Advertisment

ବିରଳ ସଂଯୋଗ! ଦୁଇ ଭାଇ ଦୁଇ ରାଜ୍ୟର ଡିଜିପି

ବିକାଶ ସହାୟ ଗୁଜରାଟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରୁଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ସରକାର ବିବେକ ସହାୟଙ୍କୁ ରାଜ୍ୟ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
IPS Brothers

IPS Brothers

ସିଭିଲ୍ ସର୍ଭିସ୍ ବା ପ୍ରଶାସନିକ ସେବାରେ ଚାକିରି ପାଇବା ଅନେକଙ୍କର ଏକ ସ୍ୱପ୍ନଥାଏ। ଏହି ସ୍ୱପ୍ନକୁ ସାକାର କରିଥିବା ଦୁଇ ଭାଇ ଏବେ ଦୁଇ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ। ଏପରି ଦୁର୍ଲଭ ସୌଭାଗ୍ୟ ଅର୍ଜନ କରିଥିବା ଦୁଇ ଭାଇ ହେଉଛନ୍ତି ଆଇପିଏସ ଅଧିକାରୀ ବିକାଶ ସହାୟ ଏବଂ ବିବେକ ସହାୟ। 

Advertisment

ବିକାଶ ସହାୟ ଗୁଜରାଟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରୁଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ସରକାର ବିବେକ ସହାୟଙ୍କୁ ରାଜ୍ୟ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି।

କେବଳ ଯେ, ବିକାଶ ସହାୟ ଏବଂ ବିବେକ ସହାୟ ନୁହଁନ୍ତି ସେମାନଙ୍କ ବଡ଼ ଭାଇ ମଧ୍ୟ ଉଚ୍ଚ ପଦରେ ଅଛନ୍ତି। ଏହି ତିନି ଭାଇ ଏକାଠି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଭାଇ ଆଇପିଏସ ଏବଂ ଅନ୍ୟ ଜଣେ ଭାଇ ରେଭେନ୍ୟୁ ଇନିସ୍ପେକ୍ଟର। ସବୁଠୁ ବଡ଼ କଥା ହେଉଛି ଯେଉଁ ଦୁଇ ଭାଇ ଆଇପିଏସ ଚାକିରି ପାଇଥିଲେ, ସେମାନେ ଏବେ ଡିଜିପି ପାହ୍ୟାରେ।

Advertisment

ଭାରତୀୟ ରାଜସ୍ୱ ବିଭାଗ (ଇଣ୍ଡିଆନ ରେଭେନ୍ୟୁ ଇନିସ୍ପେକ୍ଟର)ରେ ନିଯୁକ୍ତି ପାଇଥିବା ବିକ୍ରମ ସହାୟ ତିନି ଭାଇଙ୍କ ମଧ୍ୟରେ ସବୁଠୁ ବଡ଼। ସେ ବର୍ତ୍ତମାନ ଦିଲ୍ଲୀର ଆୟକର ବିଭାଗରେ କାର୍ଯ୍ୟରତ। ମଝିଆ ଭାଇ ବିକାଶ ସହାୟ ୧୯୮୯ ବ୍ୟାଚ୍ ଏବଂ ବିବେକ ସହାୟ ୧୯୮୮ ବ୍ୟାଚର ଆଇପିଏସ୍ ଅଧିକାରୀ। 

ସାନ ଭାଇଙ୍କୁ ଡିଜିପି ପାହ୍ୟା ମିଳିବା ପରେ ବିକାଶ ସହାୟ କହିଛନ୍ତି, ଆମେ ତିନି ଜଣ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ କରୁଥିଲୁ। ଦୁଇ ଭାଇ ଭାରତୀୟ ପୁଲିସ ସର୍ଭିସ୍ (ଆଇପିଏସ୍)ରେ ପ୍ରବେଶ କରିଥିବା ବେଳେ ବଡ଼ ଭାଇ ଭାରତୀୟ ରାଜସ୍ୱ ସେବାରେ ପ୍ରବେଶ କରିଥିଲେ। ଆମେ ଶେଷ ଥର ପାଇଁ ଗତ ବର୍ଷ ଭେଟିଥିଲୁ। ଆମେ ଯେତେବେଳେ ବି ଭେଟୁ ସାଧାରଣତଃ ପୁଲିସ ବିଭାଗ ସହ ଜଡିତ ବିଷୟ ଉପରେ ଆଲୋଚନା କରୁ ବୋଲି ବିକାଶ ସହାୟ କହିଛନ୍ତି।

ପ୍ରକାଶ ଥାଉ କି, ଗତକାଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପଶ୍ଚିମବଙ୍ଗ ଡିଜିପିଙ୍କୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରାଜ୍ୟ ସରକାର ବିବେକ ସହାୟଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ବିବେକ ସହାୟ ପୂର୍ବରୁ ହୋମଗାର୍ଡର ମହାନିର୍ଦ୍ଦେଶକ ତଥା କମାଣ୍ଡାଣ୍ଟ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ।

Vivek Sahay IPS Officer West Bengal DGP Election Commission