Advertisment

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪: ପ୍ରଫେସର ଜି ପଦ୍ମନାଭନ୍ ପାଇବେ ବିଜ୍ଞାନ ରତ୍ନ

ସେହିପରି ୧୩ ଜଣଙ୍କୁ ମିଳିବ ବିଜ୍ଞାନ ଶ୍ରୀ, ୧୮ ଜଣଙ୍କୁ ବିଜ୍ଞାନ ଯୁବ ଏବଂ ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ।

author-image
Madhupriya Mistry
G Padmanabhan

G Padmanabhan

ଘୋଷଣା ହେଲା ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ବିଜେତାଙ୍କ ନାଁ। ୩୩ ଜଣିଆ ତାଲିକାରେ ବାଇଓଲୋଜିକାଲ ସାଇନ୍ସ ପାଇଁ ବିଜ୍ଞାନ ରତ୍ନ ପାଇବେ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନ୍। ସେହିପରି ୧୩ ଜଣଙ୍କୁ ମିଳିବ ବିଜ୍ଞାନ ଶ୍ରୀ, ୧୮ ଜଣଙ୍କୁ ବିଜ୍ଞାନ ଯୁବ ଏବଂ ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ। ଚଳିତ ମାସ ଅଗଷ୍ଟ ୨୩ ତାରିଖ ତଥା ଜାତୀୟ ମହାକାଶ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

Advertisment

ପ୍ରଥମଥର ପାଇଁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ଭାବନର ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ଏବଂ ଉଦ୍ଭାବକମାନଙ୍କୁ ବ୍ୟକ୍ତିଗତ, ଦଳଗତ ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା।

ଭାରତୀୟ ସମ୍ପ୍ରଦାୟ କିମ୍ବା ସମାଜପାଇଁ ବିଶେଷ ଅବଦାନ ଥିବା ଭାରତୀୟ ବଂଶୋଦ୍ଭବମାନେ ମଧ୍ୟ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ପୁରସ୍କାର ୪ଟି ବର୍ଗରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯଥା ବିଜ୍ଞାନ ରତ୍ନ, ବିଜ୍ଞାନ ଶ୍ରୀ, ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗର ଏବଂ ବିଜ୍ଞାନ ଟିମ୍। ଏହି ସମ୍ମାନଜନକ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର' ଚଳିତ ବର୍ଷଠାରୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯିବ।

Advertisment
G Padmanabhan Chandrayaan-3 Team Rashtriya Vigyan Puraskar 2024