Advertisment

ରାଟ୍‌ ହୋଲ୍‌ ମାଇନରଙ୍କ କୋହ- ଘରେ ଥିଲେ ମୋ’ ଛୁଆ, ପ୍ରଶାସନ ବୁଲାଇଦେଲା ବୁଲଡୋଜର

ଦିଲ୍ଲୀ ପ୍ରଶାସନ ଦ୍ୱାରା ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ଜଣେ ରାଟ୍‌ ହୋଲ୍‌ ମାଇନର । ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ତାଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଓକିଲ ହସନ ନାମକ ରାଟ୍‌ ହୋଲ୍‌ ମାଇନର ।

House Damage

House Damage

Advertisment

ଉତ୍ତରକାଶୀର ଏକ ଟନେଲରେ ଗତବର୍ଷ ୧୭ ଦିନ ଧରି ଫସିଥିବା ୪୧ ଶ୍ରମିକଙ୍କୁ ଶେଷରେ ବାହାରର ଆଲୋକ ଦେଖାଇଥିଲେ ୧୨ ରାଟ୍‌ ହୋଲ୍‌ ମାଇନର । ନିଜ ଜୀବନକୁ ପାଣି ଛଡ଼ାଇ ଅତି ସଂକୀର୍ଣ୍ଣ ସୁଡ଼ଙ୍ଗରେ ଫସି ସେମାନେ ୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇଥିଲେ। ଯାହା ଅତ୍ୟାଧୁନିକ ମେଶିନ କରି ନ ପାରିଲା, ତାହା ସେମାନେ କରି ଦେଖାଇଲେ। 

Advertisment

ସେତେବେଳେ ସମଗ୍ର ଦେଶରୁ ସେମାନଙ୍କ ନିକଟକୁ ଛୁଟିଥିଲା ପ୍ରଶଂସାର ସୁଅ। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ଇତି ମଧ୍ୟରେ ସେମାନଙ୍କୁ ଭୁଲିଗଲେଣି ଦେଶବାସୀ।

ଆଉ ଏହା ମଧ୍ୟରେ ଦିଲ୍ଲୀ ପ୍ରଶାସନ ଦ୍ୱାରା ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ଜଣେ ରାଟ୍‌ ହୋଲ୍‌ ମାଇନର । ବହୁ ଗୁହାରି ସତ୍ତ୍ୱେ ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ବିନା ନୋଟିସରେ ତାଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଓକିଲ ହସନ ନାମକ ରାଟ୍‌ ହୋଲ୍‌ ମାଇନର । ଘରେ କେବଳ ଛୋଟ ଛୁଆ ଥିବା ବେଳେ ପ୍ରଶାସନ ତାଙ୍କ ଘର ଉପରେ ବୁଲଡୋଜର ଚଳାଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ହସନଙ୍କ କହିବାନୁଯାୟୀ, ସେ ଦିଲ୍ଲୀର ଖଜୁରୀଖାସସ୍ଥିତ ଶ୍ରୀରାମ କଲୋନୀରେ ୨୦୧୩ ମସିହାରେ ଘର କିଣିଥିଲେ। ଉକ୍ତ କଲୋନୀ ସମ୍ପୂର୍ଣ୍ଣ ଭାବେ ଅବୈଧ ରୂପେ ତିଆରି କରାଯାଇଛି। ମାତ୍ର DDA କେବଳ ତାଙ୍କ ଘର ଉପରେ ବୁଲଡୋଜର ଚଳାଇଥିବା ସେ କହିଛନ୍ତି।

ଏନେଇ ସେ କହିଛନ୍ତି, DDA କର୍ମଚାରୀମାନେ ମୋତେ ବହୁ ପୂର୍ବରୁ ଟଙ୍କା ମାଗୁଥିଲେ। ମୁଁ ସେମାନଙ୍କୁ ଥରେ ଟଙ୍କା ଦେଇଥିବା ବେଳେ ସେମାନେ କିନ୍ତୁ ଏହା ପରେ ବି ଅଧିକ ଟଙ୍କା ମାଗୁଥିଲ। ମାତ୍ର ମୁଁ ଆଉ ଟଙ୍କା ଦେଇ ନ ପାରିବାରୁ ସେମାନେ ମୋ’ ଘର ଉପରେ ବୁଲଡୋଜର ଚଳାଇ ଦେଇଛନ୍ତି।

ମୁଁ ଓ ମୋ’ ପତ୍ନୀ ବାହାରକୁ ଯାଇଥିବା ବେଳେ ଘରେ କେବଳ ପିଲାମାନେ ଥିଲେ। ବାପାମା’ଙ୍କ ଅନୁପସ୍ଥିତିରେ ଘର ନ ଭାଙ୍ଗିବାକୁ ପିଲାମାନେ ବହୁ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନ ଥିଲେ।

ହସନ ପୂର୍ବରୁ କେନ୍ଦ୍ର ସରକାର ଓ DDAକୁ ଅପିଲ କରି ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇଥିବାରୁ କିଛି ପୁରସ୍କାର ଦେବାକୁ ଚାହୁଁଥିଲେ ଉକ୍ତ ଘର ନ ଭାଙ୍ଗିବାକୁ ଅପିଲ୍‌ କରିଥିଲେ। ମୋ’ ଘର କେହି ଛୁଇଁ ପାରିବେନି ବୋଲି ମୋତେ ଆଶ୍ୱାସନା ଦିଆଯାଇଥିଲା। ମାତ୍ର ଏହାପରେ ବି ମୋ’ ଘରକୁ ସେମାନେ ମାଟିରେ ମିଶାଇ ଦେଇଥିବା କୋହଭରା କଣ୍ଠରେ କହିଛନ୍ତି ହସନ ।

ମାତ୍ର ଦିଲ୍ଲୀ ପୁଲିସ୍‌ ତଥା DDA ପକ୍ଷରୁ କୁହାଯାଇଛି, ଅବୈଧ ରୂପେ ହୋଇଥିବା ନିର୍ମାଣ ହଟାଇବାକୁ ଦିଲ୍ଲୀ ପ୍ରଶାସନ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ହସନଙ୍କ ଘର ସରକାରୀ ଜାଗା ଉପରେ ଥିବାରୁ ତାହା ସହ ଆହୁରି ବହୁ ନିର୍ମାଣକୁ ହଟାଇ ଦିଆଯାଇଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe