Advertisment

ଦରବାର ହଲ ଓ ଅଶୋକ ହଲ୍‌ର ନାଁ ବଦଳାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏପରି ନାଁ ପରିବର୍ତ୍ତନ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରତିଫଳିତ କରିବ। ରାଷ୍ଟ୍ରପତି ଭବନକୁ ଅଧିକ ବ୍ୟବହାର ଯୋଗ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଅଦ୍ୟତନ ହୋଇଛି
President

President

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ହଲ୍‌ର ନାଁ ବଦଳାଇଛନ୍ତି। ରାଷ୍ଟ୍ରପତି ଭବନରେ ଥିବା ଦରବାର ହଲ ନାଁ ଗଣତନ୍ତ୍ର ମଣ୍ଡପ ହୋଇଛି। ସେହିପରି ଅଶୋକ ହଲ୍‌ ନାଁ ଅଶୋକ ମଣ୍ଡପକୁ ପରିବର୍ତ୍ତନ କରାଯାଇଛି। ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ପରିଚୟକୁ ଅଧିକ ରୁଦ୍ଧିମନ୍ତ କରିବାକୁ ଏପରି ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି।

Advertisment

ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏପରି ନାଁ ପରିବର୍ତ୍ତନ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରତିଫଳିତ କରିବ। ରାଷ୍ଟ୍ରପତି ଭବନକୁ ଅଧିକ ବ୍ୟବହାର ଯୋଗ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ରାଷ୍ଟ୍ରପତି ଭବନ, ଅଫିସ ଓ ଭାରତୀୟ ରାଷ୍ଟ୍ରପତିଙ୍କ ବାସଭବନ ଦେଶର ପ୍ରତିମ୍ବିବ। ଏହା ଲୋକଙ୍କ ଅମୂଲ୍ୟ ଐତିହ୍ୟ।

ଏହାକୁ ଲୋକଙ୍କ ପାଇଁ ଅଧିକ ମାତ୍ରାରେ ଉପଲବ୍ଧ କରିବାକୁ ପ୍ରୟାସ କରାଯାଉଛି। ରାଷ୍ଟ୍ରପତି ଭବନର ଆମ୍ବିଆନ୍ସରେ ଭାରତୀୟ ସଂସ୍କୃତିକୁ ସ୍ଥାନ ଦେବାକୁ ନିୟମିତ ଉଦ୍ୟମ ଚାଲିଛି। ଏହିକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବେଶ ଆତ୍ମସନ୍ତୋଷ ଲାଭ କରି ରାଷ୍ଟ୍ରପତି ଭବନର ଦୁଇଟି ହଲ- ଦରବାର ହଲ ଓ ଅଶୋକ ହଲ୍‌ର ନାଁକୁ ଯଥାକ୍ରମେ ଗଣତନ୍ତ୍ର ମଣ୍ଡପ ଓ ଅଶୋକ ମଣ୍ଡପକୁ ପରିବର୍ତ୍ତନ କରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

Advertisment

ଦରବାର ହଲ୍‌ର ମହତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏଠାରେ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ନ୍ୟାଶନାଲ ଆୱାର୍ଡ ଏହି ସ୍ଥାନରେ ପ୍ରଦାନ କରାଯାଏ। ଦରବାରର ଅର୍ଥ ଭାରତୀୟ ଶାସକ ଓ ବ୍ରିଟିଶରମାନଙ୍କ କୋର୍ଟ ବା ଏକାଠି ହେଉଥିବା ସ୍ଥାନ।

ଭାରତ ଗୋଟିଏ ରିପବ୍ଲିକ ବା ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ପରେ ଏହି ଶବ୍ଦ ତା’ର ମହତ୍ୱ ହରାଇଛି। ଭାରତୀୟ ସମାଜ ସହ ଗଣତନ୍ତ୍ର ଶବ୍ଦ ବେଶ ଭଲ ଭାବେ ଜଡ଼ିତ। ତେଣୁ ଏହି ସ୍ଥାନର ନାଁ ଗଣତନ୍ତ୍ର ମଣ୍ଡପ ରଖାଯାଇଥିବା ସରକାର କହିଛନ୍ତି।

ଅଶୋକ ହଲ ପ୍ରଥମରୁ ଗୋଟିଏ ବଲ୍‌ ରୁମ ଭାବେ ପରିଚିତ ଥିଲା। ଭାଷାରେ ସମାନତା ଆଣିବା ପାଇଁ ଏହାର ନାଁ ଅଶୋକ ମଣ୍ଡପ କରାଯାଇଛି। ଅଶୋକ ଶବ୍ଦର ଅର୍ଥ ଯିଏ ସବୁ ପ୍ରକାରର ସମସ୍ୟା ବା ଦୁଃଖରୁ ମୁକ୍ତ ହୋଇଥିବ।

ଏହା ସମ୍ରାଟ ଅଶୋକଙ୍କ ସହ ମଧ୍ୟ ଜଡ଼ିତ। ସମ୍ରାଟ ଅଶୋକ ଏକତା ଓ ଶାନ୍ତିର ପ୍ରତୀକ। ଅଶୋକ ଗଛର ମହତ୍ୱ ମଧ୍ୟ ଭାରତୀୟ ଧାର୍ମିକ ପରମ୍ପରା ସହ ଜଡ଼ିତ। ଭାରତର ପ୍ରତୀକରେ ମଧ୍ୟ ଅଶୋକ ସ୍ତମ୍ଭ ରହିଛି। ତେଣୁ ଅଶୋକ ହଲ୍‌ ନାଁ ଅଶୋକ ମଣ୍ଡପ ରଖାଯାଇଛି।

President Of India Droupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe