/odisha-reporter/media/post_attachments/uploadimage/library/16_9/16_9_0/Ratan_Tata_1728529336.jpg)
Ratan Tata
ଆଉ ନାହାନ୍ତି ଭାରତର ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ଗତ ରାତିରେ ତାଙ୍କ ପରଲୋକ ହୋଇ ଯାଇଛି। ଏହା ସମଗ୍ର ଦେଶ ପାଇଁ ଏକ ଗଭୀର କ୍ଷତି ହୋଇଥିବା ବେଳେ ଏବେ ସୋଶାଲ ମିଡ଼ିଆରେ ତାଙ୍କ ଶେଷ ପୋଷ୍ଟ ଭାଇରାଲ ହେଉଛି।
ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ଉଲ୍ଲେଖ କରିଥିଲେ, 'ଗଣମାଧ୍ୟମରେ ପ୍ରସାରିତ ସମସ୍ତ ଖବର ଗୁଜବ। ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଏହି ଦାବି ଗୁଡ଼ିକ ଭିତ୍ତିହୀନ। ଏହା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ମୋର ବୟସ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ମୁଁ ବର୍ତ୍ତମାନ ରେଗୁଲାର ମେଡିକାଲ ଚେକ୍ଅପ୍ ପାଇଁ ଆସିଛି। ଚିନ୍ତା କରିବାର କୌଣସି କାରଣ ନାହିଁ। ମୁଁ ଭଲ ମୁଡ୍ରେ ଅଛି ଏବଂ ଜନସାଧାରଣ ଓ ଗଣମାଧ୍ୟମକୁ ଭୁଲ ତଥ୍ୟ ପ୍ରସାରିତ ନକରିବାକୁ ଅନୁରୋଧ କରୁଛି। ଏଥିସହ ମୋ’ ବିଷୟରେ ଚିନ୍ତା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।
୩ ଦିନ ପୂର୍ବେ ଅସୁସ୍ଥତା ହେତୁ ରତନ ଟାଟାଙ୍କୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା। ବ୍ଲଡ ପ୍ରେସର ଲୋ' ଯୋଗୁ ସେ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲର ଏମରଜେନ୍ସି ଓ୍ୱାର୍ଡକୁ ନିଆଯାଇଥିଲା। ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଥିବା ବେଳେ ମେଡିକାଲରୁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଅପଡେଟ ଦେଇଥିଲେ ରତନ ଟାଟା।
ଏହା ହିଁ ତାଙ୍କ ଶେଷ ସୋଶାଲ ମିଡିଆ ପୋଷ୍ଟ ହେବ ବୋଲି ସେତେବେଳେ କାହାର ଧାରଣା ବି ନ ଥିଲା। ଏବେ ତାଙ୍କ ବିୟୋଗ ସମଗ୍ର ଦେଶ ପାଇଁ ଏକ ଗଭୀର ଧକ୍କା ହୋଇଥିବା ବେଳେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
