ ସାଂସଦଙ୍କ ଅଶ୍ଳୀଳ ଭିଡିଓ ଲିକ୍‌ ହୋଇଥିଲା। ଏହାପରେ କର୍ଣ୍ଣାଟକ ସରକାର ଏହାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିଥିଲେ। ଏହାପରେ ଜେଡିଏସ୍‌ ସାଂସଦ ଦେଶ ଛାଡି ପଳାଇଛନ୍ତି। ସେପଟେ ପ୍ରଜ୍ଜ୍ୱଳଙ୍କ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ରହିଛି। ସେ ମହିଳାଙ୍କୁ ଯୌନ ଉତ୍ପୀଡନ କରିଥିବା ନେଇ ତାଙ୍କ ଘରର ଜଣେ ସହାୟିକା ଅଭିଯୋଗ ଆଣିଥିଲେ। ଏହି ମାମଲାରେ ପୁଲିସ ଏଚ୍‌ଡି ରେଭାନ୍ନାଙ୍କୁ ଗିରଫ କରିସାରିଛି।

Karnataka JDS MP Rape Alligation Prajwal Revanna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe