/odisha-reporter/media/post_attachments/uploadimage/library/16_9/16_9_0/IMAGE_1728540402.jpg)
Ratan Tata Funeral
ମୁମ୍ବାଇର ଏନସିପିଏ(ନ୍ୟାସନାଲ୍ ସେଣ୍ଟର ଫର ପର୍ଫର୍ମିଙ୍ଗ୍ ଆର୍ଟ୍ସ) ଲନରେ ରହିଛି ଶିଳ୍ପପତି ରତନ ଟାଟାଙ୍କ ପାର୍ଥୀବ ଶରୀର। ତ୍ରିରଙ୍ଗାରେ ଢଙ୍କା ହୋଇଥିବା ଶିଳ୍ପ ଜଗତର ଅମୂଲ୍ୟ ରତ୍ନ ରତନ ଟାଟାଙ୍କ ମରଶରୀରକୁ ମୁମ୍ବାଇର ନରିମନ୍ ପଏଣ୍ଟ ସ୍ଥିତ ଏନସିପିଏ ଗ୍ରାଉଣ୍ଡକୁ ଅଣାଯାଇଛି। ଏଠାରେ ତାଙ୍କ ଅନ୍ତିମ ଦର୍ଶନ ଚାଳିଛି।
ସାଧାରଣ ଲୋକମାନେ ଯେପରି ତାଙ୍କ ଅନ୍ତିମ ଦର୍ଶନ କରିପାରିବେ ଏଥିପାଇଁ ତାଙ୍କ ପ୍ରାର୍ଥୀବ ଶରୀରକୁ ଏଠାରେ ରଖାଯାଇଛି। ଏଠାରେ ଅପରାହ୍ଣ ସାଢ଼େ ୩ଟା ଯାଏଁ ତାଙ୍କର ଶେଷ ଦର୍ଶନ ଚାଲିବ। ଏହାପରେ ୪ଟାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ।
ରତନ ଟାଟାଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ ଜମିଛି। ସମସ୍ତେ ତାଙ୍କ ଅନ୍ତିମ ଦର୍ଶନ ପାଇଁ ଛୁଟି ଆସିଛନ୍ତି। ବହୁ ବଡ଼ ବଡ଼ କ୍ରିକେଟରଙ୍କ ଠାରୁ ଆରମ୍ଭ ବଲିଉଡର ଷ୍ଟାର୍ମାନେ ମଧ୍ୟ ରତନ ଟାଟାଙ୍କ ଶେଷ ଦର୍ଶନ କରିଛନ୍ତି। ମୁମ୍ବାଇର ୱର୍ଲିରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ କରାଯିବ। ଏହି ସମୟ ମଧ୍ୟରେ ଶିଳ୍ପ ଏବଂ ରାଜନୀତି ସହିତ ଜଡିତ ସମସ୍ତ ବଡ଼ ବଡ଼ ବ୍ୟକ୍ତିବିଶେଷ ସେଠାରେ ଉପସ୍ଥିତ ରହିବେ।
#WATCH | Mumbai | Mortal remains of Ratan Tata, draped in the national flag, kept at NCPA lawns for the public to pay last respects
The last rites will be held at Worli crematorium after 4pm today pic.twitter.com/hRdnIrytEl
— ANI (@ANI) October 10, 2024
ରତନ ଟାଟାଙ୍କ ଅନ୍ତିମ ସଂସ୍କାରରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସାମିଲ ହେବେ। ଏଥିପାଇଁ ସେ ମୁମ୍ବାଇ ଅଭିମୁଖେ ବହାରିଛନ୍ତି। ସୂଚନାନୁସାରେ, ସେ ଭାରତ ସରକାରଙ୍କ ତରଫରୁ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଆନ-ଭାରତ ଏବଂ ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବେ ପାଇଁ ଲାଓସକୁ ଯାତ୍ରା କରିଛନ୍ତି। ତେଣୁ ସେ ଭେଟେରାନ ବ୍ୟବସାୟୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
